Top 10 News: ୯ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ ଖବର ସହ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2596931

Top 10 News: ୯ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ୯ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ପୁଣି ଥରେ ଆକ୍ରମଣ କରିଛନ୍ତି। ମହାଦେବ ଘାଟ ନିକଟରେ ଥିବା ୧୯୬ ବାଟାଲିୟନ କ୍ୟାମ୍ପ ପଛରେ ଆଇଇଡି ବିସ୍ଫୋରଣ କରିଛନ୍ତି ନକ୍ସଲ। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ପଠାଯାଇଛି। ସିଆରପିଏଫ ୧୯୬ ବାଟାଲିୟନର ଯବାନମାନେ ନକ୍ସଲ ପ୍ରଭାବିତ ମହାଦେବ ଘାଟ ଅଞ୍ଚଳକୁ ପାଟ୍ରୋଲିଂ ପାଇଁ ବାହାରିଥିଲେ। ନକ୍ସଲମାନେ ସେହି ସମୟରେ ଯବାନମାନଙ୍କୁ ଟାର୍ଗେଟ କରିଛନ୍ତି।

Headlines 02- ବାଲେଶ୍ବରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି କରିଛି ପ୍ରଶାସନ । ଅରଡ଼ ବଜାର ଠାରୁ ପରିବା ମାର୍କେଟ ଅଞ୍ଚଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଛି । ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ସୂତନା ମିଳିଛି । ରେଳ ଲାଇନ୍ ସଂପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ବସ୍ତି ଉଚ୍ଛେଦ କରାଯାଉଛି । ହରିପୁରରୁ ଦର୍ଜିପୋଖରୀ, କସମିଳା ଠାରୁ ଫୁଲାଡି ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ଲାଗିଛି । ସେହିପରି ନୂଆବଜାର ରେଳ ଫାଟକ, ନୂଆବଜାର ପରିବା ମାର୍କେଟରେ ମଧ୍ୟ କର୍ଫ୍ୟୁ ଜାରି ରହିଛି ।

Headlines 03- ଲିଭ୍ ଇନ୍ ରିଲେସନସିପର ରକ୍ତାକ୍ତ ଅନ୍ତ ଘଟଣା ପୁଣିଥରେ ସାମ୍ନାକୁ ଆସିଛି । ବିବାହ କରିବାକୁ ବାଧ୍ୟ କରିବାରୁ ପ୍ରେମିକାର ଜୀବନ ନେଇଛି ପ୍ରେମିକ । ମୃତ ଶରୀରକୁ ୮ ମାସ ପର୍ଯ୍ୟନ୍ତ ଫ୍ରିଜ୍ ଭିତରେ ଲୁଚାଇ ରଖିଥିଲା । ମଧ୍ୟପ୍ରଦେଶ ଦେବାସରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। 

Headlines 04-  ଅନେକ ହିନ୍ଦୀ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ଅଭିନେତା ଟିକୁ ତାଲସାନିଆଙ୍କ ହୃଦଘାତ ହୋଇଥିବା ଜଣାପଡ଼ିଛି। ଅଭିନେତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର କହିଛନ୍ତି ଯେ ଏହା ହୃଦଘାତ ଥିଲା। ବର୍ତ୍ତମାନ ଅଭିନେତାଙ୍କ ଅବସ୍ଥା ସ୍ଥିର ଥିବା ଏବଂ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ବୋଲି କୁହାଯାଉଛି। ଟିକୁ ତାଲସାନିଆଙ୍କ ଏପରି ଖବର ଆସିବା ପରେ ଫିଲ୍ମ ଷ୍ଟାର ଏବଂ ତାଙ୍କ ପ୍ରଶଂସକମାନେ ଅଭିନେତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

Headlines 05- ପ୍ରବାସୀ ଭାରତୀୟ ସମ୍ମିଳନୀରୁ ଏକ ବଡ଼ ସଫଳତା ମିଳିଛି । ଇଣ୍ଡିଆନ ଚାମ୍ବର ଅଫ କମର୍ସ ସହିତ ଚୁକ୍ତି ସ୍ବାକ୍ଷରିତ କରିଛି ଏସିଆନ ଇଣ୍ଡିଆ ଇକୋନୋମିକ କାଉନ୍ସିଲ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିବା ସୂଚନା ମିଳିଛି ।

Headlines 06- ବ୍ରହ୍ମପୁର ୧୬ ନମ୍ୱର ଜାତୀୟ ରାଜପଥ ଖଜୁରିଆ ନିକଟରେ ଥିବା ଏକ କୋଠାରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ ହୋଇଛି । ବ୍ୟାଗରୁ ୩୦ରୁ ଅଧିକ ବୋମା ରହିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ କିଛି ଯୁବକ ଦୌଡ଼ି ପଳାଇଥିଲେ । ଜଣେ ଯୁବକଙ୍କୁ ଅଟକ ରଖାଯାଇଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି । ଫେରାର୍ ଥିବା ଆଉ ୩ ଯୁବକଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଏସ୍‌ପି କହିଛନ୍ତି । ବ୍ୟାଗରୁ ୭ଟି ବୋମା ଜବତ କରି ନଷ୍ଟ କରିଛି ସ୍ବତନ୍ତ୍ର ଟିମ୍ ।

Headlines 07- ବୈକୁଣ୍ଠ ଧାମ ଆଶ୍ରମ ଉପରୁ ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ। ଫେବୃଆରୀ ୩ରେ ଜବାବ ଦାଖଲ କରିବେ ଆଶ୍ରମ କର୍ତ୍ତୃପକ୍ଷ। ଆଶ୍ରମ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ସରକାରୀ ଅନୁମତି ପତ୍ର ନକଲି ଥିବା ଦର୍ଶାଇ ରାଜ୍ୟସରକାରଙ୍କ ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ପୂର୍ବରୁ ୨୦୨୪, ଡିସେମ୍ବର ୨୦ରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏହି ଜମିକୁ ଟ୍ରଷ୍ଟ ନାଁରେ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁପାରିଶ କରିଥିବା ଦର୍ଶାଇ ଆବେଦନକାରୀ ଦାଖଲ କରିଥିବା ଚିଠିଟି ଏକ ଜାଲ ଚିଠି। ଏ ନେଇ ସତ୍ୟପାଠ ଦାଖଲ କରିବାକୁ ଡିସେମ୍ବର ୨୦ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Headlines 08- ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ପ୍ରବାସୀ ଭାରତୀୟ ପ୍ରଦର୍ଶନୀ । ଜନତା ମଇଦାନରେ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ସାଧାରଣ ଜନତା । ଆସନ୍ତାକାଲି ସଂଧ୍ୟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ ।  ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିଥିବା ସମୟରେ ଏହା ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରଦର୍ଶନକୁ ପରିଦର୍ଶନ କରିପାରିବେ।

Headlines 09- ଛତିଶଗଡ଼ ସୁକମାରେ ୯ ହାର୍ଡକୋର୍ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ୨ ମହିଳା ମାଓବାଦୀଙ୍କ ସମେତ ମୋଟ ୯ ଜଣ ଏସ୍‌ପିଙ୍କ ନିକଟରେ ପହଞ୍ଚି ସମାଜର ମୁଖ୍ୟସ୍ତ୍ରୋତକୁ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ । ପୂର୍ବରୁ ୯ ଜଣଙ୍କ ଉପରେ ୪୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା ।

Headlines 10- ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆସନ୍ତାକାଲି ଠାରୁ ଶୀତର ପ୍ରକୋପ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ,  ଆଜି ବିଶେଷକରି, କୋରାପୁଟ, ଢେଙ୍କାନାଳ, ସମ୍ବଲପୁର , ସୁନ୍ଦରଗଡ, କନ୍ଧମାଳ ଓ ଅନୁଗୁଳରେ ଘନ କୁହୁଡିର ଦୃଶ୍ୟକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି। ହାଲୁକା ଶୀତ ସହ ଘନ କୁହୁଡି ରାଜ୍ୟବାସୀଙ୍କୁ କଲବଲ କରୁଥିବା ବେଳେ ୧୩ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି଼ ରହିବ ବୋଲି ଜଣାପଡିଛି। 

Also Read- Makar Sankranti 2025: ମକର ସଂକ୍ରାନ୍ତିରେ ଅଦ୍ଭୁତ ସଂଯୋଗ, ୩ ରାଶିକୁ ମିଳିବ ଲାଭ

Also Read- Curry leaves: ଡାଇବେଟିସ୍ ଅଛି କି ? ଭୃସଙ୍ଗ ପତ୍ରର ଏମିତି କରନ୍ତୁ ବ୍ୟବହାର