Titanic Tourist Submarine: ଟାଇଟାନିକ୍ ନିକଟରେ ମିଳିଲା ନିଖୋଜ ବୁଡ଼ାଜାହାଜର ଅବଶେଷ, ସମସ୍ତ ୫ ଯାତ୍ରୀଙ୍କ ମୃତ୍ୟୁ ହେବାର ରହିଛି ଭୟ!
Advertisement
Article Detail0/zeeodisha/odisha1749838

Titanic Tourist Submarine: ଟାଇଟାନିକ୍ ନିକଟରେ ମିଳିଲା ନିଖୋଜ ବୁଡ଼ାଜାହାଜର ଅବଶେଷ, ସମସ୍ତ ୫ ଯାତ୍ରୀଙ୍କ ମୃତ୍ୟୁ ହେବାର ରହିଛି ଭୟ!

Titanic Tourist Submarine Missing Latest Update: ଜୁନ ୨୨ ତାରିଖ ଗୁରୁବାର  ଆଟଲାଣ୍ଟିକ ମହାସାଗରରୁ ମିଳିଛି ନିଖୋଜ ହୋଇଯାଇଥିବା "ଟାଇଟାନ୍" ନାମକ ବୁଡ଼ାଜାହାଜର ଅବେଶଷ। ଯାହାକୁ ଟାଇଟାନିକ ଜାହାଜ ପାଖରୁ ଠାବ କରାଯାଇଛି।

Titanic Tourist Submarine: ଟାଇଟାନିକ୍ ନିକଟରେ ମିଳିଲା ନିଖୋଜ ବୁଡ଼ାଜାହାଜର ଅବଶେଷ, ସମସ୍ତ ୫ ଯାତ୍ରୀଙ୍କ ମୃତ୍ୟୁ ହେବାର ରହିଛି ଭୟ!

Titanic Tourist Submarine Missing Update News: ଆଟଲାଣ୍ଟିକ୍ ମହାସାଗରରେ ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା "ଟାଇଟାନ୍" ନାମକ ଏକ ବୁଡ଼ାଜାହାଜର ଧ୍ୱଂସାବଶେଷ ଦେଖିବାକୁ ମିଳିଛି। ଆମେରିକୀୟ ତଟ ରକ୍ଷକ ହଳର ଅନୁସନ୍ଧାନକାରୀ କହିଛନ୍ତି ଯେ ବୁଡ଼ି ଯାଇଥିବା ଟାଇଟାନିକ ଜାହାଜ ନିକଟରେ ସେମାନେ କିଛି ଅବଶେଷ ଦେଖିବାକୁ ପାଇଛନ୍ତି। ଏହାକୁ ହଟାଇବା ପାଇଁ ଉଦ୍ୟମ ଚାଲିଛି। ଏହା ମଧ୍ୟ ସନ୍ଦେହ କରାଯାଉଛି ଯେ ଟାଇଟନ ନାମକ ବୁଡ଼ା ଜାହାଜ ମଧ୍ୟରେ ରହିଥିବା ସମସ୍ତ ୫ ଜଣ ଯାତ୍ରୀଙ୍କ ମଧ୍ୟ ମୃତ୍ୟୁ ହୋଇସାରିଛି। 

ଆଟଲାଣ୍ଟିକ ମହାସାଗରରେ ନିଖୋଜ ହୋଇଯାଇଥିବା "ଟାଇଟାନ୍" ନାମକ ବୁଡ଼ାଜାହାଜ ବୁଡ଼ିଯିବା ଘଟଣାକୁ ୯୬ ଘଣ୍ଟା ପୂରଣ ହୋଇସାରିଛି। ଏଭଳି ପରିସ୍ଥିତିରେ ଏହି ଜାହାଜ ମଧ୍ୟରେ ରହିଥିବା ଅମ୍ଳଜାନ ପ୍ରାୟ ଶେଷ ହୋଇଯାଇଛି। ଗତ ରବିବାର (ଜୁନ ୧୮) ସକାଳ ଛଅଟା ସମୟରେ "ଟାଇଟାନ୍" ଏହାର ଯାତ୍ରା ଆରମ୍ଭ କରିଥିଲା। ଏହି ଜାହାଜ ଚାଳକ ଦଳ ସଦସ୍ୟଙ୍କ ପାଖରେ କେବଳ ୪ ଦିନ ପାଇଁ ଅକ୍ସିଜେନ ରହିଥିବାର କୁହାଯାଉଛି। 

ବ୍ୟାପକ ଭାବରେ ଚାଲିଥିଲା ସର୍ଚ୍ଚ ଅପରେସନ୍ 
ଟାଇଟାନ୍' ନାମକ ଏହି ବୁଡ଼ାଜାହାଜକୁ (Titan Submarine Rescue Operation) ଆଟଲାଣ୍ଟିକ୍ ମହାସାଗର ମଧ୍ୟରୁ ଖୋଜି ବାହାର କରିବା ପାଇଁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚାଲିଥିଲା। ଯେଉଁଥିରେ ଆମେରିକା ନୌସେନାର (United States Navy) CURV21 ରୋବଟ୍ ମଧ୍ୟ ସାମିଲ ହୋଇଛି। ପ୍ରାୟ ୨୪ ହଜାର ବର୍ଗ କିଲୋମିଟର ବିସ୍ତୃତ ଅଞ୍ଚଳରେ ବୁଡ଼ାଜାହାଜ ଖୋଜା ଚାଲିଛି। ଗୁରୁବାର ସର୍ଚ୍ଚ ଅପରେସନ ସମୟରେ ଅଧିକ ଡଙ୍ଗା ଏବଂ ଅଣ୍ଡର ୱାଟର ଭେହିକିଲ ମଧ୍ୟ ସାମିଲ ହୋଇଛି। କ୍ୟାମେରା ସହିତ ସଜ୍ଜିତ ରିମୋଟ ନିୟନ୍ତ୍ରିତ ଯାନ ଦିନ ସାରା ଆଟଲାଣ୍ଟିକ ମହାସାଗର ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲା।

ଆଟଲାଣ୍ଟିକ୍ ମହାସାଗରରେ (Atlantic Ocean) ବୁଡ଼ିଯାଇଥିବା ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ (Titanic Ship Wreck) ପର୍ଯ୍ୟଟକଙ୍କୁ ଦେଖାଉଥିବା ବୁଡ଼ାଜାହାଜ 'ଟାଇଟାନ୍' (Titan Submarine) ରବିବାର ଠାରୁ ନିଖୋଜ ହୋଇଯାଇଥିଲା। ଏହି ବୁଡ଼ା ଜାହାଜର କୌଣସି ଖୋଜ ଖବର ଗୁରୁବାର (ଜୁନ ୨୨) ସନ୍ଧ୍ୟା ପର୍ଯ୍ୟନ୍ତ ମିଳିନଥିଲା। ହେଲେ ଆଟଲାଣ୍ଟିକ୍ ମହାସାଗରର ଗଭୀରତାରୁ କିଛି ସ୍ୱର ଉଦ୍ଧାର ଅଭିଯାନ ଚାଲିଥିବା ବେଳେ ଶୁଣିବାକୁ ମିଳିଥିଲା ବୋଲି କୁହାଯାଉଥଛିଲା। ଯାହା ଏହି ଜାହାଜରେ ଯାତ୍ରା କରୁଥିବା ସେହି ୫ ଜଣ ଲୋକଙ୍କ ଜୀବିତ ରହିବାର ଆଶାକୁ ବଞ୍ଚାଇ ରଖିଥିଲା। 

"ଟାଇଟାନ୍" ନାମକ ସେହି ବୁଡ଼ାଜାହାଜକୁ ସମୁଦ୍ର ମଧ୍ୟରୁ ଖୋଜି ବାହାର କରିବା କାର୍ଯ୍ୟକାରୀ ଅଭିଯାନରେ ଆମେରିକା ନୌସେନା (US Navy) ଏବଂ ତଟରକ୍ଷକ (US Coast Guard) ବଳ ସାମିଲ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକୀୟ ତଟରକ୍ଷକ ବଳ ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ 'ଟାଇଟାନ୍' ପାଖରେ ଭାରତୀୟ ପ୍ରାମାଣିକ ସମୟ ଅନୁସାରେ ଜୁନ ୨୨ ତାରିଖ ଗୁରୁବାର ଅପରାହ୍ନ ୪:୪୮ ସମୟରେ ଜାହାଜରେ ରହିଥିବା ଲୋକଙ୍କ ପାଇଁ ଅକ୍ସିଜେନ ଶେଷ ହୋଇପାରେ ବୋଲି କୁହାଯାଇଥିଲା।

ରବିବାର ଓସେନଗେଟ ନାମକ ସଂସ୍ଥାର ବୁଡାଜାହାଜ "ଟାଇଟନ" ବୁଡ଼ାଜାହାଜ (Oceangate Submarine Titan) ବୁଡ଼ିଯାଇଥିବାର ଖବର ସର୍ବପ୍ରଥମେ ସାମ୍ନାକୁ ଆସିଥିଲା। ଯାହା ପରେ ଉଦ୍ଧାରକାରୀ ଦଳ ଏହାକୁ ଖୋଜି ବାହାର କରିବା ପାଇଁ ସମୟ ସହିତ ପ୍ରତିଦ୍ୱନ୍ଦ୍ୱିତା ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ କରିଥିଲେ। ଆଟଲାଣ୍ଟିକ୍ ମହାସାଗରରେ (Atlantic Ocean) ବୁଡ଼ିବାର ଅଢେଇ ଘଣ୍ଟାରୁ କମ ସମୟରେ ଏହାର ସମ୍ପର୍କ ନଷ୍ଟ ହୋଇଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ବୁଡ଼ାଜାହାଜର ପାଣିରେ ବୁଡ଼ି ରହିବାର କ୍ଷମତା ହେଉଛି ୯୬ ଘଣ୍ଟା। ବୁଡ଼ାଜାହାଜ "ଟାଇଟାନ" ୭୦ ଘଣ୍ଟା ପାଇଁ ଅମ୍ଳଜାନ ଧାରଣ କରିବାର କ୍ଷମତା ରଖିଥାଏ। ବର୍ତ୍ତମାନ ଅନେକ ସରକାରୀ ଏଜେନ୍ସି, ଆମେରିକା-କାନାଡା ନୌସେନା ଏବଂ ବ୍ୟବସାୟିକ ଭାବରେ ଗଭୀର ସମୁଦ୍ରରେ ବିଭିନ୍ନ ଜଳ ଅଭିଯାନ କାର୍ଯ୍ୟ କରୁଥିବା କମ୍ପାନୀ ବୁଡ଼ି ଯାଇଥିବା ବୁଡ଼ାଜାହାଜ ଖୋଜିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

Also Read: Titanic Tourist Submarine Missing: ଅକ୍ସିଜେନ ସରିବା ପୂର୍ବରୁ ଟାଇଟାନ ବୁଡ଼ା ଜାହାଜରେ ଥିବା ଲୋକଙ୍କ ଯାଇପାରେ ଜୀବନ; ଆଶଙ୍କା ପ୍ରକାଶ କଲେ ବିଶେଷଜ୍ଞ

Also Read: Titanic Tourist Submarine: ଟାଇଟାନିକ ଧ୍ୱଂସାବଶେଷ ଦେଖିବାକୁ ବୁଡ଼ାଜାହାଜ ନେଇ ଯାଇଥିବା ଲୋକ ନିଖୋଜ; ୯୬ ଘଣ୍ଟା ବାକି ଅଛି ଅକ୍ସିଜେନ