Business Tips: ବ୍ୟବସାୟରେ ଉନ୍ନତି ଚାହାନ୍ତି କି? ଆପଣାନ୍ତୁ ଏହି ଟିପ୍ସ୍
Advertisement
Article Detail0/zeeodisha/odisha1832091

Business Tips: ବ୍ୟବସାୟରେ ଉନ୍ନତି ଚାହାନ୍ତି କି? ଆପଣାନ୍ତୁ ଏହି ଟିପ୍ସ୍

Business Tips: ଯଦି ଆପଣ ନିଜ ଉତ୍ପାଦର ଡିଜିଟାଲ୍ ମାର୍କେଟିଂ ଭଲ ଭାବରେ କରିପାରିବେ ତେବେ ଆପଣଙ୍କ ବ୍ୟବସାୟରେ ଖୁବ୍ ଉନ୍ନତି ହେବା ସହିତ ଆପଣଙ୍କ ପାଖକୁ ନୂଆ ଗ୍ରାହକଙ୍କ ସୁଅ ଛୁଟିବ ।

Business Tips: ବ୍ୟବସାୟରେ ଉନ୍ନତି ଚାହାନ୍ତି କି? ଆପଣାନ୍ତୁ ଏହି ଟିପ୍ସ୍

Business Tips: କୌଣସି ବ୍ୟକ୍ତି ପ୍ରଥମେ ବ୍ୟବସାୟ ଆରମ୍ଭ କରିବା ପରେ ସେମାନଙ୍କର ଲକ୍ଷ ଥାଏ ବ୍ୟବସାୟରେ ଖୁବ୍ ଆଗକୁ ବଢିବା । କିପରି ଅଧିକ ଲାଭ (More profit) ପାଇ ହେବ ସେଥିପ୍ରତି ଅନେକ ବ୍ୟବସାୟୀ ଅନେକ ଉପାୟ ଅବଲମ୍ୱନ କରିଥାନ୍ତି । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ଆପଣଙ୍କ ଉତ୍ପାଦର ସଠିକ୍ ମାର୍କେଟିଂ (Marketing) ନହେବା ଦ୍ୱାରା ଆପଣଙ୍କ ବ୍ୟବସାୟରେ ଉନ୍ନତି ଆସିନଥାଏ । ତେଣୁ ଭଲ ବ୍ୟବସାୟ ପାଇଁ ମାର୍କେଟିଂ ଖୁବ ଭଲ ହେବା ନିହାତି ଜରୁରୀ । ବର୍ତ୍ତମାନ ଡିଜିଟାଲ (Digital) ଯୁଗ, ଖାଦ୍ୟ ଅର୍ଡରଠାରୁ ଆରମ୍ଭ କରି ଦୂର ସ୍ଥାନକୁ ଯାତ୍ରା ପର୍ଯ୍ୟନ୍ତ ସବୁ କିଛି ଅନଲାଇନ ମାଧ୍ୟମରେ ହାତ ପାହାନ୍ତାରେ ଉପଲବ୍ଧ । ତେଣୁ ଅନଲାଇନ (Online) ମାଧ୍ୟମରେ ମାର୍କେଟିଂ କରିବା ଦ୍ୱାରା ଆପଣ ଲକ୍ଷ ଲକ୍ଷ ଟଙ୍କା କାରବାର କରିପାରିବେ । ଡିଜିଟାଲ୍ ମାର୍କେଟିଂର ସହଯୋଗ ନେଇ ଆପଣ ନିଜ ବ୍ୟବସାୟରେ ଉନ୍ନତି ଆଣିପାରିବେ ।

ଆପଣ ଯେଉଁ ବ୍ୟବସାୟ କରୁଥାନ୍ତୁ ନା କାହିଁକି ଯଦି ଆପଣଙ୍କ ବ୍ୟବସାୟକୁ ଅନଲାଇନ କନେକ୍ଟ (Online connect) କରିପାରିବେ ତେବେ ଆପଣ ସେଥିରୁ ଅଧିକ ଲାଭ ପାଇପାରିବେ । ଏହାଦ୍ୱାରା ଆପଣଙ୍କ ବ୍ୟବସାୟ ଆପଣାଛାଏଁ ବଢିଯିବ । ବ୍ୟବସାୟ କରିବାକୁ ଚାହୁଁଥିବା ବ୍ୟକ୍ତି ପ୍ରଥମେ ଏଥିପାଇଁ ନିଜର ଲକ୍ଷ ସ୍ଥିର କରିବା ଆବଶ୍ୟକ । ଏଥିସହ ଏକ ନିର୍ଦ୍ଦିଷ୍ଟ ସମୟସୀମାରେ ନିଜ ବ୍ୟବସାୟର ପ୍ରତିଷ୍ଠା କରିବାକୁ ମଧ୍ୟ ଲକ୍ଷ ରହିବା ଆବଶ୍ୟକ । ଯଦି ସେହି ସମୟ ହିସାବରେ ଆପଣଙ୍କର ବ୍ୟବସାୟରେ ସଠିକ ଭାବରେ ଉନ୍ନତି ହୁଏ ତେବେ ଆପଣ ଭାବିବେ ଯେ ଆପଣଙ୍କ ଲକ୍ଷ ଧିରେ ଧିରେ ପୂରଣ ହେଉଛି । ଏଥିସହ ଆପଣଙ୍କ ବ୍ୟବସାୟ ଆଗକୁ ମଧ୍ୟ ଖୁବ ଭଲ ହେବ ବୋଲି ଆପଣ ଆକଳନ ମଧ୍ୟ କରିପାରିବେ ।  

ଡିଜିଟାଲ ମାର୍କେଟିଂ (Digital marketing) କରିବା ପୂର୍ବରୁ ଆପଣ ପ୍ରଥମେ ଏହା ସୁବିଧା ବିଷୟରେ ଜାଣିବା ନିହାତି ଆବଶ୍ୟକ । ଡିଜିଟାଲ ମାର୍କେଟିଂ ପାଇଁ ଅନେକ କୋର୍ଷ ମଧ୍ୟ ଉପଲବ୍ଧ ରହିଛି ଯଦି ଆପଣ ଚାହାନ୍ତି ତେବେ ଉପଯୁକ୍ତ ଟ୍ରେନିଂ ନେଇ ବ୍ୟବସାୟ ଆରମ୍ଭ କରିପାରିବେ । କିଭଳି ଭାବରେ ଆପଣ ଡିଜିଟାଲ ଯୁଗରେ ମାର୍କେଟିଂ କରିବେ ତାହା ଜାଣିବା ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଡିଜିଟାଲ ମାଧ୍ୟମରେ ଆପଣଙ୍କ ଗ୍ରାହକମାନେ ମଧ୍ୟ ଆପଣଙ୍କ ସହ ସିଧାସଳଖ ଯୋଡି ହୋଇ ଆପଣ ଦେଉଥିବା ଅଫର (Offer) ବିଷୟରେ ସହଜରେ ଜାଣିପାରିବେ । ଯାହାଦ୍ୱାରା ଆପଣଙ୍କ ବ୍ୟବସାୟ ଖୁବ ଭଲ ଅଗ୍ରଗତି କରିବା ସହ ଆପଣଙ୍କୁ ଲାଭ ମିଳିବ । ଗ୍ରାହକଙ୍କ ବିଶ୍ୱାସ ହିଁ ସଫଳ ବ୍ୟବସାୟର ମୁଳମନ୍ତ୍ର । ତେଣୁ ଆପଣ ନିଜ ବ୍ୟବସାୟକୁ ଆଗକୁ ବଢାଇବାକୁ ଚାହୁଁଥିଲେ ନୂଆ ଗ୍ରାହକ (New customer) ଯୋଡିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏକଥା ମନେ ରଖିବା ଆବଶ୍ୟକ ଯେ, ଯଦି ଗ୍ରାହକ ଆପଣଙ୍କଠାରୁ ସୁବିଧା ଓ ଉଚିତ ଦରରେ ଜିନିଷ ନପାଇବେ ତେବେ ଆପଣଙ୍କ ବ୍ୟବସାୟରେ ଆପଣଙ୍କୁ ସଫଳତା ମିଳିବା କଷ୍ଟକର ହେବ । ଗ୍ରାହକଙ୍କ ହୃଦୟ ଜିତିବାକୁ ଆପଣଙ୍କୁ ଅନେକ ସମୟରେ ଆକର୍ଷଣୀୟ ଅଫର ଦେବାର ବ୍ୟବସ୍ଥା କରିବା କରିବା ନିହାତି ଆବଶ୍ୟକ । ନୂଆ ଗ୍ରାହକଙ୍କୁ ଆପଣଙ୍କ ଉତ୍ପାଦ ବିଷୟରେ ବୁଝାଇବା ଓ ଅନଲାଇନ ତଥା ଡିଜିଟାଲ ମାଧ୍ୟମରେ ପ୍ରମୋଶନ କରିବା ପାଇଁ ଆପଣଙ୍କ ଧ୍ୟାନ ରହିବା ଉଚିତ । କେବଳ ସେତିକି ନୁହେଁ, ଅନ୍ୟ ବ୍ୟବସାୟୀଙ୍କ ଠାରୁ ଆପଣ ସାମାନ୍ୟ କମ ଦାମରେ କିପରି ଭଲ ଜିନିଷ ଗ୍ରାହକଙ୍କୁ ଦେଇ ପାରିବେ ସେଥିପାଇଁ ଆପଣଙ୍କ ଧ୍ୟାନ ରହିବା ଆବଶ୍ୟକ । ଯାହା ଫଳରେ ଆପଣଙ୍କ ବ୍ୟବସାୟରେ ବୃଦ୍ଧି ଘଟିବ ।

Also Read- Saturday Shopping: ଶନିବାର ଦିନ ଭୁଲରେ କିଣନ୍ତୁନି ଏହି ଜିନିଷ, ଜାଣନ୍ତୁ ଶନିଦେବଙ୍କୁ ସନ୍ତୁଷ୍ଟ କରିବାର ନିୟମ