Man bites snake : ସାପ କାମୁଡ଼ିଲାପରେ ଯୁବକ ସାପକୁ କାମୁଡି ମାରିଲା, ବେକରେ ଗୁଡ଼ାଇ ଚାଲିଲା...
Advertisement
Article Detail0/zeeodisha/odisha1339244

Man bites snake : ସାପ କାମୁଡ଼ିଲାପରେ ଯୁବକ ସାପକୁ କାମୁଡି ମାରିଲା, ବେକରେ ଗୁଡ଼ାଇ ଚାଲିଲା...

ଦିଲ୍ଲୀପ ଦାସ, ଜଳେଶ୍ଵର...

 ମଣିଷ ହେଉଛି ପ୍ରୁଥୀବୀ ର ସବୁଠୁ ବୁଦ୍ଧିମାନ। ଆଉ ବେଳେ ବେଳେ ହିତାହିତ ଜ୍ଞାନ ଭୁଲି ଏଇ ମଣିଷ କରିବସେ ନିଜର ସର୍ବନାଶ। ମଣିଷ ଭିତର ବେଳେ ବେଳେ ଶୋଇ ଯାଇଥିବା ଆଦିମ ପ୍ରକ୍ରୁତି, ଯାହାକି ତାକୁ ପଶୁ ଠାରୁ ବି ହୀନ କରିଦିଏ, ଯେଉଁଥିପାଇଁ ସେ ନିଜର ମଣିଷ ପଣିଆ ଭୁଲି ଜନ୍ତୁ ମାନଙ୍କ ପରି ଆଚରଣ କରିଥାଏ।ଏମିତି ବହୁ ଘଟଣା ଘଟୁଛି ତେବେ ଏକ ଅମାନବୀୟ ଅଘଟଣ ଏବେ ସମଗ୍ର ବାଲେଶ୍ଵର ଜିଲ୍ଳାକୁ ଯେତିକି ଆଶ୍ଚର୍ଯ କରିଛି ସେତିକି ମଧ୍ୟ ଦୁଃଖ ଦେଇଛି। ମଣିଷ କେମିତି ହିତାହିତ ଜ୍ଞାନ ଭୁଲି ପଶୁବତ ଆଚରଣ କରେ ଏ ହେଉଛି ସଦ୍ୟ ଉଦାହରଣ।ଯୁବକ ଜଣଙ୍କୁ ବିଷାକ୍ତ ସାପ କାମୁଡିଲା, ଆଉ ଠିକ ସେଇଆ କଲା ଯାହା ଜଣେ ମଣିଷ ପକ୍ଷ ରେ କରିବା ସମ୍ଭବ ନୁହେଁ। ତେବେ ସେ କଣ କଲା????---

Man bites snake : ସାପ କାମୁଡ଼ିଲାପରେ ଯୁବକ ସାପକୁ କାମୁଡି ମାରିଲା, ବେକରେ ଗୁଡ଼ାଇ ଚାଲିଲା...

ବାଲେଶ୍ଵର ଜିଲ୍ଳା  ବସ୍ତା ଥାନା ଦରଡ଼ା ର ଜଣେ ଯୁବକ ଙ୍କୁ ବିଲରେ ବିଷାକ୍ତ ନାଗ ସାପ କାମୁଡିବା ରୁ ଓଲଟା ଯୁବକ ଜଣକ ସାପକୁ କାମୁଡି ବେକରେ ପକାଇ ବୁଲିଥିଲେ। ଯୁବକ ଙ୍କ ଏଭଳି ପାଗଳାମି ଦେଖି ଲୋକେ ଆତଙ୍କିତ ହୋଇଥିବା ବେଳେ, ଯୁବକ ଜଣକ ମୁଁ ଜଣେ ତାନ୍ତ୍ରିକ ମୋତେ ଇଏ ମାରିବାକୁ ଚାହୁଁଛି ତେଣୁ ମୁଁ ତାକୁ କାମୁଡି ଦେଲି। ସେ ବଞ୍ଚିଛି ୨୪ ଘଣ୍ଟା ବଞ୍ଚିବ ସେ.... ତେଣୁ ମୁଁ ଯାଉଛି ତା ବିଷକୁ ଝାଡିବି । ଏହା କହି ସାପକୁ ବେକରେ ଗୁଡେଇ ସାଇକେଲ ରେ ଦରଡ଼ା ବଜାର ବୁଲି ଗଘରକୁ ଗଲେ।  ସଲିମ ନିଜକୁ ଦରଡ଼ା ଗ୍ରାମର ତାନ୍ତ୍ରିକ ବୋଲି ପ୍ରଚାର କରିଥାଏ । ଆଜି ବିଲକୁ ଚାଷ ଜମି ଦେଖିବାକୁ ଯାଇଥିଲେ। ବିଲର ହିଡରେ ତାଙ୍କୁ କିଛି କାମୁଡିବା ଭଳି ଲାଗିବାରୁ ସେ କଙ୍କଡା କାମୁଡ଼ିଥିବା କହି ସାପର ମୁଣ୍ଡକୁ ଧରିଥିଲେ। ସାପଟି ହାତରେ ଗୋଡ଼ାଇ ହୋଇ ଯିବା ପରେ,  ସଲିମ ସାପର ବେକକୁ କାମୁଡି ଥିଲେ ପରେ  ସଲୀମ ସାପକୁ ବେକରେ ଗୁଡ଼େଇ ସାଇକେଲ ଯୋଗେ ବଜାର ଦେଇ ଗ୍ରାମକୁ ଆସିଥିଲେ। ତେବେ ଏହା ପରେ ...

ଆଜିର ଏହି ଶିକ୍ଷିତ ସମାଜରେ ଯୁବକ ଙ୍କ ଏଭଳି କାଣ୍ଡକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଥିବା ବେଳେ କିଛି ଲୋକ ଦେଖି ନିଜର ମନୋରଞ୍ଜନ କରିଥିଲେ। ତେବେ ଶେଷ ଖବର ଯାଏଁ ଯୁବକ ଡାକ୍ତରଖାନା ନଯାଇ ନିଜେ ଲୋକ ମାନଙ୍କୁ ନିଜେ ଜଣେ ତାନ୍ତ୍ରିକ ବୋଲି ପରିଚୟ ଦେଇଥିଲା । ବିଷଧର ସାପକୁ ଏମିତି କାମୁଡି ନିଜ ବେକରେ ପକାଇ ଝଡା ପୁଂକା କରିବା ଦେଖି ଲୋକେ ଆଶର୍ଯ୍ୟ ହୋଇଯାଇଥିଲେ।ଶେଷ ଖବର ମୁତାବକ ଏହି ଯୁବକ ଜଣକ ଏହି କାର୍ନାମା ଜାରି ରହିଥିବା ପ୍ରକାଶ ।ଘଣ୍ଟା ଘଣ୍ଟା ଧରି ଯୁବକ ଜଣକ ଏହି କାନାଡ଼ା ଘଟାଉଥିବା ବେଳେ ପୋଲିସ୍ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନକରିବା ସମସ୍ତଙ୍କୁ ଆହୁରି ଆଶର୍ଯ୍ୟ ଚକିତ କରିଛି ।