Manipur Violence 2023: ମଣିପୁର ସରକାରଙ୍କ ବଡ଼ ନିଷ୍ପତ୍ତି; ମୋବାଇଲ୍ ଇଣ୍ଟରନେଟ୍ ପ୍ରତିବନ୍ଧକ ଉପରେ ଆସିଲା ବଡ଼ ଖବର
Advertisement
Article Detail0/zeeodisha/odisha1946406

Manipur Violence 2023: ମଣିପୁର ସରକାରଙ୍କ ବଡ଼ ନିଷ୍ପତ୍ତି; ମୋବାଇଲ୍ ଇଣ୍ଟରନେଟ୍ ପ୍ରତିବନ୍ଧକ ଉପରେ ଆସିଲା ବଡ଼ ଖବର

Manipur Violence Latest News: ହିଂସାକାଣ୍ଡ କାରଣରୁ ରାଜ୍ୟରେ ବନ୍ଦ ରହିଥିବା ମୋବାଇଲ୍ ଇଣ୍ଟରନେଟ୍ ସେବା ପୁନର୍ବାର ଚାଲୁ ହେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛି ମଣିପୁର ଗୃହ ବିଭାଗ।

Manipur Violence 2023: ମଣିପୁର ସରକାରଙ୍କ ବଡ଼ ନିଷ୍ପତ୍ତି; ମୋବାଇଲ୍ ଇଣ୍ଟରନେଟ୍ ପ୍ରତିବନ୍ଧକ ଉପରେ ଆସିଲା ବଡ଼ ଖବର

Manipur Violence Latest Update: ହିଂସାକାଣ୍ଡକୁ ନେଇ ରାଜ୍ୟରେ ବନ୍ଦ ରହିଥିବା ମୋବାଇଲ୍ ଇଣ୍ଟରନେଟ୍ ପ୍ରତିବନ୍ଧକ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ମଣିପୁର ସରକାର। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ରାଜ୍ୟରେ ମୋବାଇଲ୍ ଇଣ୍ଟରନେଟ୍ ପ୍ରତିବନ୍ଧକକୁ ଆହୁରି ୩ ଦିନ ପର୍ଯ୍ୟନ୍ତ (ନଭେମ୍ବର ୮) ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ କରାଯାଉଥିବା ପ୍ରୟାସର ଏକ ଅଂଶ ଭାବରେ ଏପରି ନିଷ୍ପତ୍ତି ନେଇଛନ୍ତି ମଣିପୁର ସରକାରା।

ଏନେଇ ମଣିପୁର ସରକାର କହିଛନ୍ତି ଯେ ମୋବାଇଲ୍ ଇଣ୍ଟରନେଟ୍ ସେବା ଆରମ୍ଭ ହେବା ଦ୍ୱାରା ସାମାଜ ବିରୋଧି ତତ୍ତ୍ୱ ଏପରି ବାର୍ତ୍ତା, ଫଟୋ ଏବଂ ଭିଡିଓ ପ୍ରସାରଣ କରିବେ, ଯାହା ରାଜ୍ୟର ପରିବେଶକୁ ନଷ୍ଟ କରିପାରେ। ଏହାକୁ ରୋକିବା ପାଇଁ ଏହି ନିଷେଧାଦେଶକୁ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଇଣ୍ଟରନେଟ୍ ସେବାର ପ୍ରାରମ୍ଭିକ ନିଲମ୍ବନ ଗତ ସେପ୍ଟେମ୍ବର ୨୬ ତାରିଖରେ କାର୍ଯ୍ୟକାରୀ କରାଯାଇଥିଲା। ସେବେଠାରୁ ରାଜ୍ୟରେ ପରିସ୍ଥିତି ସ୍ୱାଭାବିକ ହୋଇନଥିଲା। ଯେଉଁ କାରଣରୁ ସମୟ ସମୟରେ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପ୍ରତିବନ୍ଧକ ଜାରି ରହିଛି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ମଣିପୁର ଗୃହ ବିଭାଗ ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ତଥା ସାମାଜିକ ବିରୋଧି ତତ୍ତ୍ୱ ଦ୍ୱାରା ଫଟୋ, ଉତ୍ତେଜନା ସୃଷ୍ଟି କରୁଥିବା ଭାଷଣ, ବିବାଦୀୟ ଭିଡ଼ିଓ ସେୟାର କରାଯିବାର ସମ୍ଭବନା ରହିଛି। ଏହି ସମସ୍ତ ବିଷୟ ଉପରେ ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଅସାମାଜିକ ତତ୍ତ୍ୱ ଜନସାଧାରଣଙ୍କ ଭାବନାକୁ ଉସକାଇବା ଭଳି କାମ କରିପାରନ୍ତି। ଯାହା ଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିପାରେ। 

Also Read: Manipur Violence Update: ହିଂସାକାଣ୍ଡ ପରେ ଉପଦ୍ରବୀଙ୍କୁ ମଣିପୁର ସରକାରଙ୍କୁ ଚେତାବନୀ; କହିଲେ...

ସ୍ଥିତି ସୁଧୁରିଥିବା ଜିଲ୍ଲାରେ ଆରମ୍ଭ ହୋଇପାରେ ଇଣ୍ଟରନେଟ ସେବା 
ମଣିପୁର ଗୃହ ବିଭାଗ ସଚିବ ଟି.ରଞ୍ଜିତ ସିଂହଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ରାଜ୍ୟ ସରକାର ସେହି ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା ମୂଳଖ ଭିତ୍ତିରେ ମୋବାଇଲ୍ ଟାୱାର ଖୋଲିବାର ସମ୍ଭାବନା ସମ୍ପର୍କରେ ରାଜ୍ୟ ସରକାର ଅନୁସନ୍ଧାନ କରିବେ। ଯେଉଁ ଆଇନ ଶୃଙ୍ଖଳା ସଙ୍କଟ ଦ୍ୱାରା ପ୍ରଭାବିତ ହୋଇନାହିଁ। ଯଦି ଏପରି ପରୀକ୍ଷଣ ସଫଳ ହୁଏ, ତାହେଲେ ପରିସ୍ଥିତି ସୁଧୁରିଲେ ରାଜ୍ୟର ଅନ୍ୟ ଜିଲ୍ଲାରେ ଏହାର ପୁନରାବୃତ୍ତି କରାଯାଇପାରେ।

ଜାତିଗତ ହିଂସାରେ ପ୍ରାଣ ହରାଇଛନ୍ତି ଶତାଧିକ ଲୋକ
ଗତ ମେ ୩ ତାରିଖରେ ମଣିପୁରରେ ଜାତିଗତ ହିଂସା ଆରମ୍ଭ ହେବା ପର ଠାରୁ ୧୮୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଏହି ହିଂସାତ୍ମକ ସଂଘର୍ଷରେ ଶହ ଶହ ଲୋକ ମଧ୍ୟ ଆହତ ହୋଇଛନ୍ତି। ହିଂସାକୁ ଦୃଷ୍ଟିରେ ରଖି ମଣିପୁର ସରକାର ରାଜ୍ୟରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

Also Read: Manipur Violence Update: ସ୍ୱାଭାବିକ ହେଉଛି ପରିସ୍ଥିତି; ଆରମ୍ଭ ହେବ ଇଣ୍ଟରନେଟ ସେବା

ଛାତ୍ରଙ୍କ ମୃତଦେହ ଫଟୋ ଭାଇରାଲ କାରଣରୁ ବିଗିଡ଼ିଥିଲା ପରିସ୍ଥିତି 
ଅନେକ ମାସ ପରେ ଗତ ସେପ୍ଟେମ୍ବର ୨୩ ତାରିଖରେ ମଣିପୁରରେ ମୋବାଇଲ୍ ଇଣ୍ଟରନେଟ୍ ସେବା ପୁନର୍ବାର ଆରମ୍ଭ ହୋଇଥିଲା। ହେଲେ ନିଖୋଜ ଦୁଇ ଯୁବକଙ୍କ ମୃତଦେହ ଫଟୋ ଭାଇରାଲ ହେବା ପରେ ସୁରକ୍ଷା ବାହିନୀ ସହ ଛାତ୍ରଙ୍କ ସଂଘର୍ଷ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଇଣ୍ଟରନେଟ୍ ପୁନର୍ବାର ଆରମ୍ଭ ହେବାର ୪ ଦିନ ପରେ ପୁଣିଥରେ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେବେଠାରୁ ରାଜ୍ୟକେ ପୁନର୍ବାର ଇଣ୍ଟରନେଟ ସେବା ଆରମ୍ଭ ହୋଇନାହିଁ।