Gold Rate Today: ଗ୍ରାହକଙ୍କୁ ବଡ଼ ଝଟକା। ପୁଣି ବଢିଲା ସୁନା ଦର। ଗତକିଛି ଦିନ ହେବ ଦରରେ ବ୍ରେକ୍ ଲାଗିଥିଲେ ମଧ୍ୟ ଆଜି ସୁନା ଦରରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୭୦,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬,୩୬୦ ଟଙ୍କା ରହିଛି। ଆଜି ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୧୦ ଟଙ୍କା ବୃଦ୍ଧି ପାଇଛି।
ALSO READ: Budh Shukra Yuti 2024: ଆସନ୍ତାକାଲିଠୁ ବଦଳିବ ଏହିସବୁ ରାଶିର ଭାଗ୍ୟ, ଚାକିରିରେ ମିଳିବ ପଦୋନ୍ନତି ସହ ବଢିବ ଆୟ!
ALSO READ: Petrol Diesel Price Today: ନୂଆ ତେଲ ଦର ଜାରି, ଜାଣନ୍ତୁ ଭୁବନେଶ୍ବରରେ ଲିଟର ପିଛା କେତେ ବଢିଲା ପେଟ୍ରୋଲ ରେଟ୍ ?
ସେହିପରି, ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬,୫୧୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୧୦ ଟଙ୍କା ବୃଦ୍ଧି ପାଇଛି।
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬,୩୬୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୧୦ ଟଙ୍କା ବଢିଛି।
ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୦,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬,୩୬୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୧୦ ଟଙ୍କା ବଢିଛି।
ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୦,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬,୩୬୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୭,୨୭୦ ଟଙ୍କା ରହିଛି। ୧୮,୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୬୦, ୨୦୦ ଓ ୨୧୦ ଟଙ୍କା ବୃଦ୍ଧି ପାଇଛି।
ट्रेन्डिंग फोटोज़