Petrol Diesel Price Today: ଅଗଷ୍ଟ ୨୮ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ବୁଧବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ବେଳେ ଆଉ କିଛି ସ୍ଥାନରେ ଦର ଖସିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?
ତେବେ ଗତକାଲି ତୈଳ ରେଟ୍ ରାଜ୍ୟରେ ବୃଦ୍ଧି ପାଇଥିବା ବେଳେ ଆଜି ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି। ତୈଳ ଦର ବୃଦ୍ଧି କାଟ୍ କରିବାକୁ ବହୁବାର ଦାବି ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ALSO READ: Weather Update: ରାଜ୍ୟରେ ଲଘୁଚାପ ବର୍ଷା ଜାରି , ୨୯-୩୦ ପ୍ରବଳ ବର୍ଷିବ
ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ଗ୍ରେଟର ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର ପିଛା ୧୦୩ ଟଙ୍କା ୬୨ ପଇସା ରହିଥିବା ବେଳେ ଡିଜେଲ୍ ରେଟ୍ ୯୦ ଟଙ୍କା ୧୭ ପଇସା ରହିଛି । ପେଟ୍ରୋଲ୍ ରେ ୧୮ ଓ ଡିଜେଲ୍ ରେ ୧୭ ପଇସା ହ୍ରାସ ପାଇଛି। ସେହିପରି, କୋଲକାତାରେ ପେଟ୍ରୋଲ ଲିଟର ୧୦୪ ଟଙ୍କା ୯୫ ପଇସା ଥିବା ବେଳେ ଡିଜେଲ୍ ଦର ୯୧ ଟଙ୍କା ୭୬ ପଇସା ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୦ ଟଙ୍କା ୭୫ ପଇସା ରହିଥିବା ବେଳେ ଡିଜେଲ (୧ ଲିଟର) ୯୨ ଟଙ୍କା ୩୪ ପଇସା ରହିଛି।
ट्रेन्डिंग फोटोज़