Advertisement
Photo Details/zeeodisha/odisha2596745
photoDetails0hindi

Pravasi Bharatiya Divas 2025: ଶେଷ ହେଲା ଭାରତୀୟ ଦିବସ , ଭାଇରାଲ୍ ହେଉଛି ଏହି ସୁନ୍ଦର ମୁହୂର୍ତ୍ତର ଫଟୋ

Pravasi Bharatiya Divas 2025: ପ୍ରବାସୀ ଭାରତୀୟ ଦିବସ ଶେଷ ହୋଇଛି । ଉଦ୍‍ଯାପନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ରାଷ୍ଟ୍ରଗଠନରେ ପ୍ରବାସୀଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ନଜର ପକାନ୍ତୁ ପ୍ରବାସୀ ଭାରତୀୟ ଦିବସର କିଛି ଝଲକ ଉପରେ...

1/10
ପ୍ରବାସୀ ଭାରତୀୟ ଦିବସ ଶେଷ ହୋଇଛି। ଏହି ଦିବସରେ ବଡ଼ ବଡ଼ ହସ୍ତି ସାମିଲ୍ ହୋଇଥିଲେ। 

2/10
ଉଦ୍‍ଯାପନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ରାଷ୍ଟ୍ରଗଠନରେ ପ୍ରବାସୀଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।

3/10
୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଲାଗି ଆରମ୍ଭ ହୋଇଥିବା ଜାତୀୟ ମିଶନରେ ସାମିଲ ହେବାକୁ ସେ କହିଥିଲା।

4/10
ସେମାନଙ୍କୁ ବିକଶିତ ଭାରତ ମିଶନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ କହିବା ସହ ରାଷ୍ଟ୍ରପତି ସେମାନଙ୍କର ବିଶ୍ୱସ୍ତରୀୟ ଉପସ୍ଥିତିକୁ ପ୍ରଶଂସା କରିଛନ୍ତି। 

5/10
ଏହି ଅବସରରେ ସେ ୨୪ ଦେଶର ୨୭ ଜଣ ପ୍ରବାସୀଙ୍କ ସେମାନଙ୍କର ଉଲ୍ଲେଖନୀୟ ଉପସ୍ଥିତି ପାଇଁ ସମ୍ମାନୀତ କରିଛନ୍ତି। 

6/10
ଆଜି ଏବଂ ଆସନ୍ତା କାଲି ଦୁଇଦିନ ଧରି ପ୍ରବାସୀ ଭାରତୀୟ ଦିବସ ଆୟୋଜନ ସ୍ଥଳକୁ ବୁଲି ଦେଖିବା ଲାଗି ସାଧାରଣ ଲୋକଙ୍କୁ ଅନୁମତି ରହିବ। 

7/10
ଏହି ଅନୁମତି ମାଗଣାରେ ହେବ ଏବଂ ଏଥିପାଇଁ କୌଣସି ଅନୁମତିର ଆବଶ୍ୟକତା ନାହିଁ। ସାଧାରଣ ଲୋକେ ଏହି ଉତ୍ସବକୁ ଦେଖିପାରିବେ। 

8/10
ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଆମକୁ ଏକ ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପର ଅବସର ଆଣିଦେଇଛି। 

9/10

ଓଡ଼ିଶା ଏବେ ସମୃଦ୍ଧି ପଥରେ ଅଗ୍ରସର ହେବା ପାଇଁ ଯାତ୍ରା ଆରମ୍ଭ କରିସାରିଛି। ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନାରେ ପ୍ରବାସୀ ଓଡ଼ିଆ ନୀତି ପ୍ରଣୟନ ହେବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

10/10

ଓଡ଼ିଆ ଜାତି କୃତଜ୍ଞତା ପ୍ରକାଶ କରିବାରେ ସଦା ତତ୍ପର। ଏହା ଆମର ସଂସ୍କୃତି ଓ ପରମ୍ପରା। ପ୍ରବାସୀ ଭାରତୀୟ ଦିବସ ସମାରୋହରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଯୋଗଦେଇଥିବା ସମସ୍ତ ପ୍ରବାସୀ ଓ ବଂଶୋଦ୍ଭବ, ରାଷ୍ଟ୍ରପତି ସମ୍ମାନନୀୟା ଦ୍ରୌପଦୀ ମୁର୍ମୁ, କେନ୍ଦ୍ରମନ୍ତ୍ରୀମାନଙ୍କୁ ଏବଂ ବିଶେଷ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।