No Kite Flying: ବିନା ଗୁଡିରେ ପାଳିତ ହେଉଛି ମକର ସଂକ୍ରାନ୍ତି, ୨୫୦ ବର୍ଷ ଧରି ଖାଲି ରହିଛି ଆକାଶ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1527564

No Kite Flying: ବିନା ଗୁଡିରେ ପାଳିତ ହେଉଛି ମକର ସଂକ୍ରାନ୍ତି, ୨୫୦ ବର୍ଷ ଧରି ଖାଲି ରହିଛି ଆକାଶ, ଜାଣନ୍ତୁ କାରଣ

Makar Sankranti Kite Flying: ରାଜସ୍ଥାନର କରୌଲି ସହରରେ ବିନା ଗୁଡ଼ି ଉଡାରେ ପାଳିତ ହୋଇଥାଏ ମକର ସଂକ୍ରାନ୍ତୀ ପର୍ବ। ଏହି ପରମ୍ପରା ବିଗତ ୨୫୦ବର୍ଷ ଧରି ଚାଲିଆସୁଛି।

 No Kite Flying: ବିନା ଗୁଡିରେ ପାଳିତ ହେଉଛି ମକର ସଂକ୍ରାନ୍ତି, ୨୫୦ ବର୍ଷ ଧରି ଖାଲି ରହିଛି ଆକାଶ, ଜାଣନ୍ତୁ କାରଣ

Kite Flying on Makar Sankranti: ଚଳିତ ବର୍ଷ ଜାନୁଆରୀ ୧୪ ତାରିଖରେ ସମଗ୍ର ଦେଶରେ ପାଳିତ ହେବ ମକର ସଂକ୍ରାନ୍ତି। ଏହି ପର୍ବ ପାଳନ କରୁଥିବା ଲୋକ ସକାଳୁ ଉଠି ସ୍ନାନ ଶୌଚାଦି କାର୍ଯ୍ୟ ସାରି ଦାନ ଦକ୍ଷିଣା ଦେଇଥାନ୍ତି। ମକର ସଂକ୍ରାନ୍ତି ଅବସରରେ ଗୁଡ଼଼ି ଉଡ଼ାଇବାର ଏକ ବିଶେଷ ପରମ୍ପରା ମଧ୍ୟ ରହିଛି। ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବା ପରମ୍ପରା କେବେ ଠାରୁ ଆରମ୍ଭ ହେଲା ତାହା କହିବା କଷ୍ଟକର। 

ହେଲେ ରାଜସ୍ଥାନରେ (Rajasthan) ଏପରି ଏକ ସହର ଅଛି ଯେଉଁଠାରେ ବିଗତ ୨୫୦ ବର୍ଷ ଧରି ମକର ସଂକ୍ରାନ୍ତି (Makar Sankranti) ଅବସରରେ ଗୋଟିଏ ହେଲେ ମଧ୍ୟ ଗୁଡ଼଼ି ଉଡ଼ାଯାଇ (Makar Sankranti Kite Flying) ନାହିଁ। ମକର ସଂକ୍ରାନ୍ତିରେ ଗୁଡି କାହିଁକି ଉଡାଯାଏ ନାହିଁ ତାହା ପଛରେ ଏକ କାରଣ ମଧ୍ୟ ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କରୌଲି ସହର (karauli City) ପୂର୍ବରୁ ଏକ ଗଡ଼ଜାତ ରାଜ୍ୟ (Princely State) ଥିଲା। ଏଠାକାର ଲୋକ ୨୫୦ ବର୍ଷ ପୂର୍ବେ ରାଜାଙ୍କ ସମୟର ପରମ୍ପରାକୁ ଅନୁସରଣ କରି ଆସୁଛନ୍ତି। ଯଦିଓ କିଛି ଲୋକ ମଦନ ମୋହନଙ୍କ ପ୍ରତିମାକୁ ଏହାର କାରଣ ବୋଲି ଭାବିଥାନ୍ତି। କରୌଲି ସହରରେ ମକର ସଂକ୍ରାନ୍ତୀ ଦିନ ଦାନ ଏବଂ ଦକ୍ଷିଣା ଦେବାର ପରମ୍ପରା ରହିଛି। ହେଲେ ସେ ଦିନ କୌଣସି ଗୁଡ଼଼ି ଉଡାଯାଏ ନାହିଁ। 

Also Read: ଦେଶର ରହସ୍ୟମୟ ଗାଁ; ଯେଉଁଠୁ ରାତାରାତି ଗାଏବ ହୋଇ ଯାଇଥିଲେ ହଜାର ହଜାର ଲୋକ

ଅଧିକାଂଶ ଲୋକ ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡ଼ାଇ ଏହି ପର୍ବକୁ ଉପଭୋଗ କରିଥାନ୍ତି। ହେଲେ ରାଜସ୍ଥାନର କରୌଲି ସହରରେ ବିଗତ ୨୫୦ ବର୍ଷ ଧରି ମକର ସଂକ୍ରାନ୍ତି ଦିନ ଗୋଟିଏ ହେଲେ ଗୁଡ଼ି ମଧ୍ୟ ଉଡାଯାଏ ନାହିଁ। ମକର ସଂକ୍ରାନ୍ତି ବଦଳରେ ଜନ୍ମାଷ୍ଟମୀ ଏବଂ ରକ୍ଷାବନ୍ଧନ ଦିନ ଗୁଡ଼ି ଉଡ଼ିବାର ପରମ୍ପରା ଏଠାରେ ରହିଛି। ଏହି ପରମ୍ପରା ମହରାଜା ଗୋପାଳ ସିଂଙ୍କ ସମୟରୁ ଚାଲି ଆସୁଛି। କରୌଲି ବାସିନ୍ଦା ବିଗତ ୨୫୦ ବର୍ଷ ଧରି ଏହି ପରମ୍ପରାକୁ ଅନୁସରଣ କରି ଆସୁଛନ୍ତି। ସେମାନେ ବିନା ଗୁଡ଼ିରେ ମକର ସଂକ୍ରାନ୍ତି ପାଳନ କରି ଆସୁଛନ୍ତି। 

Also Read: Shocking News: ଯେବେ ଗୋଟିଏ ତରୁଭୁଜ ପାଇଁ ହୋଇଥିଲା ଯୁଦ୍ଧ...

ମକର ସଂକ୍ରାନ୍ତୀ ଦିନ ଲୋକେ ଦାନ ଦକ୍ଷିଣା ଦେଇଥାନ୍ତି। ଏପରିକି ଏଠାରେ ସାମୂହିକ ଭୋଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ। ଏହି ଅବସରରେ ଗରିବ ଲୋକଙ୍କୁ ଗରମ ପୋଷାକ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରା ଯାଇଥାଏ। ସ୍ଥାନୀୟ ଲୋକଙ୍କ କହିବା କଥା ମକର ସଂକ୍ରାନ୍ତି ଦିନ ଏଠାରେ ଗୁଡ଼ି ଉଡ଼ାଇବାର କୌଣସି ପରମ୍ପରା ନାହିଁ। ହେଲେ ଗରିବ ଲୋକଙ୍କୁ ଦାନ କରିବାର ପରମ୍ପରା ରହିଛି।