Arvind Kejriwal: ଆସନ୍ତା ୧୫ ତାରିଖରେ ହେବ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି
Advertisement
Article Detail0/zeeodisha/odisha2199606

Arvind Kejriwal: ଆସନ୍ତା ୧୫ ତାରିଖରେ ହେବ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି

Delhi CM Arvind Kejriwal: ନିଜର ଗିରଫଦାରୀ ବିରୋଧରେ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ।

 Arvind Kejriwal: ଆସନ୍ତା ୧୫ ତାରିଖରେ ହେବ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି

Arvind Kejriwal Files Plea against his Arrest: ଦିଲ୍ଲୀସ୍ଥିତ ତିହାର ଜେଲ ଠାରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଠାରେ ଏକ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସହମତ ହୋଇଛନ୍ତି। ଆସନ୍ତା ୧୫ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଅରବିନ୍ଦ କେଜ୍ରିୱାଲ ତାଙ୍କ ଗିରଫକୁ ବେଆଇନ ବୋଲି ଦର୍ଶାଇ ଦିଲ୍ଲୀ ହାଇକୋର୍ଟ ଠାରେ ଏକ ପିଟିସନ ଦାଖଲ କରିଥିଲେ। ଯାହାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପ୍ରତ୍ୟାଖ୍ୟାନ କରିଥିଲେ। ଦିଲ୍ଲୀ ହାଇକୋର୍ଟ ପାଖରୁ ଝଟକା ପାଇବା ପରେ ଏବେ ଅରବିନ୍ଦ କେଜ୍ରିୱାଲ ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

୧୫ ତାରିଖ ପୂର୍ବରୁ କାହିଁକି ହେବ ନାହିଁ ଶୁଣାଣି?
ନିଜର ଗିରଫଦାରୀ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟ ଠାରେ ଆବେଦନ କରିଥିଲେ ତାଙ୍କ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ। ହେଲେ କୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରିବା ପାଇଁ ତାଙ୍କୁ ଆସନ୍ତା ସପ୍ତାହରେ ତାରିଖ ଦେଇଛନ୍ତି। ଗୁରୁବାର (ଅପ୍ରେଲ ୧୦) ଇଦ୍ କାରଣରୁ କୋର୍ଟ ଛୁଟି ରହିଛି। ଶନିବାର ଏବଂ ରବିବାର ଦିନ ମଧ୍ୟ କୋର୍ଟ ବନ୍ଦ ରହିଛି। ଏହି ମାମଲା ଶୁଣାଣି ଆସନ୍ତା ସୋମବାର (ଅପ୍ରେଲ ୧୫) କରିବେ ସୁପ୍ରିମକୋର୍ଟ। 

ଅଦଲତରେ SLP ଦାଏର କଲେ ଅରବିନ୍ଦ କେଜ୍ରିୱାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଦାଲତରେ ସ୍ପେଶାଲ ଲିଭ ପିଟିସନ୍ (Special Leave Petitions) ଦାଖଲ କରିଛନ୍ତି। ଏନେଇ ସେ ନିଜର ଯୁକ୍ତି ଦର୍ଶାଇ କହିଛନ୍ତି ଯେ ଯଦି ଆସନ୍ତା ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ଯଦି ତାଙ୍କୁ ତୁରନ୍ତ ମୁକ୍ତ ନକରାଯାଏ ତାହେଲେ ଏହା ବିରୋଧି ଦଳର ନେତାଙ୍କୁ ଗିରଫ କରିବାର ଭୁଲ ଉଦାହରଣ ସୃଷ୍ଟି କରିବ।

ଗତ ମାସ ୨୧ ତାରିଖରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ  
ଗତ ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଏହା ପରେ ଇଡି ତାଙ୍କୁ ୧୦ ଦିନ ଧରି ଜେରା କରିଥିଲା। ଏହା ପରେ ଟ୍ରାଏଲ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧୫ ଦିନ ଜେଲ ପଠାଇଥିଲେ। ଆରମ୍ଭରୁ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ଦଳ ଆମ ଆଦମୀ ପାର୍ଟି ନେତା ତାଙ୍କ ଗିରଫଦାରୀକୁ ବିରୋଧ କରିଆସୁଛନ୍ତି। ସେ ନିଜର ଗିରଫଦାରୀ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଠାରେ ଏକ ପିଟିସନ ଦାଖଲ କରିଥିଲେ। ହେଲେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ। ଯାହା ସେ ଏବେ ସୁପ୍ରିମକୋର୍ଟ ଠାରେ ପହଞ୍ଚିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ଆସନ୍ତା ସୋମବାର ହେବାକୁ ଯାଉଥିବା ଶୁଣାଣିରେ କୋର୍ଟ କ'ଣ ରାୟ ଦେଉଛନ୍ତି।