Holi 2024: ପୁଲ୍ ପାର୍ଟି-ରେନ୍ ଡ୍ୟାନ୍ସ ଉପରେ ଲାଗିଲା କଟକଣା; ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha2166682

Holi 2024: ପୁଲ୍ ପାର୍ଟି-ରେନ୍ ଡ୍ୟାନ୍ସ ଉପରେ ଲାଗିଲା କଟକଣା; ଜାଣନ୍ତୁ କାରଣ

Bengaluru Water Crisis: ଆସନ୍ତା ସୋମବାର (୨୫ ମାର୍ଚ୍ଚ) ହୋଲି ପାଳିତ ହେବାକୁ ଯାଉଥିବା ବେଳେ ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ଏକ ବଡ଼ ନିଷ୍ପତ୍ତି ନେଇଛି।

 

Holi 2024: ପୁଲ୍ ପାର୍ଟି-ରେନ୍ ଡ୍ୟାନ୍ସ ଉପରେ ଲାଗିଲା କଟକଣା; ଜାଣନ୍ତୁ କାରଣ

BWSSB Impose Ban on Pool Party and Rain Dance: ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ପାଳିତ ହେବ ରଙ୍ଗର ପର୍ବ ହୋଲି। ହେଲେ ବିନା ପାଣିରେ କିପରି ରଙ୍ଗର ପର୍ବ ପାଳନ କରାଯିବ ତାହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ହେଲେ ଏକଥା ସତ୍ୟ। ହେଲେ ଏଥର ଦେଶର ଦେଶର ଆଇଟି ହବ୍ ତଥା ଇଲେକ୍ଟ୍ରୋନିକ୍ସ ରାଜଧାନୀ କୁହାଯାଉଥିବା ବେଙ୍ଗାଲୁରୁ ସହରରେ ବିନା ପାଣିରେ ହୋଲି ପାଳନ କରାଯିବ। କାରଣ ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭରୁ ବେଙ୍ଗାଲୁର ସହରରେ ଉତ୍କଟ ଜଳ ସଂକଟ ସୃଷ୍ଟି ହୋଇଛି।  

ବେଙ୍ଗାଲୁରୁ ସହରରେ ଜଳ ଅଭାବ ଏବଂ ଭୂତଳ ଜଳ ସ୍ତର ହ୍ରାସ ହେତୁ ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (BWSSB) ହୋଲି ଅବସରରେ ପୁଲ୍ ପାର୍ଟି-ରେନ୍ ଡ୍ୟାନ୍ସ ଆୟୋଜନ କରିବା ଉପରେ ପ୍ରତିବନ୍ଧକ ଲଗାଇଛି। ମନୋରଞ୍ଜନ ପାଇଁ ବ୍ୟବସାୟିକ ଉଦ୍ଦେଶ୍ୟରେ ଆୟୋଜିତ ହେଉଥିବା ଏପରି କାର୍ଯ୍ୟକ୍ରମ ପାଇଁ ଏହି ନିଷେଧାଦେଶ ପ୍ରଯୁଜ୍ୟ ହେବ। ଏନେଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ପ୍ରତିବନ୍ଧକ ଲଗାଯାଇଛି। ଯଦି କେହି ଏହି ନିର୍ଦ୍ଦେଶକୁ ପାଳନ କରନ୍ତି ନାହିଁ ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also Read: କାହିଁକି ବେଙ୍ଗାଲୁରୁରେ ସୃଷ୍ଟି ହୋଇଛି ଜଳ ସଙ୍କଟ? ସାମ୍ନାକୁ ବଡ଼ କାରଣ

ବେଙ୍ଗାଲୁରୁ ସହରରେ ଉତ୍କଟ ଜଳ ସଂକଟ କାହିଁକି ସୃଷ୍ଟି ହୋଇଛି ତାହାର କାରଣ ସମ୍ପର୍କରେ ଜଣାଇ ଦେଇଛି ସ୍ଥାନୀୟ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ। ଏନେଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ବର୍ଷା ଅଭାବରୁ ଭୂତଳ ଜଳ ସ୍ତର ହ୍ରାସ ପାଇଛି। ଯାହା ଫଳରେ ଅନେକ ଟ୍ୟୁବ୍ ୱେଲ ଶୁଖି ଯାଇଛି। ଏହି ପରିପ୍ରେକ୍ଷୀରେ ଜଳ ସଂକଟ ସମସ୍ୟାର ସମାଧାନ ପାଇଁ ବୋର୍ଡ ପାଇଁ ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ରଙ୍ଗର ପର୍ବ ହୋଲି ହେଉଛି ସାଂସ୍କୃତିକ ଉତ୍ସବ। ଏହାକୁ ଆପଣ ଆପଣଙ୍କ ଘରେ ପାଳନ କରିବାରେ କୌଣସି ଅସୁବିଧା ନାହିଁ।

ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ଦେଇଛି କେଉଁ ନିର୍ଦ୍ଦେଶ?
ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ପକ୍ଷରୁ ଆହୁରି କୁହାଯାଇଛି ଯେ ସାଂସ୍କୃତିକ ପ୍ରଦର୍ଶନ ଉପରେ କୌଣସି ପ୍ରତିବନ୍ଧକ ନାହିଁ। ହେଲେ ମନୋରଞ୍ଜନ ଭାବରେ ବ୍ୟବସାୟିକ ଉଦ୍ଦେଶ୍ୟ ସହିତ ପୁଲ୍ ପାର୍ଟି-ରେନ୍ ଡ୍ୟାନ୍ସ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ନିଷେଧାଦେଶ ଜାରି ହୋଇଛି। ଜନସାଧାରଣଙ୍କ ସ୍ୱାର୍ଥରେ ମନୋରଞ୍ଜନ ଲାଗି ବାଣିଜ୍ୟକ ଉଦ୍ଦେଶ୍ୟରେ ପୁଲ୍ ପାର୍ଟି-ରେନ୍ ଡ୍ୟାନ୍ସ ଆଦି କାର୍ଯ୍ୟକ୍ରମ ଲାଗି କାବେରୀ ନଦୀର ଜଳ ଏବଂ ବୋରୱେଲ ଜଳ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Also Read: ସାବଧାନ! ପାଣି ନଷ୍ଟ କଲେ ଭରିବେ ମୋଟା ଅଙ୍କର ଜରିମାନା

ଉତ୍କଟ ଜଳ ସଂକଟର ସାମ୍ନା କରୁଛି ବେଙ୍ଗାଲୁର ସହର
ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭରୁ ବେଙ୍ଗାଲୁର ସହରରେ ଉତ୍କଟ ଜଳ ସଂକଟର ସାମ୍ନା କରୁଛି। ବର୍ତ୍ତମାନ ସହରରେ ପ୍ରତ୍ୟେକ ବୁନ୍ଦା ପାଣିର ଗୁରୁତ୍ୱ ବଢିଯାଇଛି। ଏପରିକି ସହରର ଏକ ବଡ଼ ଅଂଶ ପାଣି ପାଇଁ ଟ୍ୟାଙ୍କର୍ ଉପରେ ନିର୍ଭରଶୀଳ ହୋଇପଡ଼ିଛି। ଏଥର ଜଳ ଅଭାବ ଏତେ ଭୟଙ୍କର ହୋଇଉଠିଛି ଯେ ଲୋକଙ୍କୁ ପାଣି ଯୋଗାଇବା କଷ୍ଟକର ହୋଇପଡ଼ିଛି। ଜଳର ଅପବ୍ୟବହାର ବନ୍ଦ କରିବାକୁ ଲୋକଙ୍କୁ କର୍ଣ୍ଣାଟକ ସରକାର ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ ସରକାର ଘରୋଇ ଜଳ ଟ୍ୟାଙ୍କର ସାହାଯ୍ୟରେ ଜଳ ସଙ୍କଟ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି।

ଜଳ ସଙ୍କଟ ପଛରେ ରହିଥିବା କାରଣ

  • କମ୍ ବର୍ଷା: ଗତ ବର୍ଷ ବେଙ୍ଗାଲୁରୁ ସହରରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିଲା। ଯେଉଁଥିପାଇଁ ଜଳଭଣ୍ଡାରରେ ଜଳ ସ୍ତର ହ୍ରାସ ପାଇଥିଲା।
  • ଜନସଂଖ୍ୟା ବୃଦ୍ଧି: ବେଙ୍ଗାଲୁରୁ ହେଉଛି ଦେଶର ଦ୍ରୁତ ବେଗରେ ବିକଶିତ ହେଉଥିବା ସହର ମଧ୍ୟରୁ ଅନ୍ୟତମ। ଜନସଂଖ୍ୟା ବୃଦ୍ଧି ହେତୁ ଜଳର ଚାହିଦା ମଧ୍ୟ ବୃଦ୍ଧି ପାଇଛି।
  • ଜଳ ସଂରକ୍ଷଣର ଅଭାବ: ବେଙ୍ଗାଲୁରୁ ସହରରେ ଜଳ ସଂରକ୍ଷଣ ଅଭ୍ୟାସର ଅଭାବ ରହିଛି। ଲୋକେ ଜଳକୁ ଅତ୍ୟଧିକ ବ୍ୟବହାର କରିବା ସହ ଏହାକୁ ନଷ୍ଟ କରଥାନ୍ତି।
  • ଅନିୟନ୍ତ୍ରିତ ଭୂତଳ ଜଳର ଶୋଷଣ: ଭୂତଳ ଜଳର ଅତ୍ୟଧିକ ଶୋଷଣ ମଧ୍ୟ ଜଳ ସଙ୍କଟର ଏକ ପ୍ରମୁଖ କାରଣ।