Top 10 News Headlines: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଡିସିପିଙ୍କ ପ୍ରେସମିଟ୍, ଜମ୍ମୁ-କଶ୍ମୀର ବିଧାନସଭାରେ ଖଣ୍ଡଯୁଦ୍ଧ
Advertisement
Article Detail0/zeeodisha/odisha2506107

Top 10 News Headlines: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଡିସିପିଙ୍କ ପ୍ରେସମିଟ୍, ଜମ୍ମୁ-କଶ୍ମୀର ବିଧାନସଭାରେ ଖଣ୍ଡଯୁଦ୍ଧ

Top 10 News Headlines:  ଅପରାହ୍ଣର ୧୦ ଟି ବଡ଼ ଖବର ପଢନ୍ତୁ ଟୁଟକୀରେ...

Top 10 News Headlines: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଡିସିପିଙ୍କ ପ୍ରେସମିଟ୍, ଜମ୍ମୁ-କଶ୍ମୀର ବିଧାନସଭାରେ ଖଣ୍ଡଯୁଦ୍ଧ

Cuttack Gang Rape Update: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଡିସିପିଙ୍କ ପ୍ରେସମିଟ୍ । ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ୪ ତାରିଖରେ ବାଦାମବାଡ଼ି ଥାନାରେ ମାମଲା ରୁଜୁ ହୋଇଥିଲା । ୫ ତାରିଖରେ ୩ ଓ ୬ ତାରିଖରେ ଆଉ ୩ ଜଣଙ୍କୁ ଗିରଫ କରାଗଲା ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା କହିଛନ୍ତି ଡିସିପି। 
 
Advance Money To Construct House: ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ମିଳିବ ଅଗ୍ରୀମ ଟଙ୍କା । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଡିଇଓଙ୍କୁ ଚିଠି ଲେଖାଯାଇଛି। ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ମିଳିବ ଅଗ୍ରୀମ ଟଙ୍କା। ଏସବୁ ପାଇଁ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି। ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଶିକ୍ଷକ ତଥ୍ୟ ଦେବେ ଏହାବାଦ୍ ଜମିର ମୂଲ୍ୟ ଓ ବିକ୍ରେତାଙ୍କ ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ। 

Vigilance Raid: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର। ବୈପାରୀଗୁଡା ସିଏଚ୍‌ସି ମେଡିକାଲ ଅଧିକାରୀ ଡାକ୍ତର ବିଶ୍ୱଜିତ୍‌ ଭୂୟାଁ ଆଜି ଧରାପଡିଛନ୍ତି। ବକେୟା ଦରମା କରାଇ ଦେବାକୁ କହି ୪୦ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ମେଡିକାଲ ଫାର୍ମାସିଷ୍ଟ ମଧ୍ୟ ଭିଜିଲାନ୍ସ ଜାଲରେ ପଡିଥିବା ସୂଚନା ମିଳିଛି। ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଚଢଉ ସହ ଘଟଣାର ତଦନ୍ତ ଜାରି ରହିଛି। 

Love Jihad At Bhubaneswar: ଭୁବନେଶ୍ବରରେ ଲଭ ଜିହାଦ୍‌ । ରାଜଧାନୀରେ ଯୁବତୀଙ୍କୁ ଟ୍ରାପରେ ପକାଇ ଟଙ୍କା ଲୁଟିନେଲା ଜମ୍ମୁ-କାଶ୍ମୀରର ଯୁବକ । ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଅଭିଯୁକ୍ତ । ମୋବାଇଲରେ ସୁଟ୍ କରି ଯୁବତୀ ଓ ତାଙ୍କ ପରିବାରକୁ ବ୍ଲାକମେଲ୍ କରିବା ସହ ଟଙ୍କା ମାଗିଲା । କେବଳ ସେତିକି ନୁହେଁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବି ଚାପ ପକାଉଥିଲା ଅଭିଯୁକ୍ତ ଜଣଙ୍କ । 

Jammu Kashmir Assembly: ଧାରା ୩୭୦କୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା । ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର । ଗୃହ କାର୍ଯ୍ୟ ଚାଲିଥିବା ବେଳେ ଠେଲାପେଲା ହେଲେ ଶାସକ ଓ ବିରୋଧୀ ଦଳର ନେତା। ୩୭୦ ଧାରା ଲାଗୁ କରିବା ପାଇଁ ପ୍ଲା-କାର୍ଡ ଧରି ଆସିଥିଲେ ପିଡିପି ବିଧାୟକମାନେ । ଯାହାକୁ ବିରୋଧ କରିଥିଲା ବିଜେପି ।

PM Modi Rally At Maharashtra: ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମହାରାଲି । ଆଜି ଧୁଲେ ରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିମେଣ୍ଟକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମହାମେଣ୍ଟର ଗାଡିରେ ଚକ ନାହିଁ କିନ୍ତୁ ଡ୍ରାଇଭର ସିଟ୍ ରେ କିଏ ବସିବ ତାକୁ ନେଇ ଝଗଡା ଚାଲିଛି ବୋଲି କହି ମହାମେଣ୍ଟ ଦଳର ପୋଲ୍ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। 

8 Years Of Demonetisation: ବିମୁଦ୍ରୀକରଣକୁ ପୂରିଲା ୮ ବର୍ଷ। ୨୦୧୬ ନଭେମ୍ବର ୮ ଅର୍ଥାତ୍ ଆଜିର ଦିନରେ କେନ୍ଦ୍ର ସରକାର ନେଇଥିଲେ ବିମୁଦ୍ରୀକରଣ ଭଲି ଘୁରୁତ୍ବପୂର୍ଣ୍ଣ ପଦକ୍ଷେପ। ନୂଆ ନିଷ୍ପତ୍ତି ଯୋଗୁ ରାତାରାତି ବ୍ଯାନ ହୋଇଯାଇଥିଲା ୫୦୦ ଓ ହଜାରେ ଟଙ୍କିଆ ନୋଟ। ଏଥିଲାଗି ସମ୍ପୂର୍ଣ୍ଣ ନଥିଲେ ଦେଶବାସୀ। ଫଳରେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲେ ସାରା ଦେଶବାସୀ।

Two Terrorist Killed: ଜମ୍ମୁ-କଶ୍ମୀରରେ ସୁରକ୍ଷା ବଳଙ୍କ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ। ସୋପୋରରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା। ମୃତ ଦୁଇ ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

Salman Khan Gets Another Threat: ଭାଇଜାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ସଲମାନଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ମେସେଜ୍ । ତେବେ ଫୋନ ଦେଇଥିବା ବ୍ୟକ୍ତି କର୍ଣ୍ଣାଟକରେ ଥିବା ପaଲିସକୁ ସୂଚନା ମିଳିଛି । ଅଧିକ ତଦନ୍ତ ପାଇଁ କର୍ଣ୍ଣାଟକକୁ ଯାଉଛି ମୁମ୍ବାଇ ପaଲିସ । ଗତକାଲି ବିଳମ୍ବିତ ରାତିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ଏହି ଧମକପୂର୍ଣ୍ଣ ମେସେଜ ମିଳିଥିବା ଜଣାଯାଇଛି । ଏଥିରେ କୁହାଯାଇଛି ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି । ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ।  ତାଙ୍କୁ ସେ ଭିତରେ ମାରିଦେବା ଲାଗି ଖୋଲା ଚେତାବନୀ ଦିଆଯାଇଛି ।

Champions Trophy 2025 : ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ସାମ୍ନାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ବଡ଼ ଝଟକା ଦେଇଛି ଟିମ୍ ଇଣ୍ଡିଆ। ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାଇଁ ପାକିସ୍ତାନ ଯିବ ନାହିଁ। ଟିମ୍ ଇଣ୍ଡିଆ ଦୁବାଇରେ ଖେଳିପାରେ। ତେବେ ଏପର୍ଯ୍ୟନ୍ତ ଏହାର ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଧ୍ୟ ପାକିସ୍ତାନ ନଯିବାର କାରଣ ଦର୍ଶାଇଛି। ବିସିସିଆଇ ସୁରକ୍ଷା କାରଣ ଦର୍ଶାଇଛି।