Shocking News: ସ୍କୁଲ ବସ ରୁ ବାହାରିଲା ବିଶାଳକାୟ ଅଜଗର, ଆଉ ତାପରେ...
Advertisement
Article Detail0/zeeodisha/odisha1399718

Shocking News: ସ୍କୁଲ ବସ ରୁ ବାହାରିଲା ବିଶାଳକାୟ ଅଜଗର, ଆଉ ତାପରେ...

UP Python News: ବନ ବିଭାଗ ଅଧିକାରୀଙ୍କ ଦ୍ୱାରା ସ୍କୁଲ ବସ ମଧ୍ୟରୁ  ଅଜଗରକୁ ଉଦ୍ଧାର କରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Shocking News: ସ୍କୁଲ ବସ ରୁ ବାହାରିଲା ବିଶାଳକାୟ ଅଜଗର, ଆଉ ତାପରେ...

Python in Bus: ଜଙ୍ଗଲ ଛାଡ଼ି ଜୀବଡଜନ୍ତୁ ସହର ମୁହାଁ ହେଉଥିବାର ଖବର ଆପଣ ପଢିଥିବେ। କେତେବେଳେ ଅଜଗର ଭଳି ବିଶାଳକାୟ ସାପ ମଣିଷ ରହୁଥିବା ଘରେ ପଶି ଯାଇଥିବାର ଦେଖିବାକୁ। ହେଲେ ଏଭଳି ଘଟଣା ଜଙ୍ଗଲ ନିକଟସ୍ଥ ଜନବସତି ଅଞ୍ଚଳରେ ଘଟିଥାଏ। ହେଲେ ସ୍କୁଲ ବସ ମଧ୍ୟରୁ ବିଶାଳକାୟ ଅଜଗର ସାପ ମିଳିବା କେବେ ଆପଣ ଶୁଣିଛନ୍ତି? ଏକଥା ଶୁଣିଲେ ସହଜେ ବିଶ୍ୱାସ କରି ହେବ ନାହିଁ। ହେଲେ ବାସ୍ତବରେ ଏପରି ଘଟଣା ଘଟିଛି।

ରବିବାର ଉତ୍ତର ପ୍ରଦେଶ (Uttar Pradesh) ରାଏବରେଲି ଜିଲ୍ଲାରେ (Raebareli District) ଘଟିଯାଇଛି ଏଭଳି ଘଟଣା। ଏଠାରେ ଏକ ସ୍କୁଲ ବସ (School Bus) ଭିତରେ ଏକ ବିଶାଳକାୟ ଅଜଗର ଦେଖିବାକୁ ମିଳିଥିଲା। ଯାହାର ଲମ୍ବ ୧୧ ଫୁଟ ଏବଂ ଓଜନ ୮୦ କିଲୋଗ୍ରାମ ରହିଥିବାର ଜଣାପଡ଼ିଛି। ଏହି ଅଜଗର (Python) ବସ ଇଞ୍ଜିନ ମଧ୍ୟରେ ଫସି ଯାଇଥିଲା। ରବିବାର ସ୍କୁଲ ଛୁଟି ହୋଇଥିବାରୁ ବସ୍ ଡ୍ରାଇଭରଙ୍କ ଗ୍ରାମରେ ରହିଥିଲା। ଆଉ ଏହି ବିଶାଳକାୟ ଅଜଗର (Giant Python) ବସ ଇଞ୍ଜିନ ମଧ୍ୟରେ ଫସି ଯାଇଥିଲା। ଏକ ଘଣ୍ଟା ପରିଶ୍ରମ ପରେ ଫସି ରହିଥିବା ଅଜଗରକୁ ଇଞ୍ଜିନ ମଧ୍ୟରୁ ଉଦ୍ଧାର କରା ଯାଇଥିଲା। 

ବସ ଭିତରେ ପଶିବା ବେଳେ ଅଜଗରକୁ ଦେଖି ନେଇଥିଲେ ଲୋକେ। ଏନେଇ ଖବର ପାଇବା ମାତ୍ରେ ସିଟି ସର୍କଲ ଅଧିକାରୀ ବନ୍ଦନା ସିଂହ ଏବଂ ସିଟି ମାଜିଷ୍ଟ୍ରେଟ ପଲ୍ଲବୀ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ (Uttar Pradesh Forest Department) ଘଟଣା ବାବଦରେ ଅବଗତ କରାଇଥିଲେ। ବନ ବିଭାଗ ଟିମ୍ ବସ୍ ଭିତରକୁ ପ୍ରବେଶ କରି ଏକ ଘଣ୍ଟାର ପରିଶ୍ରମ ପରେ ଅଜଗର ଇଞ୍ଜିନ ମଧ୍ୟରୁ ବାହାର କରିଥିଲେ।

ବନ ବିଭାଗ ଅଧିକାରୀଙ୍କ ଦ୍ୱାରା ସ୍କୁଲ ବସ ମଧ୍ୟରୁ  ଅଜଗରକୁ ଉଦ୍ଧାର କରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଅଧିକାରୀଙ୍କୁ ସ୍କୁଲ ବସ୍ ତଳେ ଅଜଗରକୁ ଟାଣୁଥିବାର ଦେଖିବାକୁ ମିଳିଛି।

ଏହି ଘଟଣା ମିଳିଥିବା ଖବର ଅନୁସାରେ, ରବିବାର ସ୍କୁଲ ଛୁଟି ଥିବାରୁ ଡ୍ରାଇଭର ବସ୍ ନେଇ ତାଙ୍କ ଗ୍ରାମକୁ ଯାଇଥିଲେ। ରବିବାର ବସ୍ ତାଙ୍କ ଗ୍ରାମରେ ଅଟକି ରହିଥିଲା। ଗ୍ରାମରେ ବସ୍ ପାଖରେ କିଛି ଛେଳି ଦୌଡୁଥିବାର ଦେଖିବାକୁ ମିଳିଥିଲା। ବୋଧହୁଏ ସାପ ସେମାନଙ୍କୁ ଦେଖିବା ପରେ ଛେଳିଙ୍କ ଆଡ଼କୁ ମାଡ଼ି ଆସିଥଲା। ହଠାତ ଏଭଳି ଏକ ବିଶାଳକାୟ ଅଜଗର ଦେଖିବା ପରେ ଗାଁ ଲୋକଙ୍କ ଚମକି ପଡ଼ିଥିଲେ। ଲୋକଙ୍କ କୋଳାହଳ ଅନୁଭବ କରିବା ପରେ ଏହି ବିଶାଳକାୟ ସାପ ପାଖରେ ପାର୍କିଂ ହୋଇଥିବା ବସ୍ ଭିତରକୁ ଯାଇ ଇଞ୍ଜିନ ମଧ୍ୟରେ ଫସି ଯାଇଥିଲା।

ବନ ବିଭାଗ ଟିମ ଦ୍ୱାରା ଏକ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ କରାଯିବା ପରେ ଅଜଗରକୁ କୌଣସି ପ୍ରକାରେ ନିୟନ୍ତ୍ରଣ କରାଯାଇଥିଲା। ଆଶ୍ୱସ୍ତିର କଥା ଏହା ଯେ ରବିବାର ହୋଇଥିବାରୁ ସ୍କୁଲ ବନ୍ଦ ହୋଇଥିଲା। ଯାହା ଫଳରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ। ଜଙ୍ଗଲ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ ବସ ମଧ୍ୟରୁ ଉଦ୍ଧାର ହୋଇଥିବା ଅଜଗରର ଓଜନ ହେଉଛି ୮୦ କିଲୋଗ୍ରାମ ଏବଂ ଏହାର ଲମ୍ବା ହେଉଛି ସାଢେ ୧୧ ଫୁଟ। ଏହି ସାପକୁ ତଲମଉ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡ଼଼ାଯାଇଛି।