AdityaL1 : ମିଶନ ସୂର୍ଯ୍ୟ ପାଇଁ ଇସ୍ରୋର ଜୋରଦାର ପ୍ରସ୍ତୁତି, ସରିଲା ପୂର୍ବାଭ୍ୟାସ
Advertisement
Article Detail0/zeeodisha/odisha1848090

AdityaL1 : ମିଶନ ସୂର୍ଯ୍ୟ ପାଇଁ ଇସ୍ରୋର ଜୋରଦାର ପ୍ରସ୍ତୁତି, ସରିଲା ପୂର୍ବାଭ୍ୟାସ

ଇସ୍ରୋର ଚନ୍ଦ୍ରୟାନ ୩ର ସଫଳତା ପରେ ଏବେ ଆଉ ପାଦେ ଆଗେଇବାକୁ ଯାଉଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ । ଜହ୍ନ ରାଇଜରେ ପାଦ ଥାପିବା ପରେ ସୂର୍ଯ୍ୟ ଉପରେ ନଜର ରଖିଛି ଇସ୍ରୋ । ସୂର୍ଯ୍ୟ ବିଷୟରେ ଟିକିନିଖି ଖବର ଜାଣିବାକୁ ଆସନ୍ତା ୨ ସେପ୍ଟେମ୍ବର ୨୦୨୩ ରେ ଇସ୍ରୋ ଆରମ୍ଭ କରୁଛି ନିଜର ମିଶନ ସୂର୍ଯ୍ୟ।

AdityaL1 : ମିଶନ ସୂର୍ଯ୍ୟ ପାଇଁ ଇସ୍ରୋର ଜୋରଦାର ପ୍ରସ୍ତୁତି, ସରିଲା ପୂର୍ବାଭ୍ୟାସ

AdityaL1 : ନୂଆଦିଲ୍ଲୀ: ଇସ୍ରୋର ଚନ୍ଦ୍ରୟାନ ୩ର ସଫଳତା ପରେ ଏବେ ଆଉ ପାଦେ ଆଗେଇବାକୁ ଯାଉଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ । ଜହ୍ନ ରାଇଜରେ ପାଦ ଥାପିବା ପରେ ସୂର୍ଯ୍ୟ ଉପରେ ନଜର ରଖିଛି ଇସ୍ରୋ । ସୂର୍ଯ୍ୟ ବିଷୟରେ ଟିକିନିଖି ଖବର ଜାଣିବାକୁ ଆସନ୍ତା ୨ ସେପ୍ଟେମ୍ବର ୨୦୨୩ ରେ ଇସ୍ରୋ ଆରମ୍ଭ କରୁଛି ନିଜର ମିଶନ ସୂର୍ଯ୍ୟ ଯାହାର ନାଁ  AdityaL1 ରଖାଯାଇଛି। ଏହା ଭାରତର ପ୍ରଥମ ସୌର ମିଶନ । ୨ ତାରିଖରେ ଭାରତୀୟ ସମୟ ଅନୁସାରେ ୧୧ଟା ବାଜି ୫୦ ମିନିଟ୍ ସମୟରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ। ତେବେ ଏହି ଉତକ୍ଷେପଣ ପାଇଁ ଇସ୍ରୋ ସମସ୍ତ ପ୍ରସ୍ତୁତି ଶେଷ କରିଛି।  ଆଜି ଉତକ୍ଷେପଣ ପୂର୍ବରୁ ଅଭ୍ୟାସ କରିସାରିଛି। ପୂର୍ବାଭ୍ୟାସ ପ୍ରସ୍ତୁତି ପର୍ଯ୍ୟାୟରେ ଲଞ୍ଚିଂ ଭେହିକିଲକୁ ଟିକିନିଖି ଭାବେ ଯାଞ୍ଚ କରାଯାଇଥିଲା। 

ସୂଚନାଯୋଗ୍ୟ AdityaL1 କୁ ସୂର୍ଯ୍ୟର ସବୁଠାରୁ ବାହାର ସ୍ତର ପର୍ଯ୍ୟନ୍ତ ଅବଲୋକନ ବା ଅବଜରଭେସନ କରିବାକୁ ପ୍ରସ୍ତୁତ କରାଯାଇଛି। L1 ପୃଥିବୀ ଠାରୁ ପାଖାପାଖି ୧୫ ଲକ୍ଷ କିଲୋମିଟର ଦୂରତାରେ ଥିବା ସୂର୍ଯ୍ୟ ପାଖକୁ ଯାତ୍ରା ଲେଙ୍ଗ୍ରେଜ ବିନ୍ଦୁ ଜରିଆରେ କରିବ। ଲେଙ୍ଗ୍ରେଜ ବିନ୍ଦୁ ହେଉଛି ଅନ୍ତରୀକ୍ଷ ସ୍ଥିତ ୱେ ସ୍ଥାନ। ଯେଉଁଠାରେ ସୂର୍ଯ୍ୟ ଓ ପୃଥିବୀ ର ଗୁରୁତ୍ୱାକର୍ଷଣ ବଳ ଆକର୍ଷଣ ଓ ପ୍ରତିକର୍ଷଣ କ୍ଷେତ୍ର ଉତ୍ପନ୍ନ କରିଥାଏ। ନାସା ମୁତାବକ ଏହାର ଉପଯୋଗ ଅନ୍ତରୀକ୍ଷ ଯାନକୁ ସ୍ଥିର ସ୍ଥିତିରେ ରଖିବାକୁ ଆବଶ୍ୟକୀୟ ଇନ୍ଧନ କୁ କମାଇବାକୁ ବ୍ୟବହାର କରାଯାଇଥାଏ। 

fallback

ISRO ର PSLV-XL ରକେଟରେ ସତୀଶ ଧାୱନ ସ୍ପେଶ୍ ସେଣ୍ଟର SHAR (SDSC-SHAR) ଶ୍ରୀହରିକୋଟାରୁ ଆଦିତ୍ୟ- L1 ମିଶନ୍ ଆରମ୍ଭ କରିବାକୁ ଯାଉଛି। ପ୍ରାରମ୍ଭରେ ମହାକାଶଯାନକୁ ପୃଥିବୀର ନିମ୍ନ କକ୍ଷପଥରେ ରଖାଯିବ, ଯାହା ପରେ ଏହି କକ୍ଷପଥକୁ ବିଭିନ୍ନ ରାଉଣ୍ଡରେ ପୃଥିବୀର କକ୍ଷପଥରୁ ବାହାର କରିବାରେ ସକ୍ଷମ ହେବ, ତା’ପରେ ଏହାକୁ ବ୍ୟବହାର କରି ଲାଙ୍ଗ୍ରେଜ ପଏଣ୍ଟ (L1) ଆଡକୁ ଉତକ୍ଷେପଣ କରାଯିବ। 

ଆଦିତ୍ୟ- L1କୁ ପ୍ରସ୍ତୁତ କରିବାରେ କେତେ ଖର୍ଚ୍ଚ
ସୂର୍ଯ୍ୟ ଓ ଏହାର ଅସ୍ଥିତ୍ୱ ବିଷୟରେ ମନୁଷ୍ୟ ମନରେ ଥିବା ଜିଜ୍ଞାସାକୁ ଶାନ୍ତ କରିବା ପାଇଁ ଇସ୍ରୋ ଏହି ସୂର୍ଯ୍ୟ ମିଶନ ବା ସୋଲାର ମିଶନ ଉପରେ ପାଖପାଖି ୪୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। ସେହିପରି ଏହାକୁ ତିଆରି କରିବା ପାଇଁ ୨୦୧୯ ମସିହା ଡିସେମ୍ବର ମାସରୁ ଇସ୍ରୋ ବୈଜ୍ଞାନିକ ମାନେ (Isro Scientist)  କାମରେ ଲାଗିଥିଲେ। ପରେ ଏହାର ଉତକ୍ଷେପଣ ପରେ ଏହାର କାର୍ଯ୍ୟ ସମାପ୍ତି ହେବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ଆଦିତ୍ୟ ଏଲ 1 ମିଶନର ମୂଳ ଲକ୍ଷ ହେଲା ଏଲ 1 ର ପାଖ କକ୍ଷରେ ରହି ସୂର୍ଯ୍ୟକୁ ଅଧ୍ୟୟନ କରିବା। ଏହି ମିଶନ ସାତଟି ପେଲୋଡ ନେଇକି ଯିବ। ଯାହା ଅଲଗା ଅଲଗା ବ୍ରାଣ୍ଡରେ ଫଟୋସ୍ଫେୟାର ବା ପ୍ରକାଶ ମଣ୍ଡଳ, କ୍ରୋମୋସ୍ଫେୟର ବା ସୂର୍ଯ୍ୟ ଉପର ଭାଗରେ ଦୃଶ୍ୟମାନ ହେଉଥିବା ସତ୍ତା, ସୂର୍ଯ୍ୟର ସବୁଠାରୁ ବାହାର ପରସ୍ତ ଯାହାକୁ କୋରୋନା ବୋଲି କୁହାଯାଉଛି ତାକୁ ଅଧ୍ୟୟନ କରିବ ସୋଲାର ମିଶନ। 

କେଉଁ ରିସର୍ଚ୍ଚ କରିବ L1? 
ଇସ୍ରୋ ଅନୁସାରେ, ଏଲ 1 ରିସର୍ଚ୍ଚ ମିଶନରେ ଆଦିତ୍ୟ 1 ଏହା ସନ୍ଧାନ କରିବ ଯେ କୋରୋନା ଅର୍ଥାତ୍ ସୂର୍ଯ୍ୟର ବାହାର ସ୍ତର ତାପମାତ୍ରା ପାଖାପାଖି ଦଶଲକ୍ଷ ଡିଗ୍ରୀ ପର୍ଯ୍ୟନ୍ତ କେମିତି ପହଞ୍ଚିବ। ଯେବେକି ସୂର୍ଯ୍ୟର ଭୃପୃଷ୍ଠର ତାପମାତ୍ରା ୬୦୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ରୁ ଅଧିକ ରହିଥାଏ। ଆଦିତ୍ୟ- L1 UV ପେଲୋଡ୍ ବ୍ୟବହାର କରି କୋରୋନାକୁ ଦେଖିପାରିବେ ଏବଂ ଏକ୍ସ-ରେ ପେଲୋଡ୍ ବ୍ୟବହାର କରି ସୌର କ୍ରୋମୋସ୍ପିୟର ଉପରେ ଥିବା ନିଆଁକୁ ଦେଖିପାରିବେ । କଣିକା ଡିଟେକ୍ଟର ଏବଂ ମ୍ୟାଗ୍ନେଟୋମିଟର ପେଲୋଡ୍ ଚାର୍ଜ ହୋଇଥିବା କଣିକା ଏବଂ L1 ଚାରିପାଖରେ କକ୍ଷପଥରେ ହାଲରେ ପହଞ୍ଚୁଥିବା ଚୁମ୍ବକୀୟ କ୍ଷେତ୍ର ବିଷୟରେ ସୂଚନା ପ୍ରଦାନ କରିପାରିବ।