ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ସମ୍ଭାବନା, ସତର୍କ କଲା ବିଭାଗ
Advertisement
Article Detail0/zeeodisha/odisha1787508

ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ସମ୍ଭାବନା, ସତର୍କ କଲା ବିଭାଗ

Weather Update: ଆସନ୍ତା ୧୨ ଘଣ୍ଟା ମଧ୍ଯରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ଲଘୁଚାପ (low pressure) କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ସାରା ରାଜ୍ୟରେ ପ୍ରବଳରୁ ଅତି ବର୍ଷା (rain) ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Weather Update: ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ । ଏହି ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଉପକୂଳରେ ରହିଛି । ଏହା ବାୟୁମଣ୍ତଳରେ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ଥିବାରୁ ଆସନ୍ତା ୧୨ ଘଣ୍ଟା ମଧ୍ଯରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ଲଘୁଚାପ (low pressure) କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ସାରା ରାଜ୍ୟରେ ପ୍ରବଳରୁ ଅତି ବର୍ଷା (rain) ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସୂଚନା ଥାଉ କି, ଗୁରୁବାର ଦିନ କନ୍ଧମାଳ, କଳାହାଣ୍ତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା (Heavy rain ) ହେବା ନେଇ ସମ୍ଭାବନା ରହିଥିବା ବେଳେ କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଆଦି ଜିଲ୍ଲାର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। ସେହିପରି ଜୁଲାଇ ୨୧ ତାରିଖ ଅଥାର୍ତ୍ ଶୁକ୍ରବାର ଦିନ ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, କଟକ, ଜଗତସିଂହପୁର ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏହାପରେ ୨୨ ଓ ୨୩ ତାରିଖ ଆଡ଼କୁ କୋରାପୁଟ, କଳାହାଣ୍ତି, ନବରଙ୍ଗପୁର, ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ (Bhubaneswar Meteorological Department )ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳର ଲୋକଙ୍କ ଲାଗି ସମସ୍ୟା ବଢିପାରେ।  ନବରଙ୍ଗପୁର, କୋରାପୁଟ, କଳାହାଣ୍ତି,  କନ୍ଧମାଳ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ଭୂସ୍ଖଳନ ହୋଇପାରେ । ତେବେ ଏଥିପ୍ରତି ସତର୍କ ରହିବା ନେଇ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଧାନ ଚାଷ ପାଇଁ ଏହି ବର୍ଷା ସକ୍ରିୟ ହେବ । ଏହି ସମୟ ମଧ୍ଯରେ ଅର୍ଥାତ୍ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀମାନଙ୍କୁ (warning for fishermen) ସମୁଦ୍ରକୁ ନ ଯିବା ଲାଗି ବାରଣ କରାଯାଇଛି ।

ସେପଟେ, ରାଜ୍ୟରେ ବର୍ଷା ଜାରି ରହିଥିବାରୁ କେତେକ ସ୍ଥାନରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୋସାଣି ବ୍ଲକର କରାଣ୍ତି ପଞ୍ଚାୟତରେ ରାସ୍ତା ଧୋଇ ହୋଇଯାଇଛି।  ଡାଲିମ୍ବପୁର, ଅମରା ଓ ରାଟିଣିକୁ ଯିବାଲାଗି ମୁଖ୍ୟ ରାସ୍ତାରେ ଗ୍ରାମ୍ୟ ଉନ୍ନୟନ  ବିଭାଗ ପକ୍ଷରୁ  ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିଲା।  ଏହି ତିନି ଗାଁକୁ ଯିବା ପାଇଁ କେରାଣ୍ତି ନାଳ ଉପରେ ଠିକାଦାର ଅସ୍ଥାୟୀ ରାସ୍ତା ନିର୍ମାଣ କରିଥିଲେ।  ହେଲେ ଗତ ତିନି ଦିନ ଧରି ଗଜପତି ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ରାସ୍ତାଟି ଧୋଇ ହୋଇ ଯାଇଛି। 

Also Read-Road Accident: ଇସକନ୍ ବିଜ୍ରରେ ଭିଡ଼ ଭିତରକୁ ହଠାତ୍ ମାଡ଼ିଗଲା କାର: ୯ ମୃତ, ୧୫ରୁ ଅଧିକ ଆହତ

Also Read-Seema Haider ଙ୍କ ଖରାପ ସମୟ ଆରମ୍ଭ, ଏହି କାରଣ ପାଇଁ ପାକିସ୍ତାନକୁ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କଲା ପୋଲିସ

Also Read-Horoscope Today 20 July 2023: ୨ ରାଶିଙ୍କ ପାଇଁ ବଢିପାରେ ଅଡୁଆ! ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ