US Bridge Collapse: ପୋଲ ଭୁଷୁଡ଼ିବା ଦୁର୍ଘଟଣା କିମ୍ବା ଷଡଯନ୍ତ୍ର? ସାମ୍ନାକୁ ଆସିଲା ଭାରତ ଲିଙ୍କ
Advertisement
Article Detail0/zeeodisha/odisha2175497

US Bridge Collapse: ପୋଲ ଭୁଷୁଡ଼ିବା ଦୁର୍ଘଟଣା କିମ୍ବା ଷଡଯନ୍ତ୍ର? ସାମ୍ନାକୁ ଆସିଲା ଭାରତ ଲିଙ୍କ

Baltimore Bridge Collapse: ଆମେରିକାର ବାଲ୍ଟିମୋର ସହରରେ ନିର୍ମିତ ଏକ ଲୁହା ପୋଲ ଜାହାଜ ଧକ୍କା ହେତୁ ଭୁଷୁଡି ଯାଇଥିଲା। ଏହି ଘଟଣା ଏକ ଦୁର୍ଘଟଣା କିମ୍ବା ଷଡଯନ୍ତ୍ର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଘଟଣାର ଭାରତ ଲିଙ୍କ ସାମ୍ନାକୁ ଆସିଛି।

US Bridge Collapse: ପୋଲ ଭୁଷୁଡ଼ିବା ଦୁର୍ଘଟଣା କିମ୍ବା ଷଡଯନ୍ତ୍ର? ସାମ୍ନାକୁ ଆସିଲା ଭାରତ ଲିଙ୍କ

Francis Scott Key Bridge: ମଙ୍ଗଳବାର ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଟିମୋର ସହରରେ ତାସ ମୁଠା ଭଳି ଭୁଷୁଡ଼ି ଯାଇଥିଲା ଏକ ପୋଲ। ସହରରେ ଅବସ୍ଥିତ "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ଏକ କଣ୍ଟେନର ଜାହାଜ ସହ ଧକ୍କା ହେବା ପୋଲ ସମ୍ପୂର୍ଣ୍ଣ ଭୁଷୁଡି ଯାଇଥିଲା। ଏହି ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜାହାଜ ସହ ଧକ୍କା ହେବା ପରେ ପୋଲ ତାସ ମୁଠା ଭଳି ଭୁଷୁଡ଼ି ଯାଇଥିଲା। ଆମେରିକାର ବାଲ୍ଟିମୋର ସହରରେ ପୋଲ ଭୁଷୁଡ଼ିବା ଘଟଣାରେ ଆସିଛି ଭାରତ ଲିଙ୍କ। "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ସହ ସିଙ୍ଗାପୁର ପତାକା ରହିଥିବା "ଡାଲି" ନାମକ କଣ୍ଟେନର ଧକ୍କା ହୋଇଥିଲା। ଏହି ଜାହାଜର ସମସ୍ତ ଚାଳକ ଦଳ ସଦସ୍ୟ ଭାରତୀୟ ବୋଲି ଜଣାପଡ଼ିଛି। ପ୍ରାୟ ୨୨ ଜଣ ଚାଳକ ସଦସ୍ୟ "ଡାଲି" ଜାହାଜକୁ ନେଇ ଯାତ୍ରା କରୁଥିଲେ। ଏହି ଘଟଣା ସମ୍ପର୍କରେ ଜାରି ହୋଇଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଜାହାଜର ୨ ନାବିକଙ୍କ ସମେତ ସମସ୍ତ ଚାଳକ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି। 

ରିପୋର୍ଟ ଅନୁଯାୟୀ ସିପିଂ କମ୍ପାନୀ ସିନର୍ଜି ମରିନ ଗ୍ରୁପ୍ କଣ୍ଟେନର ହେଉଛି "ଡାଲି"। ଯେଉଁଥିରେ ସିଙ୍ଗାପୁର ପତାକା ରହିଥିଲା। ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ଜାହାଜରେ ଚାଳକ ଦଳରେ ୨୨ ଜଣ ସଦସ୍ୟ ରହିଥିଲେ। ସେମାନେ ସମସ୍ତେ ହେଉଛନ୍ତି ଭାରତୀୟ। ପୋଲ ଭୁଷୁଡ଼ିବା ଘଟଣାରେ ଜଣେ ଚାଳକ ସଦସ୍ୟଙ୍କ ମୁଣ୍ଡରେ ଆଘାତ ଲାଗିଛି। ଅନ୍ୟ ସମସ୍ତେ ଭଲ ଅଛନ୍ତି। ମଙ୍ଗଳବାର ଦିନ ୧:୩୦ ବେଳେ (ସ୍ଥାନୀୟ ସମୟ ଅନୁସାରେ) କଣ୍ଟେନର "ଡାଲି" ବାଲ୍ଟିମୋର ସହରରେ ଅବସ୍ଥିତ ଲୁହା ପୋଲ "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ସହ ଧକ୍କା ହୋଇଥିଲା। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଜାହାଜ ପୋଲ ତଳେ ଯାତ୍ରା କରୁଥିଲା। ପୋଲ ଭୁଷୁଡ଼ିବା ମାତ୍ରେ ଜାହାଜର ଏକ ଅଂଶରେ ଅଗ୍ନିକାଣ୍ଡ ହୋଇଥିଲା। ଆହୁରି ମଧ୍ୟ ଯେତେବେଳେ ଏହି ଘଟଣା ଘଟିଲା, ସେତେବେଳେ ଅନେକ ଗାଡି ପୋଲ  ଉପରେ ଯାତ୍ରା କରୁଥିଲେ।

Also Read: USA Bridge Collapses: ତାସ ମୁଠା ଭଳି ଭୁଷୁଡ଼ିଗଲା ପୋଲ; ଦେଖନ୍ତୁ ଭିଡ଼ିଓ

ପୋଲ ଭୁଷୁଡ଼ିବା ବେଳେ ଅନେକ ଗାଡ଼ି ପାଣିରେ ଖସି ପଡ଼ିଥିଲେ। ଏହି ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ପୋଲିସ ସମେତ ବିଭିନ୍ନ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ପୋଲିସ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୁର୍ଘଟଣା ଘଟିବା ସମୟରେ  "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ଉପରେ ୨୦ ନିର୍ମାଣ ଶ୍ରମିକ ଉପସ୍ଥିତ ରହିଥିଲେ। ପୋଲ ଭୁଷୁଡ଼ିବା ପରେ ସମସ୍ତେ ପାଣିରେ ପଡ଼ିଯାଇଥିଲେ। ହେଲେ ସ୍ଥାନୀୟ ପ୍ରଶାସନ ଏହାକୁ ନିଶ୍ଚିତ କରିନାହିଁ। ଏହି ଘଟଣାରେ ଭାଇରାଲ ହେଉଥିବା ଏକ ଭିଡିଓ ଦର୍ଶାଉଛି ଯେ ପ୍ରାୟ ବାଲ୍ଟିମୋର ସହରରେ ଅବସ୍ଥିତ ସେହି ୩ କିଲୋମିଟର ଲମ୍ବା ଲୁହା ପୋଲ ତାସ ମୁଠା ଭଳି ଭୁଷୁଡ଼ି ଯାଇଥିଲା। 

ରିପୋର୍ଟ ଅନୁଯାୟୀ "ଡାଲି" ନାମକ କଣ୍ଟେନର ମାଲିକ ହେଉଛନ୍ତି ଗ୍ରେସ୍ ଓସିନ୍ ପ୍ରାଇଭେଟ ଲିମିଟେଡ୍ ଏବଂ ସିନର୍ଜି ମେରାଇନ୍ ଗ୍ରୁପ୍। ସିଙ୍ଗାପୁର ଭିତ୍ତିକ ଏହି କମ୍ପାନୀ ମ୍ୟାନେଜର କହିଛନ୍ତି ଯେ ଏହାର କଣ୍ଟେନର "ଡାଲି ମେରିଲ୍ୟାଣ୍ଡ" ବାଲ୍ଟିମୋର ସହରରେ ଅବସ୍ଥିତ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍ ସହିତ ମୁହାଁମୁହିଁ ହୋଇଥିଲା। ଏହି ଘଟଣା ପରେ ଜାହାଜର ଏକ ଅଂଶରେ ନିଆଁ ଲାଗିଯାଇଥିଲା। ଯାହା ପରେ ନିଆଁକୁ ଆୟତ୍ତ କରାଯାଇଥିଲା।