Indian Railways: ରେଲୱେ କୋଟି କୋଟି ଯାତ୍ରୀଙ୍କୁ ଦେଲା ବଡ଼ ଝଟକା, ଟ୍ରେନରୁ ହଟାଗଲା ଜେନେରାଲ କୋଚ, ବର୍ତ୍ତମାନ କରିପାରିବେନି ଯାତ୍ରା!
Advertisement
Article Detail0/zeeodisha/odisha1535852

Indian Railways: ରେଲୱେ କୋଟି କୋଟି ଯାତ୍ରୀଙ୍କୁ ଦେଲା ବଡ଼ ଝଟକା, ଟ୍ରେନରୁ ହଟାଗଲା ଜେନେରାଲ କୋଚ, ବର୍ତ୍ତମାନ କରିପାରିବେନି ଯାତ୍ରା!

Indian Railways: ଅନେକ ଟ୍ରେନରୁ ଜେନେରାଲ କୋଚ୍ ହଟାଇବାକୁ ରେଲୱେ ନିଷ୍ପତ୍ତି ନେଇଛି । ଯଦି ଆପଣ ମଧ୍ୟ ଉତ୍ତର ପ୍ରଦେଶ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ରେଳବାଇର ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କ ପକେଟରେ ବୋଝ ବଢ଼ାଇପାରେ । ଏଥି ସହିତ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଏହା ଏକ ବଡ଼ ଝଟକା ପାଇପାରେ । 

Indian Railways: ରେଲୱେ କୋଟି କୋଟି ଯାତ୍ରୀଙ୍କୁ ଦେଲା ବଡ଼ ଝଟକା, ଟ୍ରେନରୁ ହଟାଗଲା ଜେନେରାଲ କୋଚ, ବର୍ତ୍ତମାନ କରିପାରିବେନି ଯାତ୍ରା!

Indian Railways General Coach: ରେଲୱେ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଯଦି ଆପଣ ମଧ୍ୟ ଟ୍ରେନ (Trains) ରେ ଯାତ୍ରା କରନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ବଡ଼ ଝଟକା ହୋଇପାରେ । ଅନେକ ଟ୍ରେନରୁ ଜେନେରାଲ କୋଚ୍ (Train General Coach) ହଟାଇବାକୁ ରେଲୱେ (Railways) ନିଷ୍ପତ୍ତି ନେଇଛି । ଯଦି ଆପଣ ମଧ୍ୟ ଉତ୍ତର ପ୍ରଦେଶ (Uttar Pradesh) ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆସନ୍ତୁ ଜାଣିବା କେଉଁ ଟ୍ରେନରୁ ଓ କ'ଣ ପାଇଁ ରେଲୱେ (Indian Railways) ଜେନେରାଲ କୋଚଗୁଡ଼ିକୁ ଟ୍ରେନରୁ ହଟାଇବାକୁ ନିଷ୍ପତ୍ତି ନେଇଛି....

ପ୍ରତିଦିନ ଦିଲ୍ଲୀରୁ ୟୁପି ପର୍ଯ୍ୟନ୍ତ ଅନେକ ଟ୍ରେନ୍ (Trains) ଚଳାଚଳ କରିଥାଏ । କିନ୍ତୁ ସେଥିମଧ୍ୟରୁ ଗୋରଖପୁର (Gorakhpur) ଅଭିମୁଖେ ଯାଉଥିବା ଟ୍ରେନ୍ ସମ୍ପର୍କରେ ଏହି ନିଷ୍ପତ୍ତି ନିଆଯାଇଛି । ଗୋରଖଧାମ ଏକ୍ସପ୍ରେସ (Gorakhdham Express) ସମେତ ଅନେକ ଟ୍ରେନରେ ସାଧାରଣ କୋଚ୍ ସଂଖ୍ୟା ହ୍ରାସ କରିବାକୁ ରେଳବାଇ (Railways) ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଠାରୁ ଜେନେରାଲ କୋଚ୍ ସ୍ଥାନରେ ଏୟାର କଣ୍ଡିସନର ବଗି ଲଗାଯିବ ବୋଲି ରେଳବାଇ କହିଛି । 

ରେଳବାଇ (Railways) ର ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କ ପକେଟରେ ବୋଝ ବଢ଼ାଇପାରେ । ଏଥି ସହିତ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଏହା ଏକ ବଡ଼ ଝଟକା ପାଇପାରେ । ଆପଣଙ୍କୁ କହି ରଖୁଛୁ ଯେ, ୨ ବର୍ଷ ପୂର୍ବେ ଗୋରଖଧାମ ଏକ୍ସପ୍ରେସ (Gorakhdham Express) ରେ ୯ଟି ଜେନେରାଲ ବଗି ରହିଥିଲା । କିନ୍ତୁ ଗୁରୁବାର ଠାରୁ ଏହି ଟ୍ରେନରେ କେବଳ ୩ଟି ଜେନେରାଲ କୋଚ୍ ବ୍ୟବହାର କରାଯିବ । ଏହି ବଗିଗୁଡ଼ିକ ବଦଳରେ ରେଳବାଇ ୭ଟି ଶୀତତାପ ନିୟନ୍ତ୍ରିତ ବଗି ଲଗାଇବାକୁ ନିଷ୍ପତ୍ତି ନେଇଛି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ଶତ୍ରୁ ପାଲଟିଲେ ଦ୍ରାବିଡ-ରୋହିତ! ଗୋଟିଏ ଝଟକାରେ କ୍ୟାରିୟରକୁ କଲେ ପ୍ରାୟ ଶେଷ

ଅଧିକ ପଢ଼ନ୍ତୁ:-୨୦୨୩ରେ ପାକିସ୍ତାନ ହୋଇଯିବ ଦୁଇ ଖଣ୍ଡ! ଜାଣନ୍ତୁ ଏପରି ହେବାର ୬ଟି ବଡ଼ କାରଣ

ଅଧିକ ପଢ଼ନ୍ତୁ:-କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଏହି ଖତରନାକ୍ ବ୍ୟାଟ୍ସମ୍ୟାନ୍

ଏହା ସହିତ ଅନ୍ୟାନ୍ୟ ଟ୍ରେନରେ ଜେନେରାଲ କୋଚ୍ (Train General Coach) ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ସୂଚନା ପ୍ରଦାନ କରି ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପଙ୍କଜ କୁମାର ସିଂ କହିଛନ୍ତି ଯେ, ସ୍ଲିପରର ଯାତ୍ରା କରୁଥିବା ଲୋକମାନେ ବର୍ତ୍ତମାନ ଏସିରେ ଯାତ୍ରା କରୁଛନ୍ତି, ଯେଉଁଥିପାଇଁ ଅନେକ ଦିନରୁ ଏସିର ୱେଟିଂ ଲିଷ୍ଟ୍ ବଢ଼ୁଛି । ଏହାକୁ ତଦାରଖ କରାଯାଉଛି । ଏସିର ବଢୁଥିବା ୱେଟିଂ ତାଲିକାକୁ ଦୃଷ୍ଟିରେ ରଖି ରେଳବାଇ ଜେନେରାଲ ବଗି ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ।