Attack on Hindu in Pakistan: ପୁଣି ନାଲି ଆଖି ଦେଖାଇଲା ପାକିସ୍ତାନ । ହୋଲିରେ (Holi) ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ(Attack on Hindu in Pakistan) ଉପରେ ଆକ୍ରମଣ ହୋଇଛି । ଏଥିରେ ୧୫ ଜଣ ହିନ୍ଦୁ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପଞ୍ଜାବ ବିଶ୍ୱବିଦ୍ୟାଳୟର ଲ କଲେଜରେ ହୋଲି ପାଳନ କରୁଥିବା ଛାତ୍ରମାନଙ୍କୁ (Hindu students attacked in Pakistan) ଆକ୍ରମଣ କରାଯାଇଛି। । ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
Trending Photos
Attack on Hindu in Pakistan: ପୁଣି ନାଲି ଆଖି ଦେଖାଇଲା ପାକିସ୍ତାନ । ହୋଲିରେ (Holi) ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ(Attack on Hindu in Pakistan) ଉପରେ ଆକ୍ରମଣ ହୋଇଛି । ଏଥିରେ ୧୫ ଜଣ ହିନ୍ଦୁ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପଞ୍ଜାବ ବିଶ୍ୱବିଦ୍ୟାଳୟର ଲ କଲେଜରେ ହୋଲି ପାଳନ କରୁଥିବା ଛାତ୍ରମାନଙ୍କୁ (Hindu students attacked in Pakistan) ଆକ୍ରମଣ କରାଯାଇଛି। । ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଏହି ଘଟଣା ସୋମବାର ପାକିସ୍ଥାନର ଲାହୋରରେ ଥିବା ପଞ୍ଜାବ ବିଶ୍ୱବିଦ୍ୟାଳୟର ଲ କଲେଜରେ (Pakistan’s Punjab university)ଘଟିଛି । ଯେତେବେଳେ ହୋଲି ପାଳନ କରିବାକୁ ପ୍ରାୟ ୩୦ ହିନ୍ଦୁ ଛାତ୍ର କ୍ୟାମ୍ପରେ ଏକତ୍ରିତ ହୋଇଥିଲେ । ସେତେବେଳେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ଛାତ୍ର ତଥା ଘଟଣାର ପ୍ରତ୍ୟକ୍ଷଦର୍ଶୀ କାଶିଫ ବ୍ରୋହି କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ଆଇନ ମହାବିଦ୍ୟାଳୟର ଲନରେ ଏକାଠି ହେବା ପରେ ଇସଲାମିକ୍ ଜାମାତ୍ ତୁଲବା (Islamic Jamiat Tulba (IJT)ର କର୍ମକର୍ତ୍ତାମାନେ ସେମାନଙ୍କୁ ହୋଲି ଖେଳିବାକୁ ବାରଣ କରିଥିଲେ। କିନ୍ତୁ ଛାତ୍ରମାନେ ବିଶ୍ବ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଠାରୁ ହୋଲି ଖେଳିବା ନେଇ ଅନୁମତି ପାଇଥିବା କହିଥିଲେ । କିନ୍ତୁ ହିନ୍ଦୁ ଛାତ୍ରଙ୍କ କଥା ଶୁଣି ନ ଥିଲେ ଇସଲାମିକ୍ ଜାମାତ୍ ତୁଲବା ସଦସ୍ୟ । ପରେ ଆରମ୍ଭ ହୋଇଥିଲା ବିବାଦ ।
University of Punjab baton charge upon students, their biggest sin is that they belong to Sindh province as well as many of them are Hindus students those who celebrating their Holi festival shame on Punjab university adminstration also upon Punjab govt #Racism#educationcrisis pic.twitter.com/qLDJJYBAsy
— Siraj Arsul korai (@Sirajkorae) March 6, 2023
Also Read : Jajpur News: ଲଜ୍ଜା! ବାପାକୁ ହତ୍ୟା କରି ମାଆକୁ ଦୁଷ୍କର୍ମ କଲା ପୁଅ
Also Read : Cracker Blast Case: ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ଜିଲ୍ଲାପାଳ ଦେଲେ ଚାଞ୍ଚଲ୍ୟକର ବୟାନ
ବିଶ୍ୱବିଦ୍ୟାଳୟର ଗାର୍ଡମାନେ ମଧ୍ୟ ଛାତ୍ରଙ୍କୁ ମାଡ ମାରିଥିଲେ :
ଛାତ୍ରମାନେ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଠାରୁ ଆଦେଶ ପାଇବା ପରେ ମଧ୍ୟ ଲେନରେ ହୋଲି ଖେଳୁଥିଲେ। ଏହି ସମୟରେ,ଛାତ୍ରଙ୍କୁ ବିଶ୍ବ ବିଦ୍ୟାଳୟର ଗାର୍ଡଙ୍କ ସହ ଇସଲାମିକ୍ ଜାମାତ୍ ତୁଲବାର କିଛି ସଦସ୍ୟ ହିନ୍ଦୁ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କୁ ବିଶ୍ବ ବିଦ୍ୟାଳୟ ଗେଡ ବାହାରକୁ ବାହାର କରି ଦେଇଥିଲେ । କେବଳ ସେତିକି ନୁହେଁ ଛାତ୍ରଙ୍କୁ ଇସଲାମିକ୍ ଜାମାତ୍ ତୁଲବାର କିଛି ସଦସ୍ୟ ମାଡ ମଧ୍ୟ ମାରିଥିଲେ । ଏଥିରେ ୧୫ ଜଣରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲେ ଭର୍ତ୍ତି କରାଯାଇଛି । ଏନେଇ ମାମାଲ ଥାନାରେ ପହଞ୍ଚିଥିବା ବେଳେ କିନ୍ତୁ ଏପର୍ଯ୍ୟନ୍ତ ଏଫ୍ଆଇଆର୍ ପଞ୍ଜୀକୃତ ହୋଇନାହିଁ। ପଞ୍ଜାବ ବିଶ୍ୱବିଦ୍ୟାଳୟ ମୁଖପାତ୍ର ଇବ୍ରାହିମ ସହିଦ ଏହି ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସେଭଳି କୌଣସି ଅପ୍ରିତିକରଣ ପରିସ୍ଥିତି ହିନ୍ଦୁଛାତ୍ରଙ୍କ ସହ ହୋଇନାହିଁ । ଯଦି ସେମାନେ ଲନ୍ ଛାଡ କୌଣସି କୋଠରୀରେ ରଙ୍ଗ ଖେଳି ଥାନ୍ତେ କୌଣସି ସମସ୍ୟା ହୋଇନ ଥାନ୍ତି । ତେବେ, ହୋଲି ଖେଳିବା ପାଇଁ ଛାତ୍ରଙ୍କୁ ବିଶ୍ବ ବିଦ୍ୟାଳୟ ପକ୍ଷରୁ କୌଣସି ଅନୁମତି ମିଳି ନାହିଁ ବୋଲି ସେ କହିଛନ୍ତି । ତେବେ, ଭିସି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।