BSNL Plan: ୩୦୦ ଦିନର ଶସ୍ତା ରିଚାର୍ଜ ପ୍ଲାନ, ରହିଛି ଜବରଦସ୍ତ ଲାଭ
Advertisement
Article Detail0/zeeodisha/odisha2356001

BSNL Plan: ୩୦୦ ଦିନର ଶସ୍ତା ରିଚାର୍ଜ ପ୍ଲାନ, ରହିଛି ଜବରଦସ୍ତ ଲାଭ

BSNL Recharge Plan: ଆଜି ଆମେ ଆପଣଙ୍କୁ ବିଏସଏନଏଲର ସେହି ଆକର୍ଷଣୀୟ ପ୍ଲାନ ବିଷୟରେ ଜଣାଇବୁ ଯାହା କମ୍ ମୂଲ୍ୟରେ ଉପଭୋକ୍ତାଙ୍କୁ ଅଧିକ ବୈଧତା ପ୍ରଦାନ କରେ ।

BSNL Plan: ୩୦୦ ଦିନର ଶସ୍ତା ରିଚାର୍ଜ ପ୍ଲାନ, ରହିଛି ଜବରଦସ୍ତ ଲାଭ

BSNL Recharge Plan: ଆପଣ Jio, Airtel କିମ୍ବା Vi ନେଟୱାର୍କରୁ BSNL କୁ ପରିବର୍ତ୍ତନ (Port) କରିବାକୁ ଯୋଜନା କରୁଛନ୍ତି କି? ଯଦି ହଁ ତେବେ BSNL ପ୍ଲାନ ଗୁଡ଼ିକ ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରିପେଡ୍ ଉପଭୋକ୍ତାମାନଙ୍କ ପାଇଁ BSNL ର ଅନେକ ବଡ଼ ପ୍ଲାନ ରହିଛି । ଯାହା କମ୍ ମୂଲ୍ୟରେ ଦୀର୍ଘ ବୈଧତା ପ୍ରଦାନ କରିଥାଏ । ଆଜି ଆମେ BSNLର ୭୯୭ ଟଙ୍କା ପ୍ଲାନ ବିଷୟରେ ଆପଣଙ୍କୁ ଜଣାଇବୁ । ଏହି ପ୍ଲାନ ୩୦୦ ଦିନର ବୈଧତା ସହ ଉପଲବ୍ଧ । ଆସନ୍ତୁ ଜାଣିବା ଏହି ପ୍ଲାନରେ ଆପଣଙ୍କୁ କଣ ଫାଇଦା ମିଳିବ ।

BSNL 797 Recharge Plan

ମାତ୍ର ୭୯୭ ଟଙ୍କା ମୂଲ୍ୟର ଏହି ରିଚାର୍ଜ ପ୍ଲାନରେ ଆପଣ କମ୍ପାନୀର ଯେକୈଣସି ନେଟୱାର୍କକୁ ଅସୀମିତ ଭଏସ୍ କଲିଂ (ଲୋକାଲ୍ ଏବଂ STD) କରିପାରିବେ । ଏହା ସହିତ ଆପଣ ଯଦି ଇଣ୍ଟରନେଟ୍ ଚଲାଉଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଲାଭ ରହିଛି । ଏହି ପ୍ଲାନରେ ପ୍ରତିଦିନ 2 GB ଡାଟା ବ୍ୟବହାରର FUP ସୀମା ଅଛି । ଡାଟା ଏବଂ କଲିଂ ବ୍ୟତୀତ, ଆପଣ ଏହି ପ୍ଲାନରେ ପ୍ରତିଦିନ 100 ଟି SMS ପଠାଇପାରିବେ । କହିବାକୁ ଗଲେ ଏହି ପ୍ଲାନରେ ଆପଣ ସମସ୍ତ ତିନୋଟି ସୁବିଧା - ଇଣ୍ଟରନେଟ୍, କଲିଂ ଏବଂ SMSର ଲାଭ ୬୦ ଦିନ ପାଇଁ ପାଇପାରିବେ ।

ବୈଧତା

୭୯୭ ଟଙ୍କାର ରିଚାର୍ଜ ପ୍ଲାନରେ BSNL ଗ୍ରାହକଙ୍କୁ ୩୦୦ ଦିନର ଲମ୍ବା ବୈଧତା ମିଳିବ । ୬୦ ଦିନ ପରେ, ଉପଭୋକ୍ତାମାନଙ୍କୁ ଡାଟା, କଲିଂ ଏବଂ SMS ବ୍ୟବହାର ପାଇଁ ଅଧିକ ଦେୟ ଦେବାକୁ ପଡିବ । ସ୍ଥାନୀୟ କଲ୍ ପାଇଁ ପ୍ରତି ମିନିଟକୁ ୧  ଟଙ୍କା, STD କଲ୍ ପାଇଁ ପ୍ରତି ମିନିଟ୍ ୧.୩ ଟଙ୍କା, ସ୍ଥାନୀୟ SMS ପାଇଁ ୮୦ ପଇସା, STD SMS ପାଇଁ ୧.୨୦ ଟଙ୍କା ଏବଂ ଆନ୍ତର୍ଜାତୀୟ SMS ପାଇଁ ୬ ଟଙ୍କା ଦେୟ ରହିଛି । ଡାଟା ବ୍ୟବହାର ପାଇଁ ପ୍ରତି MB ପ୍ରତି ୨୫ ​​ପଇସା ଦେୟ ଚାର୍ଜ କରାଯିବ । BSNL ର ଏହି ପ୍ଲାନ ବିଶେଷ କରି ସେହି ଲୋକମାନଙ୍କ ପାଇଁ ଉପଯୋଗୀ ହେବ ଯେଉଁମାନେ କମ୍ ମୂଲ୍ୟରେ ଦୀର୍ଘ ବୈଧତା ଚାହୁଁଛନ୍ତି । ଏହାର ଅର୍ଥ ହେଉଛି ବାରମ୍ବାର ରିଚାର୍ଜ କରିବାର କୌଣସି ଚିନ୍ତା ରହିବ ନାହିଁ ଏବଂ ସିମ୍ ୩୦୦ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବ ।

Also Read- ସାମ୍ନାକୁ ଆସିଲା ମେକ୍‍ ଇନ୍‍ ଓଡ଼ିଶାର ବିଫଳତା: ଆସୁନି ବିଦେଶୀ ନିବେଶ, ଚିନ୍ତାରେ ମୋହନ !

Also Read- ଡାକ ଟିକଟରେ ସ୍ଥାନ ପାଇଲା ପ୍ରଭୁ ଶ୍ରୀରାମଙ୍କ ଛବି