Akasa Air Fined: ଆକାଶ ଏୟାରଲାଇନ୍ସ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଲା ଡିଜିସିଏ, ଜାଣନ୍ତୁ କାହିଁକି?
Advertisement
Article Detail0/zeeodisha/odisha2573928

Akasa Air Fined: ଆକାଶ ଏୟାରଲାଇନ୍ସ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଲା ଡିଜିସିଏ, ଜାଣନ୍ତୁ କାହିଁକି?

Akasa Air Fined: ଆକାଶ ଏୟାରଲାଇନ୍ସ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଲା ଡିଜିସିଏ। ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଡିଜିସିଏ (DGCA)। 

 

Akasa Air Fined: ଆକାଶ ଏୟାରଲାଇନ୍ସ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଲା ଡିଜିସିଏ, ଜାଣନ୍ତୁ କାହିଁକି?
Akasa Air Fined: ଆକାଶ ଏୟାରଲାଇନ୍ସ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଲା ଡିଜିସିଏ। ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଡିଜିସିଏ (DGCA)।  ସେପ୍ଟେମ୍ବରରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ବିମାନ ଚଳାଚଳରୁ ବଞ୍ଚିତ ହୋଇଥିବା କିଛି ଯାତ୍ରୀଙ୍କୁ ଠିକ୍ ସମୟରେ କ୍ଷତିପୂରଣ ଦେଇ ନ ଥିବାରୁ ଏହି ଜରିମାନା ଲାଗୁ କରାଯାଇଛି। ଗତ କିଛି ମାସ ମଧ୍ୟରେ, କିଛି ନିୟମ ଉଲ୍ଲଂଘନ ଅଭିଯୋଗ ହେତୁ ଆକାଶ ଏୟାରଲାଇନ୍ସ ବେଶ୍ ଚର୍ଚ୍ଚାରେ ରହିଥିଲା। 
 
ସୂଚନା ଅନୁସାରେ, ସୂଚନା ଅନୁସାରେ, ଗତ ସେପ୍ଚେମ୍ବର ୬ ତାରିଖରେ ବେଙ୍ଗାଲୁରୁ ପୁଣେ ଅଭିମୁଖେ ଯାତ୍ରା ପାଇଁ ଟିକେଟ୍ କରିଥିଲେ। କିନ୍ତୁ ଯାତ୍ରା କରିନଥିଲେ।  ଯାନ୍ତ୍ରିକ ସମସ୍ୟା ହେତୁ ସେହି ବିମାନକୁ ଅଟକାଇ ଦିଆଯାଇଥିଲା। ଯାହାକୁ ନେଇ ସମସ୍ୟାରେ ପଡିଥିଲେ ଯାତ୍ରୀ। ଏହା ପରେ ବିମାନ ସେବା ଏହି ଯାତ୍ରୀମାନଙ୍କୁ ବିନା କ୍ଷତିପୂରଣରେ ଅନ୍ୟ ଏକ ଇଣ୍ଡିଗୋ ବିମାନରେ ପଠାଇଲା । ଘଣ୍ଟାଏ ବିଳମ୍ବରେ ବିମାନ ସେବା ପାଇଥିଲେ ଯାତ୍ରୀ। ଯାତ୍ରୀମାନଙ୍କୁ କ୍ଷତିପୂରଣ ଦିଆଯାଇନଥିବା ଡିଜିସିଏ ଜାଣିବାକୁ ପାଇଛି। ଡିସେମ୍ବର ୨୩ ରେ, ଡିଜିସିଏ ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ଆକାଶ ଏୟାର କେବଳ ଡିଜିସିଏର ନୋଟିସ ପରେ ଯାତ୍ରୀମାନଙ୍କୁ କ୍ଷତିପୂରଣ ଦେବା ଆରମ୍ଭ କରିଛି।
 
ଏହାର ସ୍ପଷ୍ଟୀକରଣରେ ଆକାଶ ଏୟାରଲାଇନ୍ସରେ କହିଛି ଯେ ବିମାନରେ ସିଟ୍ ନ ଥିବାରୁ ଯାତ୍ରୀମାନଙ୍କୁ ଯିବାକୁ ଅନୁମତି ଦିଆଯାଇ ନଥିଲା। କ୍ଷତିପୂରଣ ବିନା ସେ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରିଥିଲେ। ପରେ ଡିଜିସିଏ ଆକାଶ ଏୟାର ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଥିଲା। ଏହା ମଧ୍ୟ କୁହାଯାଇଛି ଯେ, ଯଦି ଠିକ ସମୟରେ ସଂଶୋଧନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା ତେବେ ଏହି ସମସ୍ୟାକୁ ଏଡାଇ ଦିଆଯାଇଥାନ୍ତା। ଡିଜିସିଏ ସହଯୋଗରେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛି ବୋଲି ଏୟାରଲାଇନ୍ସ କହିଛି।