PM Kisan 13th Installment: ପିଏମ କିସାନର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ପ୍ରତ୍ୟେକ ଚାଷୀଙ୍କୁ ମିଳିବ ଜବରଦସ୍ତ ଲାଭ
Advertisement
Article Detail0/zeeodisha/odisha1575806

PM Kisan 13th Installment: ପିଏମ କିସାନର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ପ୍ରତ୍ୟେକ ଚାଷୀଙ୍କୁ ମିଳିବ ଜବରଦସ୍ତ ଲାଭ

PM Kisan 13th Installment: କୃଷି ମନ୍ତ୍ରୀ ଏହି ଖବର ଏପରି ସମୟରେ ଦେଇଛନ୍ତି, ଯେତେବେଳେ କି ଚାଷୀମାନେ ପିଏମ କିସାନ ସମ୍ମାନ ନିଧିର ୧୩ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ପ୍ରକୃତରେ କେନ୍ଦ୍ର ସରକାରଙ୍କ ଏହି ନୂତନ ଯୋଜନା ପଶୁ ପାଳକମାନଙ୍କ ପାଇଁ ଲାଭଦାୟକ ହେବ । ଆପଣଙ୍କୁ କହି ରଖୁଛୁ ଯେ, ଏକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି କି ଦେଶରେ ପ୍ରାୟ ୯୫ ପ୍ରତିଶତ ପଶୁପାଳନ କୃଷକମାନଙ୍କ ଦ୍ୱାରା କରାଯାଇଥାଏ ।

PM Kisan 13th Installment: ପିଏମ କିସାନର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ପ୍ରତ୍ୟେକ ଚାଷୀଙ୍କୁ ମିଳିବ ଜବରଦସ୍ତ ଲାଭ

PM Kisan Nidhi 13th Installment: ଯଦି ଆପଣ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ର ହିତାଧିକାରୀ, ତେବେ ସରକାର ଆଉ ଏକ ଖୁସି ଖବର ଦେଇଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ (Union Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କୃଷି ମନ୍ତ୍ରୀ ଏହି ଖବର ଏପରି ସମୟରେ ଦେଇଛନ୍ତି, ଯେତେବେଳେ କି ଚାଷୀମାନେ ପିଏମ କିସାନ ସମ୍ମାନ ନିଧିର ୧୩ ତମ କିସ୍ତି (PM Kisan 13th Installment) ପାଇଁ ଅପେକ୍ଷା କରିଛନ୍ତି । ପ୍ରକୃତରେ କେନ୍ଦ୍ର ସରକାରଙ୍କ ଏହି ନୂତନ ଯୋଜନା ପଶୁ ପାଳକମାନଙ୍କ ପାଇଁ ଲାଭଦାୟକ ହେବ ।

 ଆପଣଙ୍କୁ କହି ରଖୁଛୁ ଯେ, ଏକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି କି ଦେଶରେ ପ୍ରାୟ ୯୫ ପ୍ରତିଶତ ପଶୁପାଳନ କୃଷକମାନଙ୍କ ଦ୍ୱାରା କରାଯାଇଥାଏ । କେନ୍ଦ୍ର କୃଷି ମନ୍ତ୍ରୀ (Union Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି ଯେ, ଦେଶରେ ପ୍ରାୟ ଅଧା ସ୍ୱଦେଶୀ ପଶୁ ପ୍ରଜାତି ଏପର୍ଯ୍ୟନ୍ତ ଶ୍ରେଣୀଭୁକ୍ତ ହୋଇନାହାଁନ୍ତି । କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

କେନ୍ଦ୍ର କୃଷି ମନ୍ତ୍ରୀ (Union Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) ଆଗକୁ କହିଛନ୍ତି ଯେ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR) ଏହା ଉପରେ ଶୀଘ୍ର କାର୍ଯ୍ୟ କରୁଛି । ଏଭଳି ପ୍ରଜାତିର ଚିହ୍ନଟ ପାଇଁ ଦେଶରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଆଇସିଆର ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପଶୁ ପ୍ରଜାତି ପଞ୍ଜୀକରଣ ପ୍ରମାଣପତ୍ର ଦେବା ପରେ କୃଷି ମନ୍ତ୍ରୀ କହିଛନ୍ତି ଯେ, "ଦେଶର ପ୍ରାୟ ଅଧା ପଶୁ ଏପର୍ଯ୍ୟନ୍ତ ଶ୍ରେଣୀଭୁକ୍ତ ହୋଇନାହାଁନ୍ତି । ଆମକୁ ଶୀଘ୍ର ଅନନ୍ୟ ପ୍ରଜାତି ଚିହ୍ନଟ କରିବାକୁ ପଡିବ, ଯାହା ଦ୍ୱାରା ଏହି ପ୍ରଜାତିଗୁଡିକକୁ ବଞ୍ଚାଇ ଯାଇପାରିବ ।"

ଅଧିକ ପଢ଼ନ୍ତୁ:-ଏତେ ରହିଛି ମୁଣ୍ଡ ପିଛା ଋଣ ଭାର, ଆଶ୍ଚର୍ଯ୍ୟଜନକ ତଥ୍ୟ ଉପସ୍ଥାପନ କଲେ ସରକାର; ଆପଣ ମଧ୍ୟ ଜାଣି ନିଅନ୍ତୁ

 

ନରେନ୍ଦ୍ର ସିଂ ତୋମର (Narendra Singh Tomar) ଆହୁରି କହିଛନ୍ତି ଯେ,  ଦେଶରେ ପଶୁଧନ ବହୁ ସଂଖ୍ୟରେ ଦେଶୀ ପ୍ରଜାତିର ଅଛି, ଯାହାକୁ ସମସ୍ତ କ୍ଷେତ୍ରରେ ଚିହ୍ନଟ କରାଯିବା ଆବଶ୍ୟକ । କୃଷି କ୍ଷେତ୍ରକୁ ସମୃଦ୍ଧ କରିବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି । ଏହି ଦିଗରେ କାର୍ଯ୍ୟ କରିଥିବାରୁ ICAR କୁ ପ୍ରଶଂସା କରି ସେ କହିଛନ୍ତି ଯେ, ରାଜ୍ୟ ବିଶ୍ୱବିଦ୍ୟାଳୟ, ପଶୁପାଳନ ବିଭାଗ, ଏନଜିଓ ଇତ୍ୟାଦି ସହଯୋଗ ବିନା ଏଭଳି କାର୍ଯ୍ୟ ସହଜ ହୋଇପାରିବ ନାହିଁ । ICAR ଏହି ସମସ୍ତ ଏଜେନ୍ସିର ସହଯୋଗରେ ମିଶନ ମୋଡରେ ଦେଶର ସମସ୍ତ ପଶୁ ଜେନେଟିକ ସମ୍ବଳର ଡକ୍ୟୁମେଣ୍ଟେସନ୍ ଆରମ୍ଭ କରିଛି । ସମଗ୍ର ବିଶ୍ୱ ବର୍ତ୍ତମାନ ପଶୁପାଳନ ଓ କୁକୁଡ଼ା କ୍ଷେତ୍ରରେ ଭାରତର ବିସ୍ତୃତ ବିବିଧତା ଉପରେ ଦୃଷ୍ଟି ରଖିଛି । ପଶୁମାନଙ୍କର ଜେନେଟିକ ସମ୍ବଳକୁ ଡକ୍ୟୁମେଣ୍ଟେସନ୍ କରିବା ଓ ସେମାନଙ୍କର ଜେନେଟିକ ବିବିଧତା ରକ୍ଷା କରିବା ପାଇଁ ଦେଶର ଉଦ୍ୟମକୁ ଖାଦ୍ୟ ଏବଂ କୃଷି ସଂଗଠନ (FAO) ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି ।