1.Former PM Manmohan Singh Death: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ଦେହାନ୍ତ ହୋଇଛି। ଗତକାଲି ରାତିରେ ସେ ଦିଲ୍ଲୀରେ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ବିରିଷ୍ଠ ରାଜନେତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଲହରୀ ଖେଳି ଯାଇଛି। ରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ,କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସ ନେତା ଶୋକବ୍ୟକ୍ତ କରିଛନ୍ତି । କେବଳ ସେତିକୁ ନୁହେଁ,ମାଳଦ୍ୱୀପ , ଆଫଗାନିସ୍ତାନ ସମେତ ପଡ଼ୋଶୀ ଦେଶର ନେତା ମଧ୍ୟ ମନମୋହନ ସିଂହଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ସରକାର ୭ ଦିନିଆ ଶୋକ ଘୋଷଣା କରିଛନ୍ତି। ଡିସେମ୍ୱର ୨୬ ରୁ ୨୦୨୫ ଜାନୁୟାରୀ ୧ ପର୍ଯ୍ୟନ୍ତ ଏହି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ।
2.Abdul Rehman Makki Dies: ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବାର ଡେପୁଟି ଚିଫ୍ ଅବଦୁଲ ରେହମାନର ଦେହାନ୍ତ ହୋଇଛି । ପାକିସ୍ତାନର ଲାହୋରରେ ଥିବା ସମୟରେ ହୃଦଘାତରେ ଅବଦୁଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
3.BJP Donor List: ଭାରତର ନିର୍ବାଚନ ଆୟୋଗ ଏହାର ଅଫିସିଆଲ୍ ୱେବସାଇଟରେ ରାଜନୈତିକ ଦଳଗୁଡିକ ଗ୍ରହଣ କରିଥିବା ଦାନ ସମ୍ପର୍କରେ ସୂଚନା ସେୟାର କରିଛି। ECI ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଅନ୍ୟ ଦଳ ତୁଳନାରେ ୨୦୨୩-୨୪ ମସିହାରେ ବିଜେପି ୨୨୪୪ କୋଟି ଟଙ୍କା ଦାନ ଆକାରରେ ପାଇଛି। ୧୦ ବର୍ଷ ଧରି କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଗତ ବର୍ଷ ତୁଳନାରେ ତିନି ଗୁଣ ଅଧିକ ଦାନ ପାଇଛି। ଏହା ବ୍ୟତୀତ କଂଗ୍ରେସକୁ ୨୫୫ କୋଟି ଟଙ୍କା ଦାନ ମିଳିଛି।ଭାରତୀୟ ଜନତା ପାର୍ଟି (BJP) ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବାଧିକ ୨୨୪୪ କୋଟି ଟଙ୍କା ଦାନ ପାଇଛି।
4.Weather Update: ରାଜ୍ୟରେ ଜାରି ରହିଛି ଶୀତ ବର୍ଷାର ଲୁଚକାଳି ଖେଳ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଉତ୍ତର ଓ ପଶ୍ଚିମ ଓଡି଼ଶାରେ ୨୮ ଓ ୨୯ ତାରିଖରେ ହାଲୁକା ବର୍ଷା ହୋଇପାରେ। ଏନେଇ ପୁଣି ଅଦିନିଆ ବର୍ଷାକୁ ନେଇ ଛାନିଆ ହୋଇଛି ଚାଷୀ।ସେପଟେ, ଜାନୁଆରୀ ପ୍ରଥମ ସପ୍ତାହରେ ଆଉ ଏକ ଲଘୁଚାପ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କଲେଣୀ।
5.K. Annamalai: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଏବଂ ତାଙ୍କ ଦଳ ଡିଏମକେ କ୍ଷମତାରୁ ନ ହଟିବା ପର୍ଯ୍ୟନ୍ତ ସେ ଜୋତା, ଚପଲ ପିନ୍ଧିବେ ନାହିଁ ବୋଲି ରାଜ୍ୟ ବିଜେପି ସଭାପତି କେ ଆନ୍ନାମଲାଇ ଘୋଷଣା କରିଛନ୍ତି। କୋଏମ୍ବାଟୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିବା ସହ ଏହି ସମୟରେ ପିନ୍ଧିଥିବା ଜୋତା ବାହାର କରି ନିଜ ହାତରେ ଧରିଥିଲେ। ଏବଂ ପଣ ପୂରଣ ପର୍ଯ୍ୟନ୍ତ ଆଉ ଜୋତା, ଚପଲ ପିନ୍ଧିବେ ନାହିଁ ବୋଲି କହିଥିଲେ।
6.Odisha News: ଜିରୋ ନାଇଟ୍ ସେଲିବ୍ରେସନ୍ ଓ ନୂଆ ବର୍ଷ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି। ଅନେକ ଜାଗାରେ ନୂଆ ବର୍ଷ(New Year)କୁ ଧୁମ୍ ଧାମରେ ପାଳନ କରାଯିବ। ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ଵ ଦିଆଯିବ ।
7.Manoj Ahuja: ବଢ଼ିଲା ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ଏକ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି ହୋଇଛି। କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛି। ଚଳିତ ମାସ ୩୧ରେ ସରୁଥିଲା ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ଜାନୁଆରୀ ମାସରେ ରାଜ୍ୟରେ ରହିଛି ଦୁଇ ବଡ଼ ଇଭେଣ୍ଟ। ଜାନୁଆରୀ ୮ରୁ ୧୦ ଯାଏ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଓ ୨୮-୨୯ତାରିଖରେ ଉତ୍କର୍ଷ ଓଡ଼ିଶା ମେକ୍ ଇନ ଓଡ଼ିଶା କନକ୍ଲେଭ। ଏହାର ଆୟୋଜନ ଠାରୁ ପରିଚାଳନାରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।
8.Amit Shah: ଆସନ୍ତା କାଲି ଓଡିଶା ଆସିବାର ଥିଲା ଗୃହମନ୍ତ୍ରୀ ଅମିତ୍(Amit Shah) ଶାହା । ହେଲେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ଏନେଇ ଯାଜପୁର ସାଂସଦ ରବି ନାରାୟଣ ବେହେରା ସୂଚନା ଦେଇଛନ୍ତି।
9.Former PM Manmohan Singh: ଭାରତୀୟ ଅର୍ଥନୀତିର ପ୍ରମୁଖ ସଂସ୍କାରକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଓଡ଼ିଶା ସହ ପାରିବାରିକ ସମ୍ପର୍କ ରହିଥିଲା। ଜଣେ ଅଣ ଓଡ଼ିଆ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ସେ ଓଡ଼ିଆ ଖାଦ୍ୟ, ଓଡ଼ିଆ ପରମ୍ପରା ଓ ଓଡ଼ିଆ ଚାଲି ଚଳଣୀ ପ୍ରତି ଆକର୍ଷିତ ଥିଲେ। ଯେତେବେଳେ ଓଡ଼ିଶା ଆସୁଥିଲେ କିଛି ସମୟ ଏହି ବାତାବରଣରେ ନିଜକୁ ବିତାଉଥିଲେ।
10. Weather Report of India: ଜି ଠାରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଦିଲ୍ଲୀ, ଗୁଜୁରାଟ ସମେତ ୮ ଟି ରାଜ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ଓ କୁଆପଥର ମାଡ ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଘୂର୍ଣ୍ଣିବଳୟ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ପ୍ରବାହିତ ହୋଇପାରେ। ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ତୁଷାରପାତ ଆରମ୍ଭ ହୋଇଯାଇଛି। ଦକ୍ଷିଣ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ବଜ୍ରପାତ ସହିତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି। ରାଜସ୍ଥାନର ୧୫ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଏବଂ ୧୬ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।