Advertisement
Photo Details/zeeodisha/odisha2651538
photoDetails0hindi

KIIT University Tragedy: ଏପଟେ ଚାଲିଥିଲା କିଟ୍ ଫେଷ୍ଟ 8.0...ସେପଟେ ଚାଲିଥିଲା ପ୍ରମାଣ ନଷ୍ଟ !

KIIT University Tragedy: କିଟ୍ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି। ଏହି ମାମଲାରେ ଭୁବନେଶ୍ବର-କଟକ କମିସନରେଟ୍‌ ପୋଲିସ ଆଜି ୫ ଜଣଙ୍କୁ ଗିରଫ କରିଛି। ଏଥିରେ କିଟ୍‌ର ୩ ଜଣ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ସେପଟେ କିଟ୍‌ ବିଶ୍ବବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲା କେବଳ ରାଜ୍ୟ ଭିତରେ ସୀମିତ ନାହିଁ। ‌ଏହି ଖବର ନେପାଳରେ ମଧ୍ୟ ପହଞ୍ଚିଛି। ଛାତ୍ରଛାତ୍ରୀମାନେ ଆଜି ବିଶ୍ବବିଦ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ପୀଡିତାଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି।  ଶତାଧିକ ଛାତ୍ରଛାତ୍ରୀମାନେ ଆଜି କ୍ୟା‌ଣ୍ଡେଲ ଶୋଭାଯାତ୍ରା କରିଛନ୍ତି। 

 

1/5

ସେପଟେ କିଟ୍ ମାମଲାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚଶିକ୍ଷା ସଚିବ ସାମିଲ । ଘଟଣାର ନିରପେକ୍ଷ ତଦନ୍ତ କରିବ କମିଟି । 

Also Read: KIIT University Hostel: King's Palace ରେ ଛାତ୍ର ନୁହଁନ୍ତି ସୁରକ୍ଷିତ, Queen's Castleରେ ଛାତ୍ରୀ ନିର୍ଯାତିତ !

Also Read: KIIT University Viral Photos: ମୃତ ନେପାଳୀ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ବୟଫ୍ରେଣ୍ଡ ର ଫଟୋ ଭାଇରାଲ

2/5

ମୃତ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ସରିଛି । ଛାତ୍ରୀ ମୃତ୍ୟୁକୁ ନେଇ ଗତକାଲି କଲେଜ କ୍ୟାମ୍ପସରେ ବ୍ୟାପକ ଉତ୍ତେଜନା ଦେଖିବାକୁ ମିଳିଥିଲା । ନେପାଳୀ ଛାତ୍ରଛାତ୍ରୀମାନେ କଲେଜ କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । 

3/5

ଏବେ ସବୁଠୁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଛାତ୍ରୀଙ୍କ ମୃତ୍ୟୁ ର କାରଣ । ବାରମ୍ବାର ପ୍ରେମିକ ନାଁରେ ଅଭିଯୋଗ ହୋଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଯାହା ଫଳରେ ଛାତ୍ରୀ ଆତ୍ମହତ୍ୟା କରିବା ନେଇ ଅଭିଯୋଗ ହୋଇଛି। 

4/5

ହେଲେ ଆଜି କ୍ୟାମ୍ପସରେ ବିରୋଧ ପ୍ରଦର୍ଶନ ବେଳେ ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ଯେ, କିଟ୍ ବିଶ୍ୱବିଦ୍ୟାଳୟରେ ରବିବାର ଦିନ ଚାଲିଥିଲା କିଟ୍ ଫେଷ୍ଟ 8.0। ଏଥିରେ ବହୁ ବଲିଉଡ ସିଙ୍ଗର ଓ ରାପର ଯୋଗ ଦେଇଥିଲେ। 

5/5

ଆଉ ଫେଷ୍ଟିଭାଲକୁ ଏନଜୟ କରିବାକୁ ଛାତ୍ରଛାତ୍ରୀ ମାନେ ସେଠାରେ ଏକାଠି ହୋଇଥିଲେ। ଆଉ ଏପଟେ ଉକ୍ତ ନେପାଳୀ ଛାତ୍ରୀଙ୍କୁ ମାରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି କର୍ତ୍ତୃପକ୍ଷ । ଏନେଇ ଅଭିଯୋଗ ପରେ ଏବେ ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି।