France Riots 2023: ହିଂସାରେ ଜଳୁଛି ଫ୍ରାନ୍ସ; ୬୦୦ ଗିରଫ, ୨୦୦ ପୋଲିସ୍ ଆହତ
Advertisement
Article Detail0/zeeodisha/odisha1761001

France Riots 2023: ହିଂସାରେ ଜଳୁଛି ଫ୍ରାନ୍ସ; ୬୦୦ ଗିରଫ, ୨୦୦ ପୋଲିସ୍ ଆହତ

France Riots Today: ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆରମ୍ଭ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ଏବେ ହିଂସାତ୍ମକ ରୂପ ଧାରଣ କରିଛି। ଏହି ଘଟଣାରେ ୬୦୦ ଲୋକ ଗିରଫ ହୋଇଥିବା ବେଳେ ୨୦୦ ପୋଲିସ୍ ଆହତ ହୋଇଛନ୍ତି।

France Riots 2023: ହିଂସାରେ ଜଳୁଛି ଫ୍ରାନ୍ସ; ୬୦୦ ଗିରଫ, ୨୦୦ ପୋଲିସ୍ ଆହତ

France Riots Nahel: ଦେଶରେ ଜଣେ ଡ୍ୟୁଟି ପୋଲିସ୍ ଦ୍ୱାରା ୧୭ ବର୍ଷର ବାଳକକୁ ହତ୍ୟା କରିବାକୁ ନେଇ ଜଳି ଉଠିଛି ଫ୍ରାନ୍ସ। ଏହି ଘଟଣାର ପ୍ରତିବାଦରେ ଆରମ୍ଭ ହୋଇଥିବା ବିରୋଧ ଏବେ ହିଂସାତ୍ମକ ରୂପ ଧାରଣ କରିଛି। ପ୍ରାୟ ୩ ଦିନ ଧରି ଚାଲିଥିବା ଏହି ହିଂସାକାଣ୍ଡରେ ୬୦୦ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ୨୦୦ ଫ୍ରାନ୍ସ ପୋଲିସ୍ ଯବାନ ଆହତ ହୋଇଛନ୍ତି। ୟୁରୋପୀୟ ଗଣମାଧ୍ୟମ ୟୁରୋନ୍ୟୁଜ୍ ରିପୋର୍ଟ ଅନୁସାରେ ଗୁରୁବାର ଠାରୁ ଶୁକ୍ରବାର ରାତି ମଧ୍ୟରେ ବ୍ୟାପକ ଲୁଟ୍, ଅଗ୍ନିକାଣ୍ଡ ଏବଂ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ ହୋଇଛି। ହିଂସାକାଣ୍ଡ ନିଆଁରେ ଫ୍ରାନ୍ସର ମାର୍ସେଲ, ବୋର୍ଡୋ, ଲିଅନ୍, ଗ୍ରେନୋବଲ୍, ଆନେସି, ଟୁଲୁସ୍ ଏବଂ ସେଣ୍ଟ-ଇଟିଏନ୍ ଭଳି ସହର ଜଳି ଉଠିଛି।

ଦେଶରେ ସୃଷ୍ଟି ହୋଇଥିବା ଦଙ୍ଗା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍। ଯିଏ ଗତ ରାତିରେ ଏଲଟନ୍ ଜନ୍ କନସର୍ଟ ଠାରେ ଏକ ପାର୍ଟି କରିଥିଲେ। ଦେଶରେ ହୋଇଥିବା ହିଂସାକାଣ୍ଡକୁ ଅକ୍ଷମଣୀୟ ବୋଲି କହିଥିଲେ।

କାହିଁକି ଦଙ୍ଗା ନିଆଁରେ ଜଳି ଉଠୁଛି ଫ୍ରାନ୍ସ?
ଫ୍ରାନ୍ସ ରାଜଧାନୀ ପ୍ୟାରିସ ଉପକଣ୍ଠସ୍ଥ ନାନ୍ ଟେରେ ଠାରେ ଜଣେ ଫରାସୀ ପୋଲିସ ଅଧିକାରୀଙ୍କ ଗୁଳିରେ ୧୭ ବର୍ଷର ବାଳକ ମହମ୍ମଦ ନାହେଲଙ୍କ ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ ମୃତକ ଜଣଙ୍କ ସହରରେ ରହିଥିବା ଟ୍ରାଫିକ ଷ୍ଟପ୍ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଥିଲେ। ଏହି ଘଟଣାରେ ପୋଲିସ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ହିଂସାତ୍ମକ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଏହି ପୋଲିସ ଅଧିକାରୀଙ୍କ ବିରୋଧରେ ବର୍ତ୍ତମାନ ହତ୍ୟା ମାମଲା ଦାୟର କରାଯାଇଛି। ଏନେଇ ପ୍ରତିକ୍ରିୟା ରଖି ଓକିଲ କହିଛନ୍ତି ହି ଘଟଣାରେ ଅସ୍ତ୍ରଶସ୍ତ୍ରର ବ୍ୟବହାର ସମ୍ପୂର୍ଣ୍ଣ ବେଆଇନ। ମୃତକକଙ୍କ ମାଆ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ତାଙ୍କ ପୁଅର ମୃତ୍ୟୁ ପାଇଁ ପୁରା ପୋଲିସ ବଳକୁ ଦାୟୀ କରୁନାହାଁନ୍ତି। ହେଲେ ନାହେଲ ମହମ୍ମଦଙ୍କ ଉପରକୁ ଗୁଳି ଚଳାଇଥିବା ପୋଲିସ ଅଧିକାରୀଙ୍କୁ ଦାୟୀ କରୁଛନ୍ତି।

ସ୍ଥିତି ସମ୍ଭାଳିବା ପାଇଁ ମୁତୟନ ହୋଇଛନ୍ତି ୪୦,୦୦୦ ପୋଲିସ ଯବାନ 
ଏହାପୂର୍ବରୁ, ଫ୍ରାନ୍ସ କର୍ତ୍ତୃପକ୍ଷ ସ୍ପେଶାଲ ରେଡ ସ୍ୱାର୍ଡ ସମେତ ୪୦ ହଜାର ପୋଲିସ୍ ଏବଂ ଦଙ୍ଗା ଅଧିକାରୀଙ୍କୁ ସ୍ଥିତି ସମ୍ଭାଳିବା ପାଇଁ ମୁତୟନ କରିଥିଲେ। ମାତ୍ର ଏହାର କୌଣସି ସୁଫଳ ମିଳିନଥିଲା। ଦେଶରେ ହୋଇଥିବା ଦଙ୍ଗା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଫ୍ରାନ୍ସ ସରକାରଙ୍କ (French Govt) ଆଭ୍ୟନ୍ତରୀଣ ବ୍ୟାପାର (French Ministry of Interior) ମନ୍ତ୍ରୀ ଜେରାଲ୍ଡ୍ ଡାରମାନିନ (French Minister Gerald Darmanin)। ଏନେଇ ମନ୍ତ୍ରୀ ଟ୍ୱିଟ କରି ଜଣାଇଛନ୍ତି ଯେ ଦଙ୍ଗା ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୬୫୦ ଲୋକଙ୍କୁ ପୋଲିସ ଗିରଫ କରିଥିଲା। ଗତକାଲି ରାତିରେ ପୋଲିସ, ଅଗ୍ନିଶମ କର୍ମଚାରୀ ଏବଂ ଅନ୍ୟାନ୍ୟ ସୁରକ୍ଷା ବଳ  ସାହସର ସହିତ ବିରଳ ହିଂସାକାଣ୍ଡର ମୁକାବିଲା କରିଥିଲେ। ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଆସିବା ପରେ ଗିରଫଦାର ସଂଖ୍ୟା ୬୬୭ ହୋଇଥିଲେ। ଦଙ୍ଗା ସମୟରେ ହୋଇଥିବା ହିଂସାକାଣ୍ଡରେ ପୋଲିସ ସହ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ। ଏହି ସଂଘର୍ଷରେ ୨ ଶହରୁ ଅଧିକ ପୋଲିସ ଅଧିକାରୀ ଆହତ ହୋଇଛନ୍ତି।

ବିକ୍ଷୋଭ ନାମରେ ଲୁଟ ଏବଂ ହିଂସାକାଣ୍ଡ
ଫ୍ରାନ୍ସ ପୋଲିସ ରିପୋର୍ଟ ଅନୁଯାୟୀ, ବିକ୍ଷୋଭ ନାମରେ ରାଜଧାନୀ ପ୍ୟାରିସ ଠାରେ ଦୋକାନ ବଜାର ଲୁଟ କରାଯିବା ସହ ଭଙ୍ଗାରୁଜା କରାଯାଇଥିଲେ। ସେହିପରି ଡ୍ରେନ୍ସି ଉପକଣ୍ଠରେ ଦଙ୍ଗାକାରୀ ଏକ ଟ୍ରକ୍ ବ୍ୟବହାର କରି ଏକ ସପିଂ ସେଣ୍ଟର ଠାରେ ପ୍ରବେଶ କରିଥିଲେ। ଯାହା ପରେ ସେମାନେ ଲୁଟ୍ ପାଟ କରିବା ସହ  ନିଆଁ ଲଗାଇ ଦେଇଥିଲେ।

ବିକ୍ଷୋଭ କରିବା ସମୟରେ ବିକ୍ଷୋଭକାରୀ ସର୍ବସାଧାରଣଙ୍କ ଘରକୁ ମଧ୍ୟ ଟାର୍ଗେଟ କରିଥିଲେ। ପାଓ ନାମକ ଅଞ୍ଚଳରେ ଅବସ୍ଥିତ ଏକ ପୋଲିସ ଦଙ୍ଗାକାରୀଙ୍କ କବଳରୁ ବର୍ତ୍ତି ପାରିନଥିଲା। ଲିଲି ନାମକ ସ୍ଥାନରେ ଅବସ୍ଥିତ ଏକ ଟାଉନ ହଲ ଉପରକୁ ଏକ ପଥର ମାଡ଼ କରାଯାଇଥିଲା। ନାନଟେର ସହର ଯେଉଁଠାରେ ମୃତକ ମହମ୍ମଦ ନାହେଲ ବସବାସ କରୁଥିଲା, ସେହି ସ୍ଥାନ ଲଗାତାର ହିଂସାକାଣ୍ଡରେ ଜଳି ଉଠିଛି। ବିକ୍ଷୋଭକାରୀ  କାର ସମେତ ଅନ୍ୟାନ୍ୟ ଗାଡ଼ି ପୋଡ଼ି ଦେବା ସହ ହାତ ତିଆରି ବୋମା ମାଡ଼ କରିବାକୁ ପଛେଇ ନଥିଲେ।