Advertisement
Photo Details/zeeodisha/odisha2639724
photoDetails0hindi

Weather Update: ୧୦ ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କ ସୂଚନା

Weather Update:ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା କମିବାରେ ଲାଗିଛି। ଆଗାମୀ ଦୁଇ ଦିନ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଦକ୍ଷିଣ ଓଡିଶା ସମେତ ରାଜ୍ୟର ୧୧ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିବ। ଏଥିପାଇଁ ଆଗାମୀ ଦୁଇ ଦିନ ପାଇଁ ୧୧ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ଏହି ଦିନମାନଙ୍କରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ସୂଚନାପ୍ରଦାନ କରିଛନ୍ତି। 

1/5

୧୦ ତାରିଖ ଅର୍ଥାତ ସୋମବାରରେ ଗଞ୍ଜାମ, ଗଜପତି, କୋରାପୁଟ ଓ ନବରଙ୍ଗପୁରର କେତେକ ସ୍ଥାନରେ ଘନ କୁହୁଡି ଯୋଗୁ ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ ମିଟର ରହିବା ଆଶଙ୍କା କରାଯାଉଛି। ଏହି ସବୁ ଜିଲ୍ଲାକୁ ପୀତ ସତର୍କତା ଜାରି କରାଯାଇଛି। 

2/5

ସେହିଭଳି ୧୧ ତାରିଖରେ ଗଞ୍ଜାମ, ଗଜପତି ସମେତ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼, ଜଗତସିଂହପୁର, କଟକ, ଅନୁଗୋଳ ଓ ଢେଙ୍କାନାଳର କିଛି ସ୍ଥାନରେ ଘନ କୁହୁଡି ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

3/5

୧୬ ତାରିଖରେ ପାଗର ପରିବର୍ତ୍ତନ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

4/5

ସେହିପରି ୯ ତାରିଖରେ ଅନୁଗୋଳରେ ୩୪.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ାରେ ୩୪.୪ ଡିଗ୍ରୀ ଓ ମାଲକାନଗିରିରେ ୩୪ ଡିଗ୍ରୀ ରେକର୍ଡ କରାଯାଇଛି।

5/5

ସେହିପରି ରାଉରକେଲାରେ ୮.୮ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗିବାଡିରେ ୧୫.୫ ଡିଗ୍ରୀ ରେକର୍ଡ କରାଯାଇଛି। ଫୁଲବାଣୀରେ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।