Odisha High Court Recruitment 2023: ଓଡ଼ିଶା ହାଇକୋର୍ଟରେ ଚାକିରି କରିବାକୁ ଚାହିୁଁଥିବା ଆଶାୟୀଙ୍କ ଲାଗି ଖୁସି ଖବର । ଓଡ଼ିଶା ହାଇକୋର୍ଟର ଖାଲି ପଡ଼ିଥିବା ବିଭିନ୍ନ ପଦବୀ ଲାଗି ବାହାରିଲା ବିଜ୍ଞପ୍ତି ।
Trending Photos
Odisha High Court Recruitment 2023: ଓଡ଼ିଶା ହାଇକୋର୍ଟରେ (Odisha High Court) ଚାକିରି କରିବାକୁ ଚାହିୁଁଥିବା ଆଶାୟୀଙ୍କ ଲାଗି ଖୁସି ଖବର । ଓଡ଼ିଶା ହାଇକୋର୍ଟର ଖାଲି ପଡ଼ିଥିବା ବିଭିନ୍ନ ପଦବୀ ଲାଗି ବାହାରିଲା ବିଜ୍ଞପ୍ତି । ତେବେ ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ପଦବୀ ଲାଗି ଏପ୍ରିଲ ୧୭ ତାରିଖରୁ ଅନଲାଇନରେ ଆବେଦନ ପ୍ରକ୍ରିୟା (Apply) ଆରମ୍ଭ ହୋଇ ମେ ୧ ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହେବ ।
ଖାଲି ପଡ଼ିଥିବା ପଦବୀ- Vacancy Position
ଅର୍ଡ଼ିଲ ଓ ଅଫିସ ପିଅନ ଲାଗି (୩୪ଟି) ପଦବୀ
କ୍ଲାସ-୪ ଲାଗି (୪୪ଟି) ପଦବୀ
ମାଳି- (୧୦ଟି) ପଦବୀ
ସମୁଦାୟ- (୮୮ଟି) ପଦବୀ
ଶିକ୍ଷାଗତ ଯୋଗ୍ୟତା- (Education qualification)
ଅର୍ଡ଼ିଲ ଓ ଅଫିସ ପିଅନ- ଅର୍ଡ଼ିଲ ଓ ଅଫିସ ପିଅନ ପଦବୀ ଲାଗି ଆବେଦନ କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ ଅଷ୍ଟମ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ହାଉସକିପିଂ ସହ ରୋଷେଇ ଓ ଅନ୍ୟାନ୍ୟ ଘରୋଇ କାମ କରିପାରୁଥିବା ଜରୁରୀ ।
କ୍ଲାସ-୪- ଇଚ୍ଛୁକ ପ୍ରାର୍ଥୀ ମାନେ ଅଷ୍ଟମ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ହାଉସକିପିଂ ସହ ରୋଷେଇ ଓ ଅନ୍ୟାନ୍ୟ ଘରୋଇ କାମ କରିପାରୁଥିବା ଜରୁରୀ ।
ମାଳି- ଇଚ୍ଛୁକ ପ୍ରାର୍ଥୀ ମାନେ ଅଷ୍ଟମ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ଏହାସହ ଗାର୍ଡେନିଂ ନେଇ ଜ୍ଞାନ ଥିବା ଆବଶ୍ୟକ ।
ଦରମା- (salary)
୪,୭୫୦ ଟଙ୍କା- ୧୪,୬୮୦- ଗ୍ରେଡ଼- ୧,୭୦୦ ଟଙ୍କା । ପ୍ରଥମ ବର୍ଷରେ – ୧୨,୧୦୦, ଦ୍ବିତୀୟ ବର୍ଷରେ-୧୨,୭୦୦, ତୃତୀୟ ବର୍ଷରେ ୧୩,୩୦୦, ଚତୁର୍ଥ ବର୍ଷରେ- ୧୪,୦୦୦ ଟଙ୍କା
ଆବେଦନ ଲାଗି ଆଶାୟୀ ପ୍ରାର୍ଥୀ ମାନେ ଅନଲାଇନରେ ୩୦୦ ଟଙ୍କା ଦେଇ ଆବେଦନ କରିପାରିବେ । SC/ST ଓ ଦିବ୍ୟାଙ୍ଗ ପାଇଁ କୌଣସି ଆବେଦନ ଫି ଦେବାକୁ ପଡ଼ିୃବ ନାହିଁ ।
ଏହା ବି ପଢନ୍ତୁ- ADR Report 2023: ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ହେଉଛନ୍ତି କୋଟିପତି, ଦେଶର ସବୁଠାରୁ ଧନୀ ସିଏମ କିଏ? ଜାଣନ୍ତୁ
ଆବେଦନ ପ୍ରକ୍ରିୟା- (How to apply)
ଇଚ୍ଛୁକ ପ୍ରାର୍ଥୀ ମାନେ ଅନଲାଇନରେ ଓଡ଼ିଶା ହାଇକୋର୍ଟ ୱେବସାଇଟ୍- www.orissahighcourt.nic.in କୁ ଯାଇ ଆବେଦନ କରିପାରିବେ ।
ଅଧିକ ତଥ୍ୟ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ- Orissa High Court Group D recruitment 2023
ଏହା ବି ପଢନ୍ତୁ- VIMSAR Security: ବିବାଦରେ ବୁର୍ଲା ବଡ଼ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା: ଆଶା ଅନେକ, ଫଳ ଶୂନ
ଏହା ବି ପଢନ୍ତୁ- Khordha News: ସହରରେ ଚିନ୍ତାଜନକ ଟ୍ରାଫିକ୍ ବ୍ୟବସ୍ଥା; ବଢୁଛି ଦୁର୍ଘଟଣା, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ!
ଏହା ବି ପଢନ୍ତୁ- PM Kisan: ପିଏମ କିସାନର ୧୪ତମ କିସ୍ତି ଆସିବା ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଜାଣି ଖୁସିରେ ନାଚି ଉଠିବେ ଚାଷୀ