Top 10 News: ଜଗନ୍ନାଥ ମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ୍, ଖୋ-ଖୋ ବିଶ୍ୱକପ୍ ଜିତିଲା ଭାରତ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2608453

Top 10 News: ଜଗନ୍ନାଥ ମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ୍, ଖୋ-ଖୋ ବିଶ୍ୱକପ୍ ଜିତିଲା ଭାରତ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ପୁରୀ ଜଗନ୍ନାଥ ମନ୍ଦିର ଭିତରର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପୁଣି ଥରେ ଶ୍ରୀ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 19 January 2025

Top 10 News Headlines 19 January 2025: H1. Jagannath Temple inside video viral: ପୁରୀ ଜଗନ୍ନାଥ ମନ୍ଦିର ଭିତରର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ୟୁଜର ସେୟାର କରିଛନ୍ତି। ଭିଡିଓରେ ମନ୍ଦିର ପରିସର ଏବଂ ଗର୍ଭଗୃହର ଚିତ୍ର ଦୃଶ୍ୟମାନ ହେଉଛି। ଏହି ଘଟଣା ପୁଣି ଥରେ ଶ୍ରୀ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

H2. odisha weather forecast: ଶୀତରେ ଥରୁଛି ଓଡ଼ିଶା। ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ୪ରୁ ୫ଦିନ ଯାଏଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ଏଭଳି ଶୀତ ଜାରି ରହିବ। ଏହାସହ ବର୍ତ୍ତମାନ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ସାମାନ୍ୟ ଅଧିକ ରହୁଥିବାରୁ ରାତିରେ ଶୀତର ପ୍ରକୋପ ଅଧିକ ରହୁଛି । ଏହା ସମେତ ରାଜ୍ୟରେ ଆହୁରି ୨୪ ଘଣ୍ଟା ଘନକୁହୁଡ଼ି ଦୃଶ୍ୟମାନ ହେବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି।

H3. Chilika Bird Census: ଚିଲିକାରେ ଚାଲିଥିବା ପକ୍ଷୀ ଗଣନା ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀଙ୍କ ପ୍ରଜାତି ବଢିଥିବା ବେଳେ ଏହାର ସଂଖ୍ୟା କମିଛି । ଚଳିତବର୍ଷ ଚିଲିକାକୁ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ସଂଖ୍ୟକ ପକ୍ଷୀ ଆସିଥିବା ବେଳେ ଗତବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିଲେ। ଯାହାକି ଗତ ବର୍ଷ ତୁଳନାରେ ୧୦୫୩୧ କମ୍।

H4. EPFO New Rule: ଇପିଏଫଓ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଅନଲାଇନ୍ ଟ୍ରାନ୍ସଫର କ୍ଲେମକୁ ସରଳ କରିଛି। ଏହି ପରିବର୍ତ୍ତନ ପିଏଫ୍ ଟ୍ରାନ୍ସଫର ପ୍ରକ୍ରିୟାକୁ ସରଳ କରିବ। ଏହା ସହିତ ଟ୍ରାନ୍ସଫର ବିଳମ୍ବ ହ୍ରାସ ପାଇବ ଏବଂ ଦକ୍ଷତା ବୃଦ୍ଧି ପାଇବାର ଆଶା କରାଯାଉଛି। ସୂଚନା ଅନୁଯାୟୀ ଚାକିରି ପରିବର୍ତ୍ତନ କରୁଥିବା ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବା ପାଇଁ EPFO ​​ଏହି ପଦକ୍ଷେପ ନେଇଛି। ଏହି କାମ ଆଧାର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସାହାଯ୍ୟରେ ସମାପ୍ତ କରାଯାଇପାରିବ।

H5. MahaKumbh Fire: ପ୍ରୟାଗରାଜର ମହାକୁମ୍ଭ ମେଳାର ସେକ୍ଟର ୫ରେ ଅଗ୍ନିକାଣ୍ଡ ଘଟିଛି। କୁହାଯାଉଛି ଯେ ବିବେକାନନ୍ଦ ସେବା ସମିତି ବାରାଣସୀର ତମ୍ବୁରେ ଖାଦ୍ୟ ରାନ୍ଧୁଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଯଦିଓ ଏହା ସରକାରୀ ଭାବରେ ନିଆଁ ଲାଗିବାର କାରଣ ନିଶ୍ଚିତ ହୋଇନାହିଁ। ନିଆଁ ଅନେକ ତମ୍ବୁକୁ ଜାଳି ପାଉଁସ କରି ଦେଇଥିଲା, ଯାହା ଫଳରେ ସେଠାରେ ରଖାଯାଇଥିବା ଗ୍ୟାସ ସିଲିଣ୍ଡରଗୁଡ଼ିକ ବିସ୍ଫୋରଣ ହେବା ଆରମ୍ଭ କରିଦେଲା ଏବଂ କିଛି ସମୟ ମଧ୍ୟରେ ୨୦ ରୁ ୨୫ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଥିଲା।

H6. PM Modi Mann Ki Baat: ନୂତନ ବର୍ଷ ଆରମ୍ଭ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ୍ ରବିବାର ପ୍ରଥମ 'ମନ କି ବାତ' କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ। ଏହା  ୧୧୮ତମ ଏପିସୋଡ୍ ଥିଲା। ସାଧାରଣତଃ ଏହି କାର୍ଯ୍ୟକ୍ରମ ମାସର ଶେଷ ରବିବାରରେ ପ୍ରସାରିତ ହୁଏ କିନ୍ତୁ ଏଥର ଶେଷ ରବିବାର ଜାନୁଆରୀ 26 ଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମନ କି ବାତ' କାର୍ଯ୍ୟକ୍ରମ ଗୋଟିଏ ସପ୍ତାହ ପୂର୍ବରୁ ପ୍ରସାରିତ ହୋଇଥିଲା।

H7. Manu Bhaker Grand Mother Uncle Death: ଅଲିମ୍ପିକ୍ ସୁଟର ମନୁ ଭାକରଙ୍କ ଉପରେ ଦୁଃଖର ପାହାଡ଼ ପଡ଼ିଛି। କାରଣ ଏହି ଆଥଲେଟଙ୍କ ଆଇମା ଏବଂ ମାମୁଁ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର ବାଇପାସ୍ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁହେଁ ଗୋଟିଏ ସ୍କୁଟରରେ ଯାଉଥିଲେ କିନ୍ତୁ ଏକ ବ୍ରେଜା କାର ସେମାନଙ୍କ ସ୍କୁଟରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

H8. Trump meets Mukesh Ambani, Nita Ambani: ସୋମବାର ଅର୍ଥାତ୍ ୨୦ ଜାନୁଆରୀରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହ ପୂର୍ବରୁ ବିଶ୍ୱର ଅନେକ ପ୍ରମୁଖ ରାଜନେତା ଯୋଗଦେବା ପାଇଁ ୱାଶିଂଟନରେ ପହଞ୍ଚିଛନ୍ତି। ଏହି ମହାନ କାର୍ଯ୍ୟକ୍ରମ ପୂର୍ବରୁ ଆମେରିକାରେ ଏକ ରାତ୍ରୀଭୋଜନର ଆୟୋଜନ କରାଯାଇଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନୀ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

H9. Kho Kho World Cup 2025: ପ୍ରଥମ ଖୋ-ଖୋ ବିଶ୍ୱକପ୍ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ଏବଂ ମହିଳା ଦଳ ପକ୍ଷରୁ ଦୃଢ଼ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ପ୍ରଥମେ ଭାରତୀୟ ମହିଳା ଦଳ ନେପାଳକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଏହା ପରେ ଭାରତୀୟ ପୁରୁଷ ଦଳ ମଧ୍ୟ ଏକ ଐତିହାସିକ ପ୍ରଦର୍ଶନ କରିଥିଲା। ପୁରୁଷ ଖୋ-ଖୋ ବିଶ୍ୱକପର ଫାଇନାଲ ମ୍ୟାଚ୍ ଭାରତ ଏବଂ ନେପାଳ ଦଳ ମଧ୍ୟରେ ଖେଳାଯାଇଥିଲା। ଏହାକୁ ମଧ୍ୟ ଟିମ୍ ଇଣ୍ଡିଆ ଜିତି ନେଇଥିଲା। 

H10. Neeraj Chopra Married Javelin: ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ନୀରଜ ଇନଷ୍ଟାଗ୍ରାମରେ ବିବାହର ୩ଟି ଫଟୋ ସେୟାର କରିଛନ୍ତି। ଏଥିରେ ସେ ନିଜ ପତ୍ନୀଙ୍କ ସହିତ ନଜର ଆସିଛନ୍ତି। ନୀରଜ କ୍ୟାପସନରେ ଲେଖିଛନ୍ତି- ମୋ ପରିବାର ସହିତ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କଲି।