ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଫଟୋକୁ ନେଇ ଆମେରିକାରେ ଚର୍ଚ୍ଚା
Advertisement
Article Detail0/zeeodisha/odisha2500466

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଫଟୋକୁ ନେଇ ଆମେରିକାରେ ଚର୍ଚ୍ଚା

ଭାଇରାଲ ହୋଇଥିବା ଫଟୋରେ ଟେସଲା ମୋଟୋର୍ସର ସିଇଓ ଏଲନ ମସ୍କ ଏବଂ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ଫଟୋ ମଧ୍ୟ ଯୋଡା ଯାଇଛି । Donald J. Trump Update ନାମରେ ଥିବା ଏକ X ଆଇଡିରୁ ଦୁଇଟି ଫଟୋକୁ ଯୋଡାଯାଇ ପୋଷ୍ଟ କରାଯିବା ସହ ସେଥିରେ ପଚରାଯାଇଛି ଯେ, ଏହା ମଧ୍ୟରୁ କେଉଁଟି ଅସଲି ପରି ଦେଖାଯାଉଛି ? 

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଫଟୋକୁ ନେଇ ଆମେରିକାରେ ଚର୍ଚ୍ଚା

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ନେଇ ଆମେରିକାରେ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ଏହାର କାରଣ ଜାଣିଲେ ଆପଣ ନିଶ୍ଚେ ଆଶ୍ଚର୍ଯ୍ୟ ହେବେ । ୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮ ମସିହା ଏପ୍ରିଲ ୫ ତାରିଖରେ ବଲାଙ୍ଗିର ଜିଲ୍ଲା ଦେଓଗାଁର ମହେଶ୍ୱର ସୁନାଙ୍କ ଘରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଭୋଜନ କରୁଥିଲେ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ସେହି ସମୟର ଏକ ଫଟୋକୁ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଯୋଡା ଯାଇଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି ।

ଭାଇରାଲ ହୋଇଥିବା ଫଟୋରେ ଟେସଲା ମୋଟୋର୍ସର ସିଇଓ ଏଲନ ମସ୍କ ଏବଂ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ଫଟୋ ମଧ୍ୟ ଯୋଡା ଯାଇଛି । Donald J. Trump Update ନାମରେ ଥିବା ଏକ X ଆଇଡିରୁ ଦୁଇଟି ଫଟୋକୁ ଯୋଡାଯାଇ ପୋଷ୍ଟ କରାଯିବା ସହ ସେଥିରେ ପଚରାଯାଇଛି ଯେ, ଏହା ମଧ୍ୟରୁ କେଉଁଟି ଅସଲି ପରି ଦେଖାଯାଉଛି ? । ଏହି ପୋଷ୍ଟଟି ଆମେରିକା ସମେତ ବର୍ତ୍ତମାନ ଭାରତରେ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ଏଏନଆଇ ପକ୍ଷରୁ ମଧ୍ୟ ଏ ବାବଦରେ ଏକ ପୋଷ୍ଟ କରାଯାଇଛି ।

ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଥିବା ଏକ କୁଡିଆ ଘରେ ଭୋଜନ ସମୟର ଫଟୋକୁ କାହିଁକି ବ୍ୟବହାର କରାଗଲା ସେନେଇ ଚର୍ଚ୍ଚା ହେଉଥିବା ସମୟରେ ଲୋକଙ୍କ ମନରେ ଏନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି । ବୋଧହୁଏ ଅନ୍ୟ ଦେଶର ଲୋକଙ୍କୁ ଓଡ଼ିଆ ସଂସ୍କୃତି ଓ ଖାଦ୍ୟପେୟର ଶୈଳୀ ଖୁବ ପସନ୍ଦ ଆସୁଛି ବୋଲି ମତ ପ୍ରକାଶ ପାଇଛି ।

ଆପଣଙ୍କୁ କହିରଖୁଛୁ ଯେ, ନଭେମ୍ୱର ୫ (ମଙ୍ଗଳବାର) ଦିନ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଯାହାର ଫଳାଫଳ ନଭେମ୍ୱର ୬ରେ ବାହାରିବ । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ହେବେ ନା କମଲ ହାସନଙ୍କୁ ରାଷ୍ଟ୍ରପତି ହେବାର ସୁଯୋଗ ମିଳିବ ତାହା ଉପରେ ବର୍ତ୍ତମାନ ସଭିଙ୍କ ନଜର ।

Also Read- Venus Transit 2024: ୬ ରାଶିର ଭାଗ୍ୟ ହେବ ସୂର୍ଯ୍ୟ ପରି ହେବ ଉଜ୍ୱଳ

Also Read- Weekly Lucky Zodiac Sign: ନଭେମ୍ୱର ୪ରୁ ୧୦, ୫ଟି ରାଶିର ଭାଗ୍ୟ ଉଜ୍ୱଳ