Advertisement
Photo Details/zeeodisha/odisha2658187
photoDetails0hindi

Weather Report: ଏହି ୧୨ ଜିଲ୍ଲାରେ ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି...

Weather Report: ଆଜି ୧୨ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ୪ ଜିଲ୍ଲାକୁ ଅରେଜଂ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। 

1/5
Weather Report: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବର୍ଷା ଲାଗି ରହିଛି। ଆହୁରି ଗୋଟେ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଜି ୧୨ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  

2/5
ଭଦ୍ରକ, ମୟୂରଭଂଜ,କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡି଼ ସହ ବର୍ଷା ହୋଇପାରେ। ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ୪ ଜିଲ୍ଲାକୁ ଅରେଜଂ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। 

3/5

ସୋମବାର ପୂର୍ବାହ୍ଣ ସୁଦ୍ଧା କେନ୍ଦୁଝର, ମୟୂରଭଞ୍ଜ ଓ ବା‌ଲେଶ୍ବର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପବନ ଓ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ। 

4/5
ଏଥି ସହ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା(Kendrapara), କଟକ, ଜଗତସିଂହପୁର, ଗଞ୍ଜାମ(Ganjam) ଓ ଗଜପତି ଜିଲ୍ଲାରେ ପବନ ବହିବ ଓ ବିଜୁଳି-ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। 

5/5

ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଉପରେ ବର୍ଷାର ପ୍ରଭାବ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ରବିବାର ସକାଳଠାରୁ ଆଜି ସନ୍ଧ୍ୟା ମଧ୍ୟରେ ବାରିପଦା ସହରରେ ସର୍ବାଧିକ ୨୨ ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳ(Anugul)ରେ ୨୧ମିମି, ବାଲେଶ୍ବରରେ ୧୩.୩ ମିମି, ଭଦ୍ରକରେ ୯ମିମି, ଚାନ୍ଦବାଲିରେ ୦.୬ମିମି, ଗୋପାଳପୁରରେ ୦.୩ମିମି, ରାଉରକେଲାରେ ୦.୨ ମିମି ବର୍ଷା ରେକର୍ଡ ହୋଇଛି।