Indian Railway: ରେଳଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର, ଯାତ୍ରା ବେଳେ ମାଗଣାରେ ମିଳିବ ଖାଦ୍ୟ ଏବଂ ପାନୀୟ
Advertisement
Article Detail0/zeeodisha/odisha1643166

Indian Railway: ରେଳଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର, ଯାତ୍ରା ବେଳେ ମାଗଣାରେ ମିଳିବ ଖାଦ୍ୟ ଏବଂ ପାନୀୟ

Railway Passengger: ଏଣିକି ଯାତ୍ରା ବେଳେ ଯାତ୍ରଙ୍କୁ ମାଗଣାରେ ମିଳିବ ଖାଦ୍ୟ ଏବଂ ପାନୀୟ। ଏନେଇ ଆଇଆରସିଟିସି ପକ୍ଷରୁ ଏକ ନୂତନ ଯୋଜନା ପ୍ରସ୍ତୁତ କରାଯାଇଛି।

Indian Railway: ରେଳଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର, ଯାତ୍ରା ବେଳେ ମାଗଣାରେ ମିଳିବ ଖାଦ୍ୟ ଏବଂ ପାନୀୟ

Railway News: ଯଦି ଆପଣ ରେଳଯାତ୍ରା କରୁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ଆସିଛି। ସଦ୍ୟ ରେଳଯାତ୍ରୀଙ୍କୁ ଖୁସି କରିବା ଭଳି ଏକ ଖବର ରେଳବାଇ ପକ୍ଷରୁ ମିଳିଛି। ଟ୍ରେନ୍ ଯାତ୍ରା ସମୟରେ ଆପଣ ମାଗଣା ଖାଦ୍ୟ ମଧ୍ୟ ପାଇପାରିବେ। ଏକଥା ଶୁଣିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଥିବେ। ହେଲେ ଏହା ସତ୍ୟ। ଆଜ୍ଞା ହଁ ନୂତନ ନିୟମ ଅନୁଯାୟୀ ଟ୍ରେନ ଯାତ୍ରା କରିବା ସମୟରେ ଆପଣଙ୍କୁ ଖାଦ୍ୟ ପାଇଁ ଦେୟ ଦେବାକୁ ପଡିବ ନାହିଁ। ରେଳଯାତ୍ରୀଙ୍କୁ ରେଳବାଇ ଦ୍ୱାରା ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। ହେଲେ ଏଥର ଆମେ ଆପଣଙ୍କୁ ଏପରି ଏକ ସୁବିଧା ବିଷୟରେ କହୁଛୁ, ଯାହାର ଲାଭ ପ୍ରାୟତଃ ଆପଣ ଉଠାଇ ପାରନ୍ତି ନାହିଁ। 

ପାଣି ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ 
ଯଦି ଆପଣ ରେଳଯାତ୍ରା କରୁଛନ୍ତି, ତାହେଲେ ଆଇଆରସିଟିସି (IRCTC) ପାଖରୁ ମାଗଣା ଖାଦ୍ୟ ସହିତ ଥଣ୍ଡା ପାନୀୟ ଏବଂ ପାଣି ପାଇଁ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ। ହେଲେ ଆପଣଙ୍କୁ ସେତେବେଳେ ଏହି ସୁବିଧା ମିଳିବ, ଯେତେବେଳେ ଆପଣଙ୍କ ଟ୍ରେନ୍ ବିଳମ୍ବରେ ଚାଲୁଥିବ। ଯଦି ଟ୍ରେନ୍ ବିଳମ୍ବ ହୁଏ, ତାହେଲେ ଆପଣଙ୍କୁ ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍ (Indian Railway Catering and Tourism Corporation) ଦ୍ୱାରା ମାଗଣା ଖାଦ୍ୟ ଯୋଗାଇ ଦିଆଯିବ। ଭାରତୀୟ ରେଳବାଇ (Indian Railway) ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ସୁବିଧାର ଲାଭ ଆପଣ ସହଜରେ ଉଠାଇ ପାରିବେ। ଭାରତୀୟ ରେଳବାଇ ନିୟମ ଅନୁଯାୟୀ, ଟ୍ରେନ୍ ବିଳମ୍ବ ହେଲେ ଆଇଆରସିଟିସି କ୍ୟାଟରିଂ ନୀତି ଅନୁଯାୟୀ ଯାତ୍ରୀଙ୍କୁ ଜଳଖିଆ ଏବଂ ହାଲୁକା ଭୋଜନ ପ୍ରଦାନ କରାଯାଇଥାଏ।

Also Read: Indian Railway: ଅନ୍ ଲାଇନ ଖାଦ୍ୟ ଅର୍ଡର କରିବା ପାଇଁ ରେଳ ଯାତ୍ରୀଙ୍କ ପାଇଁ ଆଇଆରସିଟିସି ଆରମ୍ଭ କଲା ହ୍ୱାଟ୍ସଆପ୍ ସେବା

ଜାଣନ୍ତୁ କେବେ ଉପଲବ୍ଧ ହେବ ଏହି ସୁବିଧା?
ଆଇଆରସିଟିସି ନିୟମ ଅନୁଯାୟୀ ଯାତ୍ରୀଙ୍କୁ ମାଗଣା ଭୋଜନ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ହେଲେ ସେତେବେଳେ ଆପଣଙ୍କୁ ଏହି ସୁବିଧା ମିଳିବ ଯେତେବେଳେ ଆପଣଙ୍କ ଟ୍ରେନ୍ ୨ ଘଣ୍ଟା କିମ୍ବା ଏହା ଠାରୁ ଅଧିକ ବିଳମ୍ବରେ ଯାତ୍ରା କରୁଥିବ। କେବଳ ଏକ୍ସପ୍ରେସ ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀ ଏଭଳି ସୁବିଧା ସୁଯୋଗ ନେଇପାରିବେ। ଶତାବ୍ଦୀ, ରାଜଧାନୀ ଏବଂ ଦୂରୋନ୍ତ ଭଳି ଏକ୍ସପ୍ରେସ ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ।  

Also Read: Indian Railway: ଖାଦ୍ୟ-ପାନୀୟ ଉପରୁ ଅନ୍-ବୋର୍ଡ ସେବା ଶୁଳ୍କ ହଟାଇଲା ଭାରତୀୟ ରେଳବାଇ

 

ଜଳଖିଆରେ କେଉଁ ଖାଦ୍ୟ ଦିଆଯିବ?
ଆପଣଙ୍କୁ ଜଣାଇ ଦେଉଛୁ ଯେ ରେଳଯାତ୍ରା କରିବା ସମୟରେ ଜଳଖିଆରେ ଚା-କଫି ଏବଂ ବିସ୍କୁଟ ପ୍ରଦାନ କରାଯାଇଥାଏ। ସନ୍ଧ୍ୟା ସମୟର ଜଳଖିଆରେ ଚା କିମ୍ବା କଫି ଏବଂ ଚାରି ଖଣ୍ଡ ପାଉଁରୁଟି (ବ୍ରାଉନ/ ଧଳା ରଙ୍ଗର), ଗୋଟିଏ ବଟର ଚିପଲେଟ୍ ଦିଆଯାଇଥାଏ। ଏହା ବ୍ୟତୀତ ଯାତ୍ରୀଙ୍କୁ ମଧ୍ୟାନ୍ନ ଭୋଜନରେ ରୁଟି, ଡାଲି ଏବଂ ତରକାରୀ ଯୋଗାଇ ଦିଆଯାଇଥାଏ। ଯଦି ଆପଣଙ୍କ ଟ୍ରେନ୍ ୨ ଘଣ୍ଟା କିମ୍ବା ଏହା ଠାରୁ ଅଧିକ ବିଳମ୍ବରେ ଚାଲୁଛି, ତାହେଲେ ଆପଣ ନିୟମ ଅନୁଯାୟୀ ଖାଦ୍ୟ ମଗାଇ ପାରିବେ।