Uttar Pradesh: ପ୍ଲାକାର୍ଡ ନେଇ ଆତ୍ମସମର୍ପଣ କରିବାକୁ ଥାନାରେ ପହଞ୍ଚିଲା ବାଇକ ଚୋର, କହିଲା...
Advertisement
Article Detail0/zeeodisha/odisha1613250

Uttar Pradesh: ପ୍ଲାକାର୍ଡ ନେଇ ଆତ୍ମସମର୍ପଣ କରିବାକୁ ଥାନାରେ ପହଞ୍ଚିଲା ବାଇକ ଚୋର, କହିଲା...

 Bike Thief Surrender News: ଏହି ଘଟଣାରେ ପ୍ରତିକ୍ରିୟା ରଖି ଷ୍ଟେସନ ହାଉସ ଅଫିସର ରଜତ ତ୍ୟାଗୀ କହିଛନ୍ତି, ଗ୍ରାମ ମୁଖ୍ୟ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଏନକାଉଣ୍ଟର ହେବାର ଆଶଙ୍କା କରି ଅଭିଯୁକ୍ତ ବୁଧବାର ଥାନାରେ ପହଞ୍ଚିଥିଲେ। ଅଭିଯୁକ୍ତ ଜଣଙ୍କ କ୍ଷମା ମାଗିଛନ୍ତି ଏବଂ ସ୍ଥିର କରିଛନ୍ତି ଯେ ସେ ଆଉ କୌଣସି ଅପରାଧ କରିବେ ନାହିଁ। 

Uttar Pradesh: ପ୍ଲାକାର୍ଡ ନେଇ ଆତ୍ମସମର୍ପଣ କରିବାକୁ ଥାନାରେ ପହଞ୍ଚିଲା ବାଇକ ଚୋର, କହିଲା...

Bike Thief Surrenders In Police Station: ବାଇକ ଚୋରି ଗ୍ୟାଙ୍ଗ ସହ ଜଡ଼ିତ ଜଣେ ସଦସ୍ୟ ନିଜ ହାତରେ ପ୍ଲାକାର୍ଡ ଧରି ଥାନାରେ ଆସି କରିଛି ଆତ୍ମସମର୍ପଣ। ଉତ୍ତର ପ୍ରଦେଶ ମୁଜାଫରନଗର ଜିଲ୍ଲାର ମଂସୁରପୁର ଥାନାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ପ୍ଲାକାର୍ଡ ଧରି ଥାନାରେ ଆତ୍ମସମର୍ପଣ କରିଥିବା ଅଭିଯୁକ୍ତ ଜଣକ ଅଙ୍କୁର ବୋଲି ଜଣାପଡିଛି। ଯେଉଁଥିରେ ଲେଖାଯାଇଥିଲା ଯେ, "ମୋତେ କ୍ଷମା କର, ଯୋଗୀ ଜୀ, ମୁଁ ଏକ ଭୁଲ କରିଛି। "  

ଏହି ଘଟଣାରେ ପ୍ରତିକ୍ରିୟା ରଖି ଷ୍ଟେସନ ହାଉସ ଅଫିସର ରଜତ ତ୍ୟାଗୀ କହିଛନ୍ତି, ଗ୍ରାମ ମୁଖ୍ୟ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଏନକାଉଣ୍ଟର ହେବାର ଆଶଙ୍କା କରି ଅଭିଯୁକ୍ତ ବୁଧବାର ଥାନାରେ ପହଞ୍ଚିଥିଲେ। ଅଭିଯୁକ୍ତ ଜଣଙ୍କ କ୍ଷମା ମାଗିଛନ୍ତି ଏବଂ ସ୍ଥିର କରିଛନ୍ତି ଯେ ସେ ଆଉ କୌଣସି ଅପରାଧ କରିବେ ନାହିଁ। ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଆଇପିସି ଧାରା ୩୦୭ ହତ୍ୟା ଉଦ୍ୟମ ଏବଂ ଆଇପିସି ଧାରା ୩୯୦ ଡକାୟତି ସମେତ ଅନେକ ମାମଲାରେ ଜଡ଼ିତ ଅଛନ୍ତି।

ପୋଲିସ ଏବଂ ତାଙ୍କ ଗ୍ୟାଙ୍ଗ ମଧ୍ୟରେ ମୁହାଁମୁହିଁ ହେବାର ଗୋଟିଏ ଦିନ ପରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି। ସେପଟେ ମୁଜାଫରନଗର ଜିଲ୍ଲା (Muzaffarnagar District) ଏସପି ପୋଲିସ ଉପଅଧୀକ୍ଷକ ଖତୌଲି (Deputy Superintendent of Police Khatauli), ରବି ଶଙ୍କର ମିଶ୍ରା କହିଛନ୍ତି ଯେ ଏହି କୁଖ୍ୟାତ ଗ୍ୟାଙ୍ଗ ସହ ଜଡ଼ିତ ୨ ଜଣ ସଦସ୍ୟଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା। ହେଲେ ଅନ୍ୟ ଜଣେ ଖସିଯିବାରେ ସଫଳ ହୋଇଥିଲା। ଆମେ ମଧ୍ୟ ଅଭିଯୁକ୍ତଙ୍କ ଠାରୁ ତିନୋଟି ବାଇକ୍ ଏବଂ ଅନ୍ୟାନ୍ୟ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଛୁ।

ଉତ୍ତର ପୋଲିସ ରେକର୍ଡ (Uttar Pradesh Police Record) ଅନୁଯାୟୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଯୋଗୀ ଆଦିତ୍ୟନାଥଙ୍କ (UP CM Yogi Adityanath) ନେତୃତ୍ୱାଧିନ ସରକାର (UP CM Yogi Adityanath Govt) କ୍ଷମତାକୁ ଆସିବା ପର ଠାରୁ ୯ ହଜାରରୁ ଅଧିକ ଏନକାଉଣ୍ଟର ହୋଇସାରିଛି। ଏହି କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୧୬୦ ଜଣ ସନ୍ଦିଗ୍ଧ ଅପରାଧୀ ନିହତ ହୋଇଛନ୍ତି। ଉତ୍ତର ପ୍ରଦେଶରେ ଆତଙ୍କ ମଚାଇଥିବା ଅପରାଧୀଙ୍କ ମନରେ ଏବେ ଆଇନର ଭୟ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଙ୍କ ସରକାରର କାର୍ଯ୍ୟାନୁଷ୍ଠାନ ଭୟ ଅପରାଧିକ ଏମିତି ଭୟଭୀତ କରିଛି, ବିଭିନ୍ନ ସମୟରେ ଅନେକ ଶକ୍ତିଶାଳୀ ଅପରାଧୀଙ୍କ ଆତ୍ମସମର୍ପଣ ସହ ଜଡ଼ିତ ମାମଲା ସାମ୍ନାକୁ ଆସୁଛି। ଗତ ବର୍ଷ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (National Crime Records Bureau) ଏନସିଆରବି ରେଟିଂ (NCRB Rating) ଅନୁସାରେ ଉତ୍ତର ପ୍ରଦେଶକୁ ଏକ ସୁରକ୍ଷିତ ରାଜ୍ୟ ଭାବେ ବର୍ଣ୍ଣନା କରାଯାଇଥିଲା। ଏହା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (Uttar Pradesh Chief Minister Office) ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉତ୍ତମ ଶାସନ କାରଣରୁ ଉତ୍ତର ପ୍ରଦେଶ ମାଫିଆ ଏବଂ ଗୁଣ୍ଡାଙ୍କ କବଳରୁ ମୁକ୍ତ ହୋଇ ବିକାଶର ଏକ ନୂତନ ପରିଭାଷା ସୃଷ୍ଟି କରୁଛି।