El Nino Effect: ଦୁର୍ବଳ ମୌସୁମୀ ପରେ ଶୀତ ଉପରେ ଲାଗିପାରେ ଏଲ୍ ନିନୋ ଗ୍ରହଣ! ଗବେଷଣା କରିବାରେ ଲାଗିଲେ ବୈଜ୍ଞାନିକ
Advertisement
Article Detail0/zeeodisha/odisha1918096

El Nino Effect: ଦୁର୍ବଳ ମୌସୁମୀ ପରେ ଶୀତ ଉପରେ ଲାଗିପାରେ ଏଲ୍ ନିନୋ ଗ୍ରହଣ! ଗବେଷଣା କରିବାରେ ଲାଗିଲେ ବୈଜ୍ଞାନିକ

El Nino Effect in India 2023: ମୌସୁମୀ ପରେ ଏବେ ଦେଶରେ ଶୀତ ଉପରେ ଅନୁଭୂତ ହୋଇପାରେ ଏଲ୍ ନିନୋ ପ୍ରଭାବ।

El Nino Effect: ଦୁର୍ବଳ ମୌସୁମୀ ପରେ ଶୀତ ଉପରେ ଲାଗିପାରେ ଏଲ୍ ନିନୋ ଗ୍ରହଣ! ଗବେଷଣା କରିବାରେ ଲାଗିଲେ ବୈଜ୍ଞାନିକ

El Nino Effect on Winter: ଭାରତ ଠାରୁ ହଜାର ହଜାର କିଲୋମିଟର ଦୂରରେ ଅବସ୍ଥିତ ପ୍ରଶାନ୍ତ ମହାସାଗର ହେଉଥିବା ପରିବର୍ତ୍ତନର ପ୍ରଭାବ ପାଣିପାଗ ଉପରେ ଅନୁଭୂତ ହେଉଥିବାର ଦୃଶ୍ୟମାନ ହୋଇଥାଏ। ଯଦି ଚଳିତ ବର୍ଷର ମୌସୁମୀ କଥା କୁହାଯାଏ, ତାହେଲେ ଦେଶର କେତେକ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ, ଆଉ କେତେକ ରାଜ୍ୟ ବର୍ଷା ସ୍ୱାଭାବିକ ପରିମାଣରେ ହୋଇନଥିଲେ। ଉତ୍ତର ଭାରତରେ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ବର୍ଷା ହୋଇଥିଲା। ମାତ୍ର ପୂର୍ବ ଉତ୍ତର ପ୍ରଦେଶ, ବିହାର, ପଶ୍ଟିମବଙ୍ଗ ଠାରେ ଆବଶ୍ୟକୀୟ ପରିମାଣରେ ମୌସୁମୀ ବର୍ଷା ହୋଇନଥିବାର କୁହାଯାଉଛି। ଏହା ପଛରେ କେଉଁ କାରଣ ଆମେ ସମସ୍ତେ ସେ ବିଷୟରେ ଅନେକ କଥା ଶୁଣିବାକୁ ପାଇଛେ। ଯେତେବେଳେ ପ୍ରଶାନ୍ତ ମହାସାଗରରେ ଏଲ୍ ନିନୋ ଶକ୍ତିଶାଳୀ ହୋଇଥାଏ, ସେତେବେଳେ ବାୟୁମଣ୍ଡଳରେ ମୌସୁମୀ ମେଘ ସୃଷ୍ଟି କରିବାର ବ୍ୟବସ୍ଥା ଦୁର୍ବଳ ହୋଇଯାଏ।

ଏଲ୍ ନିନୋ କାରଣରୁ ମୌସୁମୀ ହେଲା ଦୁର୍ବଳ 
ଦୁର୍ବଳ ମୌସୁମୀ ପରେ (El Nino Effect on Indian Monsoon), ଚଳିତ ବର୍ଷ ଶୀତ ଦିନେ ଶକ୍ତିଶାଳୀ ଏଲ୍ ନିନୋ ପ୍ରଭାବ (El Nino Effect on Winter in India) ଦେଖିବାକୁ ମିଳିପାରେ। ନଭେମ୍ବର ଏବଂ ଡିସେମ୍ବର ମାସରେ ଏଲ୍ ନିନୋ ଏହାର ଶିଖର (El Nino Effect in India 2023) ଛୁଇଁପାରେ। ଯେତେବେଳେ ବର୍ଷା ଋତୁରେ ଏଲ୍ ନିନୋ ପ୍ରଭାବ ଅନୁଭୂତ ହୁଏ, ସେତେବେଳେ ମରୁଡ଼ି ସମସ୍ୟା ସାମ୍ନାକୁ ଆସିଥାଏ। ଆମେରିକୀୟ ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳ ପ୍ରଶାସନ (US National Oceanic and Atmospheric Administration) ଅନୁଯାୟୀ, ଏହାର ପ୍ରଭାବ ୨୦୧୫-୧୬ ଏବଂ ୧୯୯୭-୯୮ ଅପେକ୍ଷା ଅଧିକ ନକାରାତ୍ମକ ହୋଇପାରେ। ଏପରି ପୂର୍ବାନୁମାନ ଭୟାନକ। କାରଣ ଗତ ୨୦୧୫-୧୬ ବର୍ଷ ଅଧିକ ଭୟବହ ଥିଲା। ଗତ ୨୦୧୪, ୨୦୧୫ ବର୍ଷରେ ଦୁର୍ବଳ ମୌସୁମୀ ଏବଂ ୨୦୧୬ ବର୍ଷରେ ଏଲ୍ ନିନୋ କାରଣରୁ ଅନେକ ରାଜ୍ୟ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲେ। ଏହି କାରଣରୁ ଚାଷବାସ ସହ କୃଷକ ଅଧିକ ପ୍ରଭାବିତ ହୋଇଥିଲେ।

ଏଲ୍ ନିନୋ ପ୍ରସଙ୍ଗରେ ମତଭେଦ 
ବାୟୁମଣ୍ଡଳର ଗତିବିଧି ଉପରେ ନଜର ରଖିଥିବା ଡକ୍ଟର ଏମ. ରାଜୀବନଙ୍କ ଅନୁଯାୟୀ, ତାପମାତ୍ରା ବୃଦ୍ଧି ହେବାର ପ୍ରଭାବ ସମଗ୍ର ଭାରତରେ ଅନୁଭୂତ ହେବାର ସମ୍ଭାବନା ରହିଛି। ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ପାରଦ ସର୍ବକାଳୀନ ରେକର୍ଡ ଭାଙ୍ଗିଥିବାର ଆମେ ଦେଖିସାରିଛୁ ଏବଂ ୨୦୨୩ ସବୁଠୁ ଉତ୍ତପ୍ତ ବର୍ଷ ହୋଇପାରେ। ଆସନ୍ତା ବର୍ଷ ପୂର୍ବ ମୌସୁମୀ ପର୍ଯ୍ୟନ୍ତ ସମ୍ଭାବ୍ୟ ଉତ୍ତାପ ତରଙ୍ଗ ସହିତ ଏଲ୍ ନିନୋ ପ୍ରଭାବ ଅନୁଭବ କରାଯାଇ ପାରେ। ହେଲେ ବର୍ତ୍ତମାନ ଏପରି ଅନୁଭବ ହେଉଛି ଦକ୍ଷିଣ ଉପଦ୍ୱୀପରେ ଉତ୍ତର-ପୂର୍ବ ମୌସୁମୀକୁ ପକ୍ଷରେ ଯାଇପାରେ।

ଜୁନ୍ ମାସରୁ ସେପ୍ଟେମ୍ବର ମଧ୍ୟରେ ଗ୍ରୀଷ୍ମକାଳୀ ମୌସୁମୀର (Summer Monsoon in India) ବିପରୀତରେ ଉତ୍ତର-ପୂର୍ବ ଶୀତକାଳୀନ ମୌସୁମୀ (Winter Monsoon in India) ଅକ୍ଟୋବର ମାସରୁ ଆରମ୍ଭ ହୋଇ ଦକ୍ଷିଣ ରାଜ୍ୟରେ ବର୍ଷା ଆଣିଥାଏ। ଯାହାର ଏଲ୍ ନିନୋ ସହିତ ଏକ ଅନୁକୂଳ ସମ୍ପର୍କ ରହିଛି। ଏହା ଅନ୍ୟ ଏକ ପାଣିପାଗ ପ୍ରଣାଳୀ ସହିତ ମିଶି ଭାରତ ମହାସାଗର ଡିପୋଲ୍ (Indian Ocean Dipole) ଦକ୍ଷିଣରେ ଅତ୍ୟଧିକ ବୃଷ୍ଟିପାତର କାରଣ ହୋଇପାରେ। ଯାହା ଭାରତ ପାଣିପାଗ ବିଭାଗର (India Meteorological Department) ସମୟ ଅବଧି ମଧ୍ୟରେ ଦେଶର ଦାକ୍ଷିଣାତ୍ୟ ରାଜ୍ୟରେ ସାଧାରଣ ବୃଷ୍ଟିପାତ ଅପେକ୍ଷା ଅଧିକ ବର୍ଷା ହେବା ନେଇ କରାଯାଥିବା ପୂର୍ବାନୁମାନ ସହ ସମାନ।

ଭାରତୀୟ ପାଣିପାଗ (Indian Weather) ଉପରେ ଜଳବାୟୁ (Indian Climate) ଘଟଣାର ସମ୍ଭାବ୍ୟ ପ୍ରଭାବ ଅନୁସନ୍ଧାନ କରୁଥିବା ବୈଜ୍ଞାନିକ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ କୌଣସି ପ୍ରତ୍ୟକ୍ଷ ସମ୍ବନ୍ଧ ନାହିଁ। ଏହାର ଏକ ଉଦାହରଣ ହେଉଛି ୪ ମାସର ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁ (Southwest Monsoon Season in India)। ଯାହା ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଶେଷ ହୋଇଥାଏ। ଦକ୍ଷିଣ-ପଶ୍ଚିମ ମୌସୁମୀ ଏଲ୍ ନିନୋ ଦ୍ୱାରା ଚିହ୍ନିତ କରାଯାଇଥିଲା ଯାହା ସମ୍ପୂର୍ଣ୍ଣ ଅସନ୍ତୁଳିତ ଥିଲା। ଗତ ଅଗଷ୍ଟ ମାସରେ ବର୍ଷା ଆଶା କରାଯାଉଥିବା ପରିମାଣ ଠାରୁ କମ୍ ହୋଇଥିଲା। ଏଲ୍ ନିନୋ ଶୀଘ୍ର ଶେଷ ହେବ ନାହିଁ। ଯାହା ଆହୁରି ଅଧିକ ଶକ୍ତିଶାଳୀ ହେବ।