ଚଳନ୍ତା ଟ୍ରେନରେ ଗୁପୁଚୁପ୍ ବେପାର: ଭିଡିଓ ଭାଇରାଲ୍ ପରେ...
Advertisement
Article Detail0/zeeodisha/odisha1756865

ଚଳନ୍ତା ଟ୍ରେନରେ ଗୁପୁଚୁପ୍ ବେପାର: ଭିଡିଓ ଭାଇରାଲ୍ ପରେ...

ଗୁପଚୁପର ନାଁ ଶୁଣିଲେ ଲୋକଙ୍କ ପାଟିରୁ ଳାଳ ଆସିଯାଏ । ବିଶେଷ କରି ମହିଳାମାନେ ଗୁପଚୁପ୍ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । ଆମ ଦେଶର ଯେ କୌଣସି ରାଜ୍ୟକୁ ଆପଣ ବୁଲିବାକୁ ଯାଆନ୍ତୁ ନା କାହିଁକି ସବୁଠି ଆପଣ ଗୁପଚୁପ୍ ଖୁବ୍ ସହଜରେ ପାଇଯିବେ । କାରଣ ଗୁପଚୁପ୍ ଦୋକାନ ଖୋଲିବା ପାଇଁ ଅଧିକ ସ୍ଥାନର ଆବଶ୍ୟକତା ନାହିଁ । ଖୁବ୍ କମ ସ୍ଥାନରେ ସହଜରେ ଜଣେ ବ

ଚଳନ୍ତା ଟ୍ରେନରେ ଗୁପୁଚୁପ୍ ବେପାର: ଭିଡିଓ ଭାଇରାଲ୍ ପରେ...

Viral News: ଗୁପଚୁପର ନାଁ ଶୁଣିଲେ ଲୋକଙ୍କ ପାଟିରୁ ଳାଳ ଆସିଯାଏ । ବିଶେଷ କରି ମହିଳାମାନେ ଗୁପଚୁପ୍ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । ଆମ ଦେଶର ଯେ କୌଣସି ରାଜ୍ୟକୁ ଆପଣ ବୁଲିବାକୁ ଯାଆନ୍ତୁ ନା କାହିଁକି ସବୁଠି ଆପଣ ଗୁପଚୁପ୍ ଖୁବ୍ ସହଜରେ ପାଇଯିବେ । କାରଣ ଗୁପଚୁପ୍ ଦୋକାନ ଖୋଲିବା ପାଇଁ ଅଧିକ ସ୍ଥାନର ଆବଶ୍ୟକତା ନାହିଁ । ଖୁବ୍ କମ ସ୍ଥାନରେ ସହଜରେ ଜଣେ ବ୍ୟବସାୟୀ ଗୁପଚୁପ୍ ଦୋକାନଟିଏ ଖୋଲି ପାରିବେ । ପ୍ରତି ଗାଁ ଗହଳୀରେ ମଧ୍ୟ ଗୁପଚୁପ ଖୁବ ସହଜରେ ମିଳିଯାଇଥାଏ । କିଛି ଲୋକ ପ୍ରତିଦିନ ସ୍ୱାଦିଷ୍ଟ ଗୁପଚୁପ୍ ଖାଇବାକୁ ପସନ୍ଦ ମଧ୍ୟ କରିଥାନ୍ତି । ଏହା କିଛି ବ୍ୟକ୍ତିଙ୍କ ପାଇଁ ରୋଜଗାରର ମାଧ୍ୟମ (Income source) ମଧ୍ୟ ପାଲଟିଛି । କିନ୍ତୁ ଆମେ ଯେଉଁ ଗୁପଚୁପ୍ ଦୋକାନୀଙ୍କ କଥା କହୁଛୁ ସେ ଖୁବ୍ ନିଆରା । କାରଣ ସେ କୌଣସି ଛକ କିମ୍ୱା ରାସ୍ତା କଡରେ ନୁହେଁ, ଟ୍ରେନ୍ (Train) ଭିତରେ ମେଲାଇଛନ୍ତି ଗୁପଚୁପର ପସରା ।

ଦେଖନ୍ତୁ ଭିଡିଓ- 

https://www.instagram.com/reel/Ctn3gLyIgRZ/?utm_source=ig_web_copy_link&...

ଟ୍ରେନରେ ଯାତ୍ରା (Train travel) କରିବା ସମୟରେ ଆପଣ, ସିଙ୍ଗଡା, ବ୍ରେଡ ଚପ୍, ଝାଲ ମୁଢି, ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ନିଶ୍ଚେ ଦେଖିଥିବେ । ସେମାନଙ୍କ ଠାରୁ ଖାଦ୍ୟ ସାମଗ୍ରୀ କିଣି ଖାଇଥିବେ ନିଶ୍ଚିତ । କିନ୍ତୁ ଚଳନ୍ତା ଟ୍ରେନରେ ଗୁପଚୁପ୍ ବେପାର କଥା ଅଡୁଆ ଲାଗୁଥିଲେ ମଧ୍ୟ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆ (Social media)ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଅନେକ ବ୍ୟକ୍ତି ସୋସିଆଲ ମିଡିଆ ମାଧ୍ୟମରେ ଏହାକୁ ସେୟାର ମଧ୍ୟ କରିଛନ୍ତି । କିଛି ବ୍ୟକ୍ତି ଏହି ପୋଷ୍ଟକୁ ଲାଇକ୍ (Like) କରିବା ସହ କମେଣ୍ଟ ମଧ୍ୟ ଦେଇଛନ୍ତି ।

ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଗୁପଚୁପ୍ ବ୍ୟବସାୟୀ ଜଣକ ଗୁପଚୁପ୍ ଷ୍ଟଲ୍ ଖୋଲିବା ପାଇଁ ପ୍ରଥମେ ଅନେକ ସ୍ଥାନ (Place) ଖୋଜିଥିଲେ, ପ୍ରାୟ ସବୁ ଛକରେ ରହିଥିଲେ ଗୁପଚୁପ ବ୍ୟବସାୟୀ । ସେଠାରେ ରହିଲେ ବ୍ୟବସାୟ ହେବ କି ନହେବ ଏହା ଭାବି ଅନ୍ୟତ୍ର ସ୍ଥାନ ଖୋଜିଥିଲେ ମଧ୍ୟ କୌଣସି ସ୍ଥାନ ନପାଇବାରୁ ଏପରି ନିଷ୍ପତ୍ତି ନେଇଥିବା କଥା କୁହାଯାଉଛି । ସେ ସ୍ଥିର କଲେ ଯେ, ଅନ୍ୟ ବ୍ୟବସାୟୀଙ୍କ ପରି ସେ ମଧ୍ୟ ଟ୍ରେନରେ ଗୁପଚୁପ ବିକ୍ରି କରିପାରିବେ । ତାହା ଭାବିବା ପରେ ହଠାତ୍ ଟ୍ରେନରେ ଚଢିଗଲେ ଗୁପଚୁପ୍ ବ୍ୟବସାୟୀ ଜଣକ । ଟ୍ରେନରେ ଚଢିବା ପରେ ପ୍ରଥମ ବଗିରେ ଥିବା ଯାତ୍ରୀଙ୍କ ମଧ୍ୟରୁ କିଛି ଜଣ ତାଙ୍କୁ ଅଟକାଇଥିଲେ ଗୁପଚୁପ ଖାଇବା ପାଇଁ । ପରେ ଅନ୍ୟ ବଗିର ଲୋକେ ବି ଗୁପଚୁପ ଖାଇବାକୁ ଗୁପଚୁପ୍ ବ୍ୟବସାୟୀଙ୍କ ନିକଟରେ ଭିଡ଼ ଜମାଇଥିଲେ । ଟ୍ରେନରେ ଗୁପଚୁପ୍ ଖାଇବାର ମଜା ଦୃଶ୍ୟ ଖୁବ୍ ନିଆରା ହୋଇଥିବାରୁ ଜଣେ ଯାତ୍ରୀ ଏହାକୁ ନିଜ ମୋବାଇଲ୍ କ୍ୟାମେରା (Mobile camera)ରେ ରେକର୍ଡ କରିବାକୁ ଲାଗିଲେ । ପରେ ତାହାକୁ ନିଜ ସୋସିଆଲ୍ ମିଡିଆରେ ସେୟାର କରିଥିଲେ ।

ଘଟଣାଟି କୋଲକାତାର ଏକ ଲୋକାଲ ଟ୍ରେନରେ ଘଟିଛି ବୋଲି କୁହାଯାଉଛି ।  ଗୁପଚୁପ ବ୍ୟବସାୟୀଙ୍କ ବିକ୍ରି କରିବାର ତରିକାକୁ କିଛି ବ୍ୟକ୍ତି ପସନ୍ଦ କରିବା ସହ ଆଉ କିଛି ବ୍ୟକ୍ତି ନା ପସନ୍ଦ ମଧ୍ୟ କରିଛନ୍ତି । ଜଣେ ବ୍ୟକ୍ତି କମେଣ୍ଟ (Comments)ରେ ଲେଖିଛନ୍ତି ଯେ, ଭାଗ୍ୟ ଭଲ ଗୁପଚୁପ୍ ବ୍ୟବସାୟୀ ଜଣକ ଏହାକୁ ଦିଲ୍ଲୀ ମେଟ୍ରୋରେ ବିକ୍ରି କରିନାହାନ୍ତି । ସେହିପରି ଆଉଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଆମ ଦେଶରେ ଅନେକ ପ୍ରତିଭାବାନ ବ୍ୟକ୍ତି ଅଛନ୍ତି ଆଉ ସେମାନହ୍କ ନିଆରା ହରକତ ସବୁବେଳେ ମନରଞ୍ଜନର ଖୋରାକ ଯୋଗାଇଥାଏ ।

Also read- Jio Cheapest Recharge Plan: ୭୫ ଟଙ୍କାରେ ଅନଲିମିଟେଡ୍ କଲ ସହ ଇଣ୍ଟରନେଟ୍ !