Snana Yatra: ସ୍ନାନଯାତ୍ରା ବେଳେ ଅଘଟଣ, ମହାପ୍ରଭୁଙ୍କୁ ଚାହିଁ ଚାହିଁ ଚାଲିଗଲା ଭକ୍ତର ଜୀବନ
Advertisement
Article Detail0/zeeodisha/odisha1724160

Snana Yatra: ସ୍ନାନଯାତ୍ରା ବେଳେ ଅଘଟଣ, ମହାପ୍ରଭୁଙ୍କୁ ଚାହିଁ ଚାହିଁ ଚାଲିଗଲା ଭକ୍ତର ଜୀବନ

Debasnana Purnima: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ମନ୍ଦିର ବେଢାରେ ଅଣନିଶ୍ବାସ ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାସହ ଅନ୍ୟ ଦୁଇ ଜଣ ଶ୍ରଦ୍ଧାଳୁଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୌ(ସୋସିଆଲ ମିଡିଆ)

Debasnana Purnima 2023: ଆଜି ପବିତ୍ର ସ୍ନାନ ଯାତ୍ରା (Debasnana Purnima )। ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଘଟିଛି ଏକ ଅଭାବନୀୟ ଘଟଣା । ମନ୍ଦିର ବେଢାରେ ଅଣନିଶ୍ବାସ ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାସହ ଅନ୍ୟ ଦୁଇ ଜଣ ଶ୍ରଦ୍ଧାଳୁଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସ୍ନାନ ଯାତ୍ରା (Debasnana Purnima 2023) ଲାଗି ଆଜି ରତ୍ନବେଦୀ ଛାଡ଼ି ସ୍ନାନ ବେଦୀକୁ ଆସିଛନ୍ତି ଶ୍ରୀଜିଉ । ବର୍ଷକରେ ଥରେ ଭାଇ ଭଉଣୀଙ୍କ ସହ ଜଳ ସ୍ନାନ କରିଥାଆନ୍ତି କାଳିଆ ଠାକୁର । ତେବେ ଏହି ମହା ସ୍ନାନ ଯାତ୍ରା ସହ ମହାବାହୁଙ୍କ ଗଜାନନ ବା ହାତୀ ବେଶ ଦେଖିବାକୁ ବଡଦାଣ୍ଡକୁ ଛୁଟି ଆସିଥାଆନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ବର୍ଷକରେ ଥରେ ଜଗତର ନାଥ ଜଗନ୍ନାଥଙ୍କୁ ପାଖରେ ପାଇଁ ଭାବବିହ୍ବଳ ହୋଇପଡ଼ନ୍ତି ଶ୍ରଦ୍ଧାଳୁ । ବଡ଼ ଠାକୁରଙ୍କ ଦର୍ଶନ ଲାଗି କାହିଁ ଦୂରରୁ ଛୁଟି ଆସିଥାଆନ୍ତି ଅନେକ ଭକ୍ତ । ପ୍ରଚଣ୍ତ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ସତ୍ତ୍ବେ ସ୍ନାନ ଯାତ୍ରା ଦେଖିବା ଲାଗି ଶ୍ରୀମନ୍ଦିର ଓ ବଡ଼ ଦେଉଳରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସ୍ନାନଯାତ୍ରା  ଲାଗି ନୀତିକାନ୍ତି ଚାଲିଥିବା ବେଳେ ସ୍ନାନ ମଣ୍ତପ ନିକଟରେ ହଠାତ୍ ଟଳି ପଡ଼ିଥିଲେ ଶ୍ରଦ୍ଧାଳୁ । ଏହାପରେ ତାଙ୍କୁ ତୁରନ୍ତ ବଡ଼ ପୁରୀ ବଡ଼ ମେଡ଼ିକାଲକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଏହି ମୃତ ଶ୍ରଦ୍ଧାଳୁ ରାଜସ୍ଥାନର ଅମ୍ବାଲାଲ ଭୋଇ ବୋଲି ଜଣାପଡ଼ିଛି । ତେବେ ଏହା ସହିତ ଅନ୍ୟ ଦୁଇ ଶ୍ରଦ୍ଧାଳୁ ମଧ୍ଯ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ତାତି ଯୋଗୁଁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।

ଏହା ବି ପଢନ୍ତୁ-Debasnana Purnima 2023: ଜାଣନ୍ତୁ ସ୍ନାନ ବେଦୀରେ ୧୦୮ ଗରାରୁ କାହା ଉପରେ ଢଳା ଯାଇଥାଏ କେତେ ଗରା ସୁବାସିତ ଜଳ?

ଏହା ବି ପଢନ୍ତୁ-Odisha Train Accident: ରେଳମନ୍ତ୍ରୀଙ୍କ ସୂଚନା, ଏହି ଦିନଠାରୁ ସ୍ବାଭାବିକ ହେବ ଟ୍ରେନ୍ ଚଳାଚଳ

ସେପେଟେ ପ୍ରବଳ ଜନ ସମାଗନକୁ ଦୃଷ୍ଟିରେ ରଖି ମାର୍କେଟ ଛକଠାରୁ ବ୍ୟାରେକେଡ଼ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥା ନେଇ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ଦାୟିତ୍ବରେ ୩ ଜଣ କମାଣ୍ତାଣ୍ଟ, ୧୨ ଜଣ ଅତିରିକ୍ତ ଏସପି, ୨୨ ଜଣ ଡିଏସପି, ୫୯ ଇନ୍ସପେକ୍ଟର, ୨୯୧ ସବ ଇନ୍ସପେକ୍ଟର, ୪୧ ଜଣ ହାବିଲଦାର, ୧୨ ଜଣ ଟ୍ରାଫିକ ହାବିଲଦାର,  ୩୩୧ କନଷ୍ଟେବଳ, ୪୧ ଜଣ ଟ୍ରାଫିକ କନଷ୍ଟେବଳ,  ୫୪୪ ହୋମଗାର୍ଡ଼ଙ୍କୁ ଦାୟିତ୍ବ ଦିଆଯାଅଛି । ସେପଟେ ମାର୍କେଟ ଛକଠୁ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ବକୁ ନୋ ଭେଇକିଲ ଜୋନ (No vehicle zone) କରାଯାଇଛି । ସ୍ନାନ ବେଦୀରେ ସ୍ନାନ ପରେ ୧୫ ଦିନ ଅଣସର ଘରେ ରହିବେ ଚତୁର୍ଦ୍ଧାମୂରତି । ଅଣସର ଘରେ ୧୫ ଦିନ ଶ୍ରୀବିଗ୍ରହଙ୍କ ସ୍ଥାନରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟଦିଅଁ । ଏଣୁ ପାରମ୍ପରିକ ବିଧି ଅନୁଯାୟୀ ଚିତ୍ରକର ସେବକମାନେ ପଟଦିଅଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।

ଏହା ବି ପଢନ୍ତୁ- Odisha Train Accident: ଅଶ୍ବିନୀ ବୈଷ୍ଣବଙ୍କ ବଡ଼ ବୟାନ! ଏହି କାରଣ ଯୋଗୁଁ ହୋଇଥିଲା ଦୁର୍ଘଟଣା

ଏହା ବି ପଢନ୍ତୁ-Odisha Train Accident: ବିଏମସି ଜାରି କଲା ହେଲ୍ପଲାଇନ୍ ନମ୍ବର, ଏହି ନମ୍ବରରେ ଫୋନ୍ କଲେ ମିଳିପାରିବ ମୃତକଙ୍କ ସୂଚନା