Flight Service: ଆଜିଠୁ ରେଶମ ସହରକୁ ଉଡ଼ିଲା ବିମାନ, ଜାଣନ୍ତୁ ସପ୍ତାହକୁ କେତେ ଥର ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ମିଳିବ ଏହି ସେବା?
Advertisement
Article Detail0/zeeodisha/odisha1596907

Flight Service: ଆଜିଠୁ ରେଶମ ସହରକୁ ଉଡ଼ିଲା ବିମାନ, ଜାଣନ୍ତୁ ସପ୍ତାହକୁ କେତେ ଥର ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ମିଳିବ ଏହି ସେବା?

Flight Service: ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ । ବିଜୁ ଜୟନ୍ତୀ ଅବସରରେ ଆଜିଠୁ ଗଞ୍ଜାମର ରଙ୍ଗେଇଲୁଣ୍ଡାକୁ ବିମାନ ସେବା ଆରମ୍ଭ ହୋଇଛି । ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ଓ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ (Bhubaneswar-Rangeilunda Route)ସ୍ୱତନ୍ତ୍ର ଚାର୍ଟର ବିମାନସେବା ଆରମ୍ଭ (Flight Service) ହୋଇଛି । ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Flight Service: ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ । ବିଜୁ ଜୟନ୍ତୀ ଅବସରରେ ଆଜିଠୁ ଗଞ୍ଜାମର ରଙ୍ଗେଇଲୁଣ୍ଡାକୁ ବିମାନ ସେବା ଆରମ୍ଭ ହୋଇଛି । ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ଓ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ (Bhubaneswar-Rangeilunda Route)ସ୍ୱତନ୍ତ୍ର ଚାର୍ଟର ବିମାନସେବା ଆରମ୍ଭ (Flight Service) ହୋଇଛି । ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ସିଟ୍ ବିଶିଷ୍ଟ ଏକ ବିମାନ ରଙ୍ଗେଇଲୁଣ୍ଡାରେ ଅବତରଣ କରିଛି । ଏହି ବିମାନ ଉଡାଣ ଦ୍ୱାରା ଭୁବନେଶ୍ୱରରୁ ବ୍ରହ୍ମପୁରକୁ ୧ ଘଣ୍ଟାର ଦୂରତା ହ୍ରାସ ପାଇବ । ବିମାନ ଉଡାଣ ଦ୍ୱାରା ଗଞ୍ଜାମ ଜିଲ୍ଲାବାସୀଙ୍କ ବହୁ ଦିନର ପ୍ରତୀକ୍ଷାର ଅନ୍ତଘଟିଛି । ପ୍ରତି ସପ୍ତାହରେ ଦୁଇଥର ଲେଖାଁଏ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ତାକୁ ବିମାନ ଚଳାଚଳ କରିବ ।

ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍ ଠାରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ,ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ବିଧାୟକ ବିକ୍ରମ ପଣ୍ଡା,ମେୟର୍ ସଂଘମିତ୍ରା ଦଳେଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏସପି ଡା ସର୍ବଣା ବିବେକ ଏମ୍, ଆରଡିସି ଟି.ଏ.ଆଓ, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡଃ ଗୋପବନ୍ଧୁ ଦାଶଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହାବି ପଢନ୍ତୁ :  Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ

ଏହାବି ପଢନ୍ତୁ :  VSSUT Student Death Case: ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ, ପୁରୁଷ ବନ୍ଧୁଙ୍କ ହେବ ଲାଏ ଡିଟେକ୍ସନ୍ ଟେଷ୍ଟ

ପ୍ରଥମ ବିମାନର ପ୍ରସ୍ତୁତି ଏବଂ ଏୟାରଷ୍ଟ୍ରିପ ଟର୍ମିନାଲରେ କାର୍ଯ୍ୟ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ତଥା ପରାମର୍ଶକ୍ରମେ ଗଞ୍ଜାମବାସୀଙ୍କ ଦୀର୍ଘ ଦିନର ଦାବି ତଥା ଆଶା ପୂରଣ ହୋଇଛି। ପ୍ରସ୍ତାବିତ ବି-୨ ଟାଇପ୍ ବିମାନବନ୍ଦର କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିବାରେ ଲାଗିଛି । ଅସ୍ଥାୟୀ ଟର୍ମିନାଲ, ଟିକେଟ୍ କାଉଣ୍ଟର, ରନୱେ ବ୍ଲାକ୍ ଟପ୍ ଫିଲିଂ, ଚତୁଃପାର୍ଶ୍ବ ପାଚେରୀ କାମ ସରିଛି । ଭୂତଳ ବିଦ୍ୟୁତୀକରଣ କାମ ଚାଲିଛି । ବର୍ତ୍ତମାନ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ୯୭୫ ମିଟର ଲମ୍ବା, ୧୫୦ ମିଟର ଓସାର ଏବଂ ଏହାର ରନୱେ ୭୫୦ ମିଟର ରହିଛି । ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାୟ ୧୫ ଏକର ଖାଲି ଜମି ରାଜସ୍ୱ ବିଭାଗକୁ ହସ୍ତାନ୍ତର ସରିଛି । ଘରୋଇ ୧୫ ଏକର ଜମି ଅଧଗ୍ରହଣ ପରେ ସମ୍ପ୍ରସାରଣ କାର୍ଯ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ ।

ସୂଚନା ଯେ, ବାୟୁସେନାର ସମ୍ପ୍ରସାରଣ ତଥା ବିକାଶ ପାଇଁ ମନ୍ତ୍ରଣାଳୟ ଦ୍ୱାରା ୫୦ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । ଯାହା ୧୯୩୬ ମସିହାରେ ମୁଖ୍ୟତଃ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ନେବା ପାଇଁ ସ୍ଥାପିତ ହୋଇଥିଲା । ୨୦୧୨ରେ ବ୍ରହ୍ମପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରଷ୍ଟ୍ରିପକୁ ବିମାନବନ୍ଦରରେ ପରିଣତ କରିବା ପାଇଁ ସବୁଜ ସଙ୍କେତ ଦେଇଥିଲେ ।