Top 10 News: ହସ୍ପିଟାଲରେ ଭର୍ତ୍ତି ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...
Advertisement
Article Detail0/zeeodisha/odisha2472174

Top 10 News: ହସ୍ପିଟାଲରେ ଭର୍ତ୍ତି ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...

Top 10 News: ହସ୍ପିଟାଲରେ ଭର୍ତ୍ତି ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...

Top 10 News: ହସ୍ପିଟାଲରେ ଭର୍ତ୍ତି ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...

1. Srimandira: ଆସନ୍ତା ୧୬ ତାରିଖ ଅର୍ଥାତ ବୁଧବାର ଦିନ ୪ ଘଣ୍ଟା ଲାଗି ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଶାସନ କହିଛି ଏହିଦିନ ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଏହି ଦିନ ଆଶ୍ୱିନ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ପଡ଼ୁଛି। କୁମାର ପୂର୍ଣ୍ଣମୀକୁ ଆଖିରେ ରଖି ଶ୍ରୀ ଜିଉଙ୍କ ପାରମ୍ପରିକ ବନକଲାଗି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି। ଏଣୁ ସାଧାରଣଙ୍କ ଦର୍ଶନ ସମୟରେ ଏହି ନୀତି ପାଳନ କରି ହେବ ନାହିଁ। ପୁଣି ଏହା ଏକ ବିଳମ୍ବିତ ନୀତି ହୋଇଥିବାରୁ ଏଥିଲାଗି ୪ ଘଣ୍ଟା ସମୟ ଲାଗିବ।

2.Durga Puja Bhasani: ସରିଲା ପୂଜା। ଏବେ ଭଷାଣ ଯାତ୍ରା । ତେବେ ଆଜି ଅର୍ଥାତ୍ ସୋମବାର ଦୁର୍ଗାପୂଜା ଭଷାଣୀ ଯାତ୍ରା ଉପଲକ୍ଷେ ବିଭିନ୍ନ ରାସ୍ତାରେ ଯାନବାହନ ଚଳାଚଳ ନିୟନ୍ତ୍ରିତ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ୨୦୦୩ ଧାରା ୨୮ ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮ ଏବଂ ପୋଲିସ କମିଶନରେଟ୍ ଭୁବନେଶ୍ୱର କଟକ ଟ୍ରାଫିକ୍  ପବ୍ଲିକ ଅର୍ଡର ୨୦୦୮ ଧାର ୩୬ ଅନୁସାରେ ନିମ୍ନଲିଖିତ କଟକଣା ଗୁଡିକ ଅପରାହ୍ଣ ୩ ଘଟିକା ଠାରୁ ରାତ୍ର ୧ ଘଟିକା କିମ୍ବା ଦୁର୍ଗାପୂଜା ଭଷାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ। 

3.SCO Sumiit: ମଙ୍ଗଳବାର ସନ୍ଧ୍ୟାରେ ପାକିସ୍ତାନ ମାଟିରେ ପାଦ ଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । SCO ବୈଠକରେ ଯୋଗ ପାଇଁ ଜୟଶଙ୍କର ପାକିସ୍ତାନ ଗସ୍ତ କରୁଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ମଧ୍ୟ ବୈଦେଶିକ ମନ୍ତ୍ରୀ ଯୋଗଦେବେ। ଏହି ରାତ୍ରୀ ଭୋଜନରେ ସଭାରେ ଭାଗ ନେବାକୁ ଆସୁଥିବା ସମସ୍ତ ପ୍ରତିନିଧୀମାନେ ଯୋଗ ଦେବେ । ତେବେ ଏସସିଓ କାର୍ଯ୍ୟକ୍ରମ ସମୟରେ ଉଭୟ ପକ୍ଷ କୌଣସି ଆନୁଷ୍ଠାନିକ ଦ୍ୱିପାକ୍ଷିକ ବୌଠକକୁ ଅସ୍ୱୀକାର କରିଛନ୍ତି।

4.Bomb: ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ନେଇ ଧମକ ଆସିଛି। ଏହି କାରଣରୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ବର୍ତ୍ତମାନ ସୁରକ୍ଷାକର୍ମୀମାନେ ବିମାନ ଯାଞ୍ଚ କରୁଛନ୍ତି ।ବିମାନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।
5.Prithviraj harichandan: ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କୁ ଦିଆଯିବ ମାଗଣା ମହାପ୍ରସାଦ କୁଡ଼ୁଆ । ଏହି ଯୋଜନା ଖୁବ୍‌ ଶୀଘ୍ର ଆରମ୍ଭ କରିବେ ରାଜ୍ୟ ସରକାର। ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କୁ ଏହି ମହାପ୍ରସାଦ କୁଡ଼ୁଆ ବଣ୍ଟାଯିବ । ଏଥିପାଇଁ ପ୍ରସ୍ତୁତି ଏବଂ ଆଲୋଚନା ଆରମ୍ଭ କରାଯାଇଥିବା କହିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

6.Road Accident News: ଯାଜପୁର ମଧ୍ୟ ଦେଇ ଯାଇଥିବା ଏନ୍ଏଚ୍ ୧୬ ଛତିଆ ନିକଟରେ ବାଇକକୁ ଧକ୍କା ଦେଇଛି ବସ୍ । ଫଳରେ ବାଇକ୍‌ ଆରୋହୀ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨ ଗୁରୁତର ଥିବା ସୂଚନା ମିଳିଛି । ବାରିପଦାରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା ଚକାଡୋଳା ବସ୍ । ବସ୍‌ରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଖବର ମିଳିଛି ।

7.RG Kar case: ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟାକୁ ବିରୋଧ କରି ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ସମେତ ବିଭିନ୍ନ ଡାକ୍ତର ସଂଗଠନ ସହ ଜରୁରୀକାଳୀନ ବୈଠକ ଡାକିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟ ସଚିବ ମନୋଜ ପନ୍ତ । ସୋମବାର ଦିନ 12.30 ସମୟରେ କୋଲକାତାର ଉତ୍ତର ସୀମାରେ ଥିବା ସଲ୍ଟ ହ୍ରଦରେ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟାଳୟ ସ୍ୱାସ୍ଥ୍ୟ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ପ୍ରତ୍ୟେକ ସଂଘରୁ ଦୁଇଜଣ ମୁଖ୍ୟ ପ୍ରତିନିଧି ପଠାଇବାକୁ କୁହାଯାଇଛି । ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିବେ।

8.Uddhav Thackry: ହସ୍ପିଟାଲରେ ଭର୍ତ୍ତି ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।  ଗତ ୨୦୧୨ରେ ହୃଦଘାତର ଶିକାର ହୋଇଥିଲେ । ତାଙ୍କ ହାର୍ଟରେ ବ୍ଲକେଜ୍ ଥିବାରୁ ୨୦୧୬ ତାଙ୍କର ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ହୋଇଥିଲା । ଏଣୁ ସୋମବାର ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ହୃତପିଣ୍ଡରେ ସମସ୍ୟା ରହିଛି, କିଛି ଦିନ ଅନ୍ତରାଳରେ ସେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଇ ଆସୁଛନ୍ତି । 

9.jammu-Kashmir: ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରୁ ଉଠିଲା ରାଷ୍ଟ୍ରପତି ଶାସନ । ରବିବାର ବିଳମ୍ବିତ ରାତିରେ ଏହାକୁ ହଟାଇ ଦିଆଯାଇଛି । ୨୦୧୯ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ୭ ବର୍ଷ ୪ ମାସ ଧରି ରାଷ୍ଟ୍ରପତି ଶାସନ ଲାଗୁ ରହିଥିଲା।

10.Srimandir: ଶ୍ରୀମନ୍ଦିରରେ ଏଣିକି ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବ। ଭକ୍ତଙ୍କ ଆବେଗକୁ ଆଖିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିନେଇ ସରକାର କୌଣସି ଖର୍ଚ୍ଚ କରିବେ ନାହିଁ, ବରଂ ବଦାନ୍ୟ ଲୋକଙ୍କଠୁ ଏନେଇ ଦାନ ସଂଗ୍ରହ କରାଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିନେଇ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସମ୍ଭରାବନା ଦର୍ଶାଇଛନ୍ତି ରାଜ୍ୟ ସରକାର।