Top 10 News Today:ଝୋଟ ବ୍ୟାଗ ପାଇଁ ୨୪୭ କୋଟି, ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଏବଂ ଅନ୍ୟ ୧୦ ଖବର
Advertisement
Article Detail0/zeeodisha/odisha2414807

Top 10 News Today:ଝୋଟ ବ୍ୟାଗ ପାଇଁ ୨୪୭ କୋଟି, ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଏବଂ ଅନ୍ୟ ୧୦ ଖବର

Today Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today:ଝୋଟ ବ୍ୟାଗ ପାଇଁ ୨୪୭ କୋଟି, ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଏବଂ ଅନ୍ୟ ୧୦ ଖବର

ନିର୍ବାଚନ ଲଢ଼ିବେ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ୍‌!
ନିର୍ବାଚନ ମୈଦନାକୁ ଓହ୍ଲାଇବେ ଷ୍ଟାର୍‌ ରେସଲର୍‌ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ୍‌। କୁସ୍ତି ମୈଦାନ ପରେ ଏବେ ନିର୍ବାଚନୀ ମୈଦାନରେ ଦେଖାଇବେ ନିଜ ନିଜର ଦମ୍‌। ହରିଆଣା ବିଧାନସଭା ନିର୍ବାଚନରେ ଏମାନେ ନିଜ ଭାଗ୍ୟ ପରୀକ୍ଷା। ଏଥିପାଇଁ ଉଭୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ସୂତ୍ରରୁ ସୂଚନା ମିଳିଛି। ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଏଥିସହ ଉଭୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଛନ୍ତି। ଏହି ଦେଖାସାକ୍ଷାତ ପରେ ହିଁ ଉଭୟ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।

ଉତ୍ତର ପ୍ରଦେଶ ଜାଲ୍‌ ନୋଟ୍‌ କାରବାର: ଓଡିଆ ଯୁବକ ଗିରଫ
ମଦ୍ରାସାରେ ଛପା ଯାଉଥିଲା ଜାଲ୍‌ ନୋଟ୍‌ । ଅଚାନକ ରେଡ୍ ପରେ ମିଳିଲା ହଜାର ହଜାର ନକଲି ନୋଟ୍। ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଥିବା ଏକ ମଦ୍ରାସାରେ ରେଡ୍‌ ପରେ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ପ୍ରୟାଗରାଜର ସପୃକ୍ତ ମଦ୍ରାସାରେ ପାଠ ପଢ଼ା ଯାଉଥିଲା ନା ଆଉ କିଛି ତାହାର ଖୁଲାସା କରିଛି ପୋଲିସ । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମାଷ୍ଟରମାଇଣ୍ଡ ଜଣେ ଓଡ଼ିଆ ବୋଲି ୟୁପି ପୋଲିସ ସୂଚନା ଦେଇଛି। ଗତ ୨୮ ତାରିଖରେ ଉତ୍ତର ପ୍ରଦେଶ ପ୍ରୟାଗରାଜର ଏକ ମଦ୍ରାସାରେ ସନ୍ଦେହଜନକ ଗତିବିଧି ନେଇ ସୂଚନା ମିଳିଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଦଳ ବଳ ନେଇ ରେଡ୍ କରିଥିଲା ପ୍ରୟାଗରାଜ ପୋଲିସ।

ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ଦାବି
ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ। ସ୍ୱର ମିଳାଇଲେ କଂଗ୍ରେସ ଓ ବିଜେଡି। ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଆଜି ଗୃହରେ ପ୍ରଶ୍ନକାଳ ଚାଲିଥିବା ବେଳେ ଦାବି ରଖିଥିଲେ ବିଧାୟକ। ଏଥିପାଇଁ ବିଧାୟକ ତାରା ବାହିନୀ ପତି, ସନାତନ ବିଜୁଳି ଓ ପୂର୍ଣ୍ଣ ସେଠୀ ଦାବି ଉଠାଇଥିଲେ।

ଝୋଟ ବ୍ୟାଗ ପାଇଁ ୨୪୭ କୋଟି
ରାଜ୍ୟରେ ପୂର୍ବ ସରକାର ସମୟରେ ଝୋଟ ବ୍ୟାଗ ବଣ୍ଟନ କରଯାଇଥିଲା । ଏ ବାବଦରେ କେତେ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଝୋଟ ବ୍ୟାଗ ବଣ୍ଟନ କରିବା ସହିତ ପରିବାର ପିଛା ୧୦୦୦ ଟଙ୍କା ବଣ୍ଟନ କରିଥିଲେ ତତ୍କାଳୀନ ସରକାର। ଏଥିପାଇଁ କେଉଁ ଜିଲ୍ଲାରେ କେତେ ଟଙ୍କା ଖର୍ଚ ହୋଇଛି ତାହାର ଜିଲ୍ଲାୱାରୀ ତଥ୍ୟ ମାଗିଥିଲେ । ତା ସହିତ ଯେଉଁମାନେ ଏହା ପାଇବାରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ପାଇଁ କିଛି ବ୍ୟବସ୍ଥା ରହିଛି କି ନାହିଁ ତାହାକୁ ନେଇ ପ୍ରଶ୍ନ କରିଥିଲେ ଅମରେନ୍ଦ୍ର ଦାସ । ଗୃହରେ ଏହାର ଲିଖୁତ ଉତ୍ତର ରଖୁଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ବରସୁଆଁ ଲୌହ ଖଣିରେ ସିବିଆଇ ଚଢ଼ଉ
ଟେନସାସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ଚଢ଼ାଉ ଜାରି ରହିଛି। ସୁଚନା ମୁତାବକ ବିଗତ ଦୁଇ ତିନୋଟି ଆର୍ଥିକ ବର୍ଷରେ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହ ପଥର ଖଣି ବାରସୁଆଁ ଭେଲି ଟେଲିଙ୍ଗଡ୍ୟାମ୍ ରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ମେଟ୍ରିକ୍ ଟନ୍ ଲୌହ ପଥର ଗୁଣ୍ଡକୁ ଖଣି ବିଭାଗ ନିୟମ ଅନୁଯାୟୀ ବାରସୁଆଁ ଖଣି ପକ୍ଷରୁ ଷ୍ଟାକ୍ ପ୍ରସ୍ତୁତ କରାଯାଇ ଥାଏ | ପରେ ସ୍ଥାନୀୟ କୋଇଡ଼ା ଖଣି ବିଭାଗ ଦ୍ଵାରା ଉକ୍ତ ଷ୍ଟାକ୍ ର ମାନ ନିରୂପଣ କରି ସେଲ୍ ପକ୍ଷରୁ ଉକ୍ତ ଷ୍ଟାକ୍ ବାବଦ ରାଜସ୍ୱ ପୈଠ କରାଯିବା ପରେ ଉକ୍ତ ଷ୍ଟାକ୍ କୁ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରାଯାଇ ଥାଏ। ତେବେ ଅନେକ ସମୟରେ ଖଣି ବିଭାଗ ପକ୍ଷରୁ ଅନେକ ଷ୍ଟାକ୍ କୁ ଉଚ୍ଚ ମାନର ଦର୍ଶାଯାଇଥିବା ବେଳେ ଉକ୍ତ ଷ୍ଟାକ୍ କୁ ନିମ୍ନ ମାନର ଲୌହ ପଥର ଦର୍ଶାଇ ସେଲ୍ ବରସୁଆଁ ଲୌହ ପଥର ଖଣିର କର୍ତ୍ତୃପକ୍ଷ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରିଚାଲିଥିଲେ।

ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ
ପ୍ଟେମ୍ବର ମାସ ଶେଷ ସୁଦ୍ଧା ନୂଆ ରାସନ କାର୍ଡ ଦେବେ ରାଜ୍ୟ ସରକାର । ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୧୦ ଲକ୍ଷରୁ ଅଧିକ ଲୋକ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ଅଗଷ୍ଟ ୨୨ ତାରିଖ ଠାରୁ E - KYC ପ୍ରକ୍ରିୟାରେ ଜାଲ କାର୍ଡ ଧରିବା ପାଇଁ କାମ ଆରମ୍ଭ ହୋଇଛି। ଏହା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଚାଲିବ।

ବୃନେଇ ଗସ୍ତରେ ମୋଦୀ
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ବ୍ରୁନେଇ ଗସ୍ତରେ ଅଛନ୍ତି। ଦୁଇ ଦେଶ ଭିତରେ ଥିବା ୪୦ ବର୍ଷର କୂଟନୀତିକ ସମ୍ପର୍କକୁ ଏହା ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଦୁଇ ଦେଶ ଭିତରେ ଆଜି କିଛି ବୁଝାମଣା ସ୍ୱାକ୍ଷର ହେବା କାର୍ଯ୍ୟକ୍ରମ ରହିଛି। 

ଆସନ୍ତାକାଲିଠୁ ବଡ଼ ବର୍ଷା 
ଆସନ୍ତାକାଲି ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଆଶଙ୍କା ରହିଛି। ଏହାର ପ୍ରଭାବରେ ଆଜିଠାରୁ ପାଗ ପରିବର୍ତ୍ତନ ଆଶଙ୍କା ରହିଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆଜିଠାରୁ ପାଗ ପରିବର୍ତନ ହେବା ଆଶଙ୍କା ରହିଛି। ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ଛାତ୍ର ସଂସଦ ନିର୍ବାଚନ ଦାବିରେ ଛାତ୍ର କଂଗ୍ରେସର ଆନ୍ଦୋଳନ
ଛାତ୍ର ନିର୍ବାଚନକୁ ନେଇ ବିବାଦ ଦେଖାଦେଇଛି। ଆଜି ଛାତ୍ର ସଂସଦ ନିର୍ବାଚନ ଦାବିରେ ବିଧାନସଭା ଘେରାଉ କରିଛି ଛାତ୍ର କଂଗ୍ରେସ। ଘେରାଉ ସମୟରେ ପୁଲିସର ସୁରକ୍ଷା ବଳୟ ଭାଙ୍ଗି କଂଗ୍ରେସ କର୍ମୀ ବିଧାନସଭା ଆଡକୁ ଯିବାକୁ ଆଗ୍ରସର ହେଉଥିବା ବେଳେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୁଲିସ। କିଛି ସମୟ ଧରି ପୁଲିସ ଏବଂ କଂଗ୍ରେସକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଉଛି।

ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ରେକର୍ଡ ପ୍ରଦର୍ଶନ ଜାରୀ
ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ବୁଧବାର ଟିମଇଣ୍ଡିଆ ଟୋକିଓ ଅଲିମ୍ପିକ୍ସର ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଛି । ଟୋକିଓ ଗେମ୍ସରେ ଭାରତ ୧୯ ପଦକ ଜିତିଥିଲା । ଏବେ ପ୍ୟାରିସରେ ଏହା ଖବର ଲେଖା ହେବା ପର୍ଯ୍ୟନ୍ତ ୨୦ରେ ପଂହଚି ସାରିଛି । ଭାରତ ଏଥର ୨୫ ଟାର୍ଗେଟରେ ଓହ୍ଲାଇଥିଲା । ଯାହାକି ପୂର୍ଣ୍ଣ ହେବା ପରି ଲାଗୁଛି । ୩ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ଭାରତ ହାସଲ କରିଛି । ସୂଚନାଯୋଗ୍ୟ, ପାରା ଅଲିମ୍ପିକ୍ସର ଆରମ୍ଭ ରୋମରେ ୧୯୬୦ରେ ହୋଇଥିଲା । ଭାରତ ୧୯୬୮ରେ ପାରା ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲା । ପଦାର୍ପଣ ଗେମ୍ସରେ ଭାରତ ପଦକ ଜିତି ପାରି ନ ଥିଲା ।