7 October 2023 Attack: ୭ ଅକ୍ଟୋବର ଘଟଣାର ପୁନରାବୃତ୍ତି କରିବାକୁ ଚାହୁଁଥିଲା ହାମାସ; ହେଲେ ଇସ୍ରାଏଲ କରିଦେଲା ପଣ୍ଡ
Advertisement
Article Detail0/zeeodisha/odisha2087803

7 October 2023 Attack: ୭ ଅକ୍ଟୋବର ଘଟଣାର ପୁନରାବୃତ୍ତି କରିବାକୁ ଚାହୁଁଥିଲା ହାମାସ; ହେଲେ ଇସ୍ରାଏଲ କରିଦେଲା ପଣ୍ଡ

Jenin Ibn Sina Hospital: ଜେନିନ୍‌ ସ୍ଥିତ ଇବ୍ର ସିନା ହସ୍ପିଟାଲ ଠାରେ ଇସ୍ରାଏଲ ପକ୍ଷରୁ ହୋଇଥିବା କମାଣ୍ଡୋ ଅଭିଯାନରେ ୩ ହମାସ ଆତଙ୍କବାଦୀ ଟଳି ପଡ଼ିଛନ୍ତି।

 7 October 2023 Attack: ୭ ଅକ୍ଟୋବର ଘଟଣାର ପୁନରାବୃତ୍ତି କରିବାକୁ ଚାହୁଁଥିଲା ହାମାସ; ହେଲେ ଇସ୍ରାଏଲ କରିଦେଲା ପଣ୍ଡ

Hamas Commander Killed by IDF: ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲେ ହମାସ ଆତଙ୍କବାଦୀ। ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ସେବେଠାରୁ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ବିରୋଧରେ ଯୁଦ୍ଧ ଜାରି ରଖିଛି ଇସ୍ରାଏଲ। ଏହି ଯୁଦ୍ଧ ଜାରି ରହିଥିବା ବେଳେ ଇସ୍ରାଏଲ୍ ପକ୍ଷରୁ ଦିଆଯାଇଛି ଏକ ସମ୍ବେଦନଶୀଳ ସୂଚନା। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କହିବା ଅନୁଯାୟୀ ହମାସ ଆତଙ୍କବାଦୀ ଗତ ବର୍ଷ ଅକ୍ଟୋବର ୭ ତାରିଖରେ କରିଥିବା ଆକ୍ରମଣର ପୁନରାବୃତ୍ତି କରିବା ପାଇଁ ଷଡଯନ୍ତ୍ର କରିଥିଲେ। ହେଲେ ସେମାନେ ବିଫଳ ହୋଇଥିଲେ। ହେଲେ ହମାସ ଆତଙ୍କବାଦୀ କିପରି ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିଲେ ସେ କଥା ଶୁଣିଲେ ଆପଣ ତାଜୁବ ହୋଇଯିବେ।

ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିଲେ ହାମାସ ଆତଙ୍କବାଦୀ
ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି ପୁନର୍ବାର ହମାସ ଦ୍ୱାରା ଆକ୍ରମଣ କରାଯାଇପାରେ। ହମାସ ଆକ୍ରମଣକୁ ରୋକିବା ପାଇଁ ଆବଶ୍ୟକୀୟ ରଣନୀତି ଉପରେ କାର୍ଯ୍ୟ କରାଯାଇଥିଲା। ଡାକ୍ତର ଏବଂ ନର୍ସ ବେଶରେ ରହିଥିବା ଆମର କମାଣ୍ଡୋ ମଧ୍ୟ ଜେନିନ୍‌ ସ୍ଥିତ ଇବ୍ର ସିନା ହସ୍ପିଟାଲ ଠାରେ ପ୍ରବେଶ କରିଥିଲେ। ଏହା ହେଉଛି ସେହି ସମାନ ଡାକ୍ତରଖାନା ଯେଉଁଠାରେ ହାମାସ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଇସ୍ରାଏଲ କମାଣ୍ଡ ଅଭିଯାନରେ ହମାସ ଆତଙ୍କବାଦୀ ମହମ୍ମଦ ଜାଲମନା ଏବଂ ତାହାର ଦୁଇ ସହଯୋଗୀ ଟଳି ପଡ଼ିଥିଲେ। ମାତ୍ର କିଛି ମିନିଟ୍ ମଧ୍ୟରେ ଇସ୍ରାଏଲ କମାଣ୍ଡ ସମ୍ପୂର୍ଣ୍ଣ ଅଭିଯାନକୁ ଶେଷ କରିଥଲେ।

ଇସ୍ରାଏଲ କମାଣ୍ଡ ଅଭିଯାନରେ ଟଳି ପଡ଼ିଲା ହମାସ ଆତଙ୍କବାଦୀ
ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି ଯେ କମାଣ୍ଡୋ ଅଭିଯାନରେ ୨୭ ବର୍ଷୀୟ ହମାସ୍ ଆତଙ୍କବାଦୀ ଟଳି ପଡ଼ିଥିଲା। ଯିଏ ଜେନିନ୍‌ ନିକଟସ୍ଥ ଶରଣାର୍ଥୀ ଶିବିରରେ ରହୁଥିଲେ। ଏହି କମାଣ୍ଡୋ ଅଭିଯାନ ଉପରେ ପ୍ରତିକ୍ରିୟା ରଖି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇତମର ବେନ ଗିଭର୍ କହିଛନ୍ତି ଯେ ଆମେ ଯେକୌଣସି ସମୟରେ ଆମର ଶତ୍ରୁଙ୍କୁ ପରାସ୍ତ କରିପାରିବୁ। ଆମର ଉଦ୍ଦେଶ୍ୟ ସ୍ପଷ୍ଟ। ଯଦି କୌଣସି କାର୍ଯ୍ୟ ଇସ୍ରାଏଲ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରେ, ତାହେଲେ ଦେଶର ସେନାବାହିନୀ ଏହାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେବ। ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ଆତଙ୍କବାଦୀ ଜାଲମନା ହାମାସ ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଯୋଗାଉଥିଲେ। ତାହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଆମକୁ କ୍ଷତି ପହଞ୍ଚାଇବା।

 
ଜେନିନ୍‌ ସ୍ଥିତ ଇବ୍ର ସିନା ହସ୍ପିଟାଲ ଠାରେ ଇସ୍ରାଏଲ୍ ପକ୍ଷରୁ କରାଯାଇଥିବା କମାଣ୍ଡୋ ଅଭିଯାନର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଡାକ୍ତର ଏବଂ ନର୍ସ ଭାବରେ ଛଦ୍ମବେଶରେ କିପରି କିଛି କମାଣ୍ଡୋ ହସ୍ପିଟାଲ ମଧ୍ୟରେ କିପରି ପ୍ରବେଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାହା ଆପଣ ଦେଖିପାରିବେ। ଇସ୍ରାଏଲ୍ କହିବା କଥା ହମାସ ଆତଙ୍କବାଦୀ ଲାଗି ଜେନିନ୍‌ ସ୍ଥିତ ଇବ୍ର ସିନା ହସ୍ପିଟାଲ ଏକ ଶିବିର ଭାବେ ବ୍ୟବହୃତ। ଯେଉଁଠାରେ ସେମାନେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିଲେ।