Odisha News Live Updates: ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ , ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2344107

Odisha News Live Updates: ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ , ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର


Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha News Live Updates: ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ , ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
LIVE Blog
20 July 2024
23:05 PM

Odisha News Live Updates: ଅତି ବିଶିଷ୍ଟ ସେବା ମେଡାଲ ସମ୍ମାନ ପାଇଲେ ଓଡିଶାର ଶରତ ଚନ୍ଦ୍ର ଦାଶ
ନୟାଗଡ଼ର ଲେଫ୍ଟନାଣ୍ଟ ଜେନେରାଲ ତଥା ପୂର୍ବତନ ସେନା ଡା. ଶରତ ଚନ୍ଦ୍ର ଦାଶ ଅତି ବିଶିଷ୍ଟ ସେବା ମେଡାଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କୁ ଏହି ସମ୍ମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଥିଲେ। ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ବିନିଯୋଗ ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ସେ ଏହା ପୂର୍ବରୁ ଯୁବ ସେବା ମେଡାଲ (କାରଗିଲ ଯୁଦ୍ଧ) ଏବଂ ବିଶିଷ୍ଟ ସେବା ମେଡାଲ ମଧ୍ଯ ପାଇଛନ୍ତି। ଏସସିବି ମେଡିକାଲ କଲେଜ ଆଲୁମନସ୍, ଶରତ ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରୁ ୟୁରୋଲୋଜିରେ MCh ସମାପ୍ତ କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାରୁ ରୋବୋଟିକ୍ ୟୁରୋଲୋଜି ସର୍ଜରୀରେ ସ୍ପେସିଆଲାଇଜେସନ୍ ମଧ୍ଯ କରିଛନ୍ତି।

22:28 PM

Odisha News Live Updates:ମଦ୍ରାସାରେ ସରସ୍ବତୀ ବନ୍ଦନା କରିବାକୁ କହୁଛନ୍ତି: ମୁସଲିମ ପର୍ସନାଲ ଲ ବୋର୍ଡ
ମଦ୍ରାସାରେ କିଛି ପରିବର୍ତ୍ତନକୁ ନେଇ ସରକାର ପ୍ରସ୍ତାବ ଦେବା ପରେ ଏହାକୁ ନେଇ ଖପ୍ପା ହୋଇଛି ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ (AIMPLB) । ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ କହିଛି ଯେ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ବିଭିନ୍ନ ଉପାୟରେ ମଦ୍ରାସାର ପରିଚୟ ନଷ୍ଟ କରିବାକୁ ପ୍ରୟାସ କରାଯାଉଛି | ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲଡ ରାଇଟ୍ସ ମଦ୍ରାସାକୁ ନେଇ ଦେଇଥିବା ନିର୍ଦ୍ଦେଶନାମାକୁ ବି ବେଆଇନ ବୋଲି କହିଛି। ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ କହିଛି ଯେ ଏହି ନିର୍ଦ୍ଦେଶନାମା ଆୟୋଗର ପରିସର ବାହାରେ। ବାସ୍ତବରେ, ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କ ତରଫରୁ ମଦ୍ରାସା ଉପରେ ଏକ ସର୍ଭେ କରିବା ପରେ ଅନୁମୋଦିତ ମଦ୍ରାସା ଛାତ୍ରମାନଙ୍କୁ ସରକାରୀ ବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

22:12 PM

Odisha News Live Updates:ପୋଲ ତଳୁ ମଣିଷ କଙ୍କାଳ ଉଦ୍ଧାର
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଧୀନସ୍ଥ ଜାତୀୟ ରାଜପଥ ପୋଲ ତଳୁ ଆଜି ଏକ ମଣିଷ କଙ୍କାଳ ଜବତ ହୋଇଛି। ଖବର ପାଇ ଘଟଣାସ୍ଥଳରେ କୋଇଡ଼ା ପୁଲିସ୍ ଓ ରାଉରକେଲା ଫୋରେନସିକ୍ ଟିମ୍ ପହଞ୍ଚି ଅନୁଧ୍ୟାନ କରିଥିଲେ। ପୁଲିସ କଙ୍କାଳ ଉଦ୍ଧାର କରି ପ୍ରାଥମିକ ପର୍ଯ୍ୟାୟରେ ଏକ ଅପମୃତ୍ୟୁ ମାମଲା ୧୬/୨୦୧୪ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ କଙ୍କାଳ ଉଦ୍ଧାର ସମୟରେ ନିକଟରେ ଏକ ବ୍ୟାଗ୍ ପଡ଼ି ଥିବା ଦେଖିବାକୁ ମିଳିଥିଲା। ଉକ୍ତ ବ୍ୟାଗ୍‌ରୁ କୋଇଡ଼ା ବ୍ଲକ୍ କୁସୁମଡିହି ଗ୍ରାମର ମନୋଜ ପାସୱାନ(୮୦)ଙ୍କର ଆଧାର କାର୍ଡ ମିଳିଥିଲା। ସୂଚନାଅନୁଯାୟୀ ମନୋଜ ପାସୱାନ ଛତିଶଗଡ଼ରୁ ଚାଳକ ଭାବେ ଆସି କୁସୁମଡିହିରେ ବହୁ ବର୍ଷ ଧରି ଏକୁଟିଆ ରହି ଆସୁଥିଲେ। ଏହି କଙ୍କାଳଟି ମନୋଜଙ୍କର ନା ଆଉ କାହାର ତାହା ଫୋରେନ୍‌ସିକ୍‌ ପରୀକ୍ଷା ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଥିଲେ।

13:31 PM

Odisha News Live Updates: ୧୯ ଜୁଲାଇରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ସମ୍ମାନଜନକ ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ କଞ୍ଚାଲଙ୍କାର ୱେବ୍ ସିରିଜ୍ "ବାରଙ୍ଗ ୧୯୯୯" କୁ ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ ଭାବେ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାରକୁ କଞ୍ଚାଲଙ୍କାର କୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶ୍ରୀ ଅକ୍ଷୟ କୁମାର ପରିଜା ଓ ସିରିଜର ନିର୍ଦ୍ଦେଶକ ଶ୍ରୀ ଅଜୟ ପାଢି ଗ୍ରହଣ କରିଛନ୍ତି।

 

13:16 PM

"Odisha News Live Updates:  ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ପୁରୀରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ସାଧାରଣ ନିର୍ବାଚନରେ ବିଜେପି ୨୧ ରୁ ୨୦ଟି ସାଂସଦ ଜିତିବା ସହ ରାଜ୍ୟରେ ମଧ୍ୟ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ନିର୍ବାଚନ ସମୟରେ କେନ୍ଦ୍ରୀୟ ନେତାମାନେ ନିର୍ବାଚନ ପରିଚାଳନା ଦାୟିତ୍ୱ ନେବା ସହିତ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି ବିଶ୍ୱାସ ରଖିଥିଲେ । ଏଥିସହ କାର୍ଯ୍ୟକର୍ତାଙ୍କ ପରିଶ୍ରମ ଏବଂ ବିଶ୍ୱାସ ଯୋଗୁଁ ବିଜେପି ସଫଳତା ପାଇଛି ବୋଲି ପୁରୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କାର୍ଯ୍ୟକର୍ତା ଓ କେନ୍ଦ୍ରୀୟ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

13:07 PM

Odisha News Live Updates:  ରାଜ୍ୟ ସରକାର ବଦଳିବା ପରେ ଗୋଟିଏ ଗୋଟିଏ ପ୍ରକଳ୍ପର ନାମ ମଧ୍ୟ ପରିବର୍ତ୍ତନ ହେଉଛି। ଏହି ଅବସରରେ ଆଜି ରାଜ୍ୟ କ୍ରୀଡ଼ା ପୁରସ୍କାରର ନାଁକୁ ବଦଳି କରାଯାଇଛି। କ୍ରୀଡ଼ା ପୁରସ୍କାରରୁ ବିଜୁ ପଟ୍ଟନାୟକଙ୍କ ନାଁକୁ ହଟାଇ ଦିଆଯାଇଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରି ଓଡ଼ିଶା ରାଜ୍ୟ କ୍ରୀଡ଼ା ପୁରସ୍କାର ସମ୍ମାନ ବୋଲି ଘୋଷଣା କରିଛି କ୍ରୀଡ଼ା ବିଭାଗ। ସୂଚନାଯୋଗ୍ୟ ଯେ, ୨୦୦୧-୨୦୦୨ ମସିହାରେ ଓଡ଼ିଶାର କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମରେ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲା। ଏହାପୂର୍ବରୁ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ଏବଂ ଖେଳର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର, କ୍ରୀଡ଼ା ଏବଂ ଖେଳର ପଦୋନ୍ନତି ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା। 

12:54 PM

Odisha News Live Updates:  ଏନଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ । ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଏନଟିଏ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସେଣ୍ଟର ଓ ସିଟ୍ କ୍ରମରେ ନିଟ୍ ୟୁଜି ରେଜଲ୍ଟ ପ୍ରକାଶ ପାଇଛି । ୱେବସାଇଟ୍ http://nta.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି।  ତେବେ ନିଟ୍ ୟୁଜି ପୁନଃ ରେଜଲ୍ଟ ପ୍ରକାଶ କରିବା ପାଇଁ ଏନଟିଏକୁ ୨୦ ତାରିଖ ଅର୍ଥାତ ଆଜି ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ ସୁପ୍ରିମକୋର୍ଟ । ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖରେ କରାଯିବ ।

 

12:10 PM

Odisha News Live Updates: ବ୍ୟବସାୟିକ ପ୍ରତିଷ୍ଠାନ ତଥା କର୍ପୋରେଟ୍‍ ହାଉସ୍‍ଗୁଡ଼ିକୁ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ ଲାଇସେନ୍ସ ଦେବାକୁ ରିଜର୍ଭ ବ୍ୟାଙ୍କ ଏବେ ଚିନ୍ତା କରୁନାହିଁ। ଏହା ବ୍ୟାଙ୍କିଙ୍ଗ୍ ସେବାର ସ୍ୱାର୍ଥ ରକ୍ଷା ଦିଗରେ ବ୍ୟାହତ ସୃଷ୍ଟି କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ବିଶ୍ୱସ୍ତରରେ ଏହାର ଅନେକ ଉଦାହରଣ ରହିଥିବାରୁ ରିଜର୍ଭ ବ୍ୟାଙ୍କ ଏ ଦିଗରେ ଏବେ ଚିନ୍ତା କରୁନାହିଁ ବୋଲି କହିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। 

12:00 PM

Odisha News Live Updates: ବାଂଲାଦେଶରେ ଚାକିରି କ୍ଷେତ୍ରରେ ଆରକ୍ଷଣ ନୀତିକୁ ନେଇ ବିରୋଧ ଚରମ ସୀମାରେ ପହଞ୍ଚିଛି। ଏହା ହିଂସାତ୍ମକ ରୂପ ନେବାରୁ ଶତାଧିକ ଲୋକଙ୍କ ପ୍ରାଣ ଗଲାଣି। ଦେଶରେ ଶାନ୍ତି ସ୍ଥାପନ ଲାଗି ବଂଲାଦେଶ ସରକାର ସାରା ଦେଶରେ କର୍ଫ୍ୟୁ ଲାଗୁ କରିବା ସହ ସେନା ମୁତ୍ତୟନ ଲାଗି ଆଦେଶ ଦେଇଛନ୍ତି। 

11:23 AM

Odisha News Live Updates: କାଉଡ଼ିଆ ଯାତ୍ରା ସମୟରେ ରାସ୍ତାକଡ଼ରେ ଖାଦ୍ୟ ପଦାର୍ଥ ଫଳ ବିକ୍ରି କରୁଥିବା ଦୋକାନ ମାଲିକଙ୍କ ନାମକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ନିୟମ ଜାରି ହେବା ପରେ ରାଜନୀତିକ ଉଷ୍ମତା ବଢ଼ିଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା  ଗାନ୍ଧି ଏହାକୁ ସମ୍ବିଧାନର ଉଲ୍ଲଂଘନ ବୋଲି କହିଛନ୍ତି। ଏପରିକି ଏନ୍‍ଡିଏ ଅଂଶୀଦାର ଚିରାଗ ପାସ୍‍ୱାନ୍‍ ଉତ୍ତର ପ୍ରଦେଶ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। 

10:34 AM

Odisha News Live Updates: ଗୋଆ ଉପକୂଳରେ ଏକ କାର୍ଗୋ ଜାହାଜରେ ନିଆଁ ଲାଗି ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ସେ ଫିଲିଫାଇନ୍ସ ନାଗରିକ ବୋଲି ଜଣାପଡ଼ିଛି। ଜାହାଜଟି ମୁନ୍ଦ୍ରା ବନ୍ଦରରୁ ଶ୍ରୀଲଙ୍କା ରାସ୍ତାରେ ଯାଉଥିବା କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି। ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ଏହି ଘଟଣା ଘଟିଥାଇପାରେ ବୋଲି ଭାରତୀୟ ନୌସେନା ଆଶଙ୍କା କରିଛି। 

10:02 AM

Odisha News Live Updates:  ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟାଦଶ ଲୋକସଭାର ଦ୍ୱିତୀୟ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନରେ ଅର୍ଥନୀତିକ ସର୍ଭେ ରିପୋରତ୍ଟ ଉପସ୍ଥାପନ ହେବ। ଏହାପରଦିନ ବଜେଟ୍‍ ଉପସ୍ଥାପନ ହେବ। ନିର୍ବାଚନ ପୂର୍ବରୁ ସାମୟିକ ବଜେଟ୍‍ ଉପସ୍ଥାପନ କରାଯାଇଥିଲା। ବଜେଟ୍‍ ସହ କେନ୍ଦ୍ର ସରକାର ଏହି ଅଧିବେଶନରେ ୬ଟି ନୂଆ ବିଲ୍‍ ଆଣିବାକୁ ଯୋଜନା ରଖିଥିବା ସୂଚନା ମିଳିଛି। ବିଶେଷକରି ବିମାନ ଯାନ ନୀତିରେ ପରିବର୍ତ୍ତନ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

09:31 AM

Odisha News Live Updates: ବରିଷ୍ଠ ଅଧିବକ୍ତା ତଥା ବିଜେପି ପ୍ରବକ୍ତା ପୀତାମ୍ବର ଆଚାର୍ଯ୍ୟ ହେବେ ରାଜ୍ୟର ପରବର୍ତ୍ତୀ ଆଡଭୋକେଟ ଜେନେରାଲ। ରାଜ୍ୟ ଆଇନ ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପଦବୀ ଏକ ସାମ୍ବିଧାନିକ ପଦବୀ ହୋଇଥିଲେ ମଧ୍ୟ ପୂର୍ବତନ ଆଭୋକେଟ୍‍ ଜେନେରାଲ୍‍ ଅଶୋକ ପରିଜା ଆକସ୍ମିକ ଭାବେ ଏହି ପଦବୀରୁ ଇସ୍ତଫା ଦେଇଥିବାରୁ ଏ ପଦବୀ ଅନେକ ଦିନ ହେଲା ଖାଲି ପଡ଼ିଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ମାମଲାକୁ କୋର୍ଟରେ ପରିଚାଳନା କରିବା ଲାଗି ଏହି ପଦବୀରେ ନିଯୁକ୍ତି ଅତ୍ୟାବଶ୍ୟକ ହୋଇଥାଏ।

09:25 AM

Odisha News Live Updates: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ମେଧା ତାଲିକା। ରାଜ୍ୟର ଯୁକ୍ତ ଦୁଇ କଲେଜଗୁଡ଼ିକରେ ସାମ୍ସ ପୋର୍ଟାଲ୍‍ ମାଧ୍ୟମରେ ହୋଇଥିବା ଆବେଦନର ଫଳାଫଳ ଏହାଦ୍ୱାରା ପ୍ରକାଶ ପାଇବ। ମାର୍କ ଓ ଅମସ୍ଥିତିକୁ ଦେଖ କଲେଜ ଗୁଡ଼ିକର କଟ ଅଫ ସଫ୍ଟଓ୍ୱେର ମାଧ୍ୟମରେ ପ୍ରକାଶ କରାଯିବ। 

09:02 AM

Odisha News Live Updates:  ପ୍ରାଣ ହାରିଲେ ପଦ୍ମଶ୍ରୀ କମଳା ପୂଜାରୀ। ଶନିବାର କଟକ ଏସ୍‌ସିବି(SCB)ରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କର ମୃତ୍ୟୁ ହୋଇଛି। ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ଥିବା ବେଳେ ସେ ୭୦ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ଗତ ୧୮ ତାରିଖରୁ ଏସ୍‌ସିବିରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ। କିଡ଼ନୀ(Kidney) ଜନିତ ସମସ୍ୟା ସହ ଜ୍ବରରେ ପୀଡ଼ିତ ଥିଲେ ପଦ୍ମଶ୍ରୀ କମଳା ପୂଜାରୀ। ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ଏକ ଚାରି ଜଣିଆ ଡାକ୍ତରୀ ଦଳ ତାଙ୍କାର ଚିକିତ୍ସା କରୁଥିଲେ। ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ତାଙ୍କୁ ୨୦୧୯ରେ ପଦ୍ମଶ୍ରୀ(Padmashree) ପୁରସ୍କାର ମିଳିଥିଲା। ତେବେ ଆଜି ସକାଳୁ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ସେ ଦୁଇରୁ ତିନି ଥର କଟକ ଏସସିବି ମେଡିକାଲ(SCB Medical) ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ସୁସ୍ଥ ହୋଇ ଘରକୁ ଫେରି ଯାଉଥିଲେ।

 

08:50 AM

Odisha News Live Updates:  ମାଇକ୍ରୋସଫ୍ଟ ସର୍ଭର ଡାଉନ୍‌  ତଥା ଉଇଣ୍ଡୋଜ ଅପରେଟିଂ ସିଷ୍ଟମ କ୍ରାସ ହେବା କାରଣରୁ ବିଶ୍ୱରେ ଚହଳ ପଡ଼ିଛି। ଶୁକ୍ରବାର ଦିନସାରା ଏହି ପ୍ରକାର ପରିସ୍ଥିତି ଯୋଗୁ ବିମାନ ସେବା, ବ୍ୟାଙ୍କିଂ ସେବା, ସପିଂ ମଲରେ ସେବା ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି। କଂପ୍ୟୁଟରରେ ଏକ ବ୍ଲ୍ୟୁ ସ୍କ୍ରିନ ଏରର ଦେଖଉଛି। ସେହିପରି ଇଣ୍ଡିଗୋ, ଭିସ୍ତାରା, ଏୟାର ଇଣ୍ଡିଆ, ସ୍ପାଇସ ଜେଟ ଭଳି ଏୟାରଲାନ୍ସ କମ୍ପାନୀ ସେବା ପ୍ରଭାବିତ ହୋଇଛି। 

08:32 AM

Odisha News Live Updates: ଦୀର୍ଘ ୧୩ ଦିନ ପରେ ଶ୍ରୀମନ୍ଦିରକୁ ଫେରିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର ଏବଂ ଶ୍ରୀ ସୁଦର୍ଶନ। ଗତକାଲି ନୀଳାଦ୍ରୀ ବିଜେ ନୀତିରେ ତିନି ରଥରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇଥିଲା। ବିଳମ୍ବିତ ରାତି ଯାଏ ପହଣ୍ଡି ଜାରି ରହିଥିଲା। ଆଜି ସକାଳେ ରତ୍ନ ବେଦୀରେ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଛି। 

08:20 AM

Odisha News Live Updates: ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର -ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହି ଅବପାତଟି ଆଜି ପୁରୀ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି। ବର୍ତ୍ତମାନ ଅବପାତଟି ପୁରୀ ଠାରୁ ୭୦ କିମି ,ଗୋପାଳପୁର ଓ ପାରାଦୀପ ଠାରୁ ୧୩୦ କିମି ଦୂରରେ ଅବସ୍ଥିତ । ଏହାର  ପ୍ରଭାବରେ ପୁରୀ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ୨୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲ୍ ମାର୍କଡ ଲୋ- ପ୍ରେସର ବା ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟରେ ବର୍ଷା ଲାଗି ରହିବ। ଏନେଇ ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏବଂ କନ୍ଧମାଳ , ବୌଦ୍ଧ, କଳାହାଣ୍ତି, ବଲାଙ୍ଗୀର, ନୂଆପଡା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।  ଏହିସବୁ ଜିଲ୍ଲାରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା କାରଣରୁ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। 

07:54 AM

Odisha News Live Updates: ବିଧାନସଭା ବଜେଟ୍ ଅଧିବେଶନ ଆସନ୍ତା ୨୨ ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ମୁଖ୍ୟ ବିରୋଧି ଦଳ ବିଜେଡ଼ି ଆସନ୍ତାକାଲି ତାର ବିଧାୟକ ଦଳ ବୈଠକ ଡାକିଛି। ଦଳ ସଭାପତି ତଥା  ବିରୋଧି ଦଳ ନେତା ବିଧାୟକ ନବୀନ୍ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବିଧାୟକ ଦଳ ବୈଠକ ବସିବ। ଅପରାହ୍ନ ୫ଟାରେ ଏହି ବୈଠର ବସିବ ବୋଲି ଜଣାପଡିଛି।  ବିଧାନସଭାର ବଜେଟ୍ ଅଧିବେଶନରେ ବିଜେଡିର ଭୂମିକା କଣ ରହିବ। ତାହୁ ନେଇ ରଣନୀତି ଚୁଡାନ୍ତ କରାଯିବ।  ଦଳ କେଉଁ ପ୍ରସଙ୍ଗକୁ ପ୍ରାଥମିକତା ଦେବ ଏବଂ ନୂତନ ବିଜେପି ସରକାର ବିରୋଧରେ କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରିବ। ସେନେଇ ବିସ୍ତୁତ ଭାବରେ ଆଲୋଚନା ହେବ। 

 

07:23 AM

Horoscope Today 20 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୨୦ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?