Youngest MP Chandrani Murmu: ମିଳୁନାହାନ୍ତି ସର୍ବକନିଷ୍ଠ ସାଂସଦ ଭାବେ ରେକର୍ଡ କରିଥିବା ଚନ୍ଦ୍ରାଣୀ ମୁର୍ମୁ। ଏକଥା ଆମେ କହୁନାହୁଁ, ବରଂ ଖୋଦ କେନ୍ଦୁଝରବାସୀ କହୁଛନ୍ତି। ମିଳିଥିବା ସୂଚନା ଅନୁସାରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଚନ୍ଦ୍ରାଣୀଙ୍କୁ ଟିକେଟ ଦେଇନଥିଲା। ଫଳରେ ସେ ନିର୍ବାଚନରୁ ଦୂରେଇ ରହିଥିଲେ। ୨୦୨୪ ନିର୍ବାଚନକୁ ୬ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଚନ୍ଦ୍ରାଣୀଙ୍କୁ କିନ୍ତୁ କେଉଁଠାରେ ଦେଖିବାକୁ ମିଳୁନାହିଁ।
୨୦୧୯ରେ ବିଜେପିର ଅନନ୍ତ ନାୟକଙ୍କୁ ହରାଇ ଦେଶର ସର୍ବକନିଷ୍ଠ ସାଂସଦର ଆଖ୍ୟା ପାଇଥିଲେ ଚନ୍ଦ୍ରାଣୀ। ପ୍ରଥମ ଥର ପାଇଁ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ସୁପାରିସ କ୍ରମେ ଚନ୍ଦ୍ରାଣୀଙ୍କୁ ଟିକେଟ ଦେଇଥିଲା ବିଜେଡି।
ସେହି ନିର୍ବାଚନରେ ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ ଚନ୍ଦ୍ରାଣୀ। ତେବେ କେନ୍ଦୁଝରରେ ମଧ୍ୟ ସାଂସଦ ଭାବେ ସେ ଲୋକପ୍ରିୟତା ହାସଲ କରିଥିଲେ।
ଏଠାରେ କହି ରଖୁ କି ଚନ୍ଦ୍ରାଣୀ ହେଉଛନ୍ତି ପୂର୍ବତନ ସାଂସଦ ହରିହରନ ସୋରେନଙ୍କ ନାତୁଣୀ। ସେ ସଞ୍ଜିବ ମୁର୍ମୁ ଓ ଉର୍ବଶୀ ସୋରେନଙ୍କ ଝିଅ।
୧୯୯୩ ମସିହା ଜୁନ ୧୬ ତାରିଖରେ ଚନ୍ଦ୍ରାଣୀଙ୍କର ଜନ୍ମ ହୋଇଥିଲା। ହରିହରନ ସୋରେନ ୧୯୮୦ ଓ ୧୯୮୪ ମସିହାରେ କଂଗ୍ରେସ ପକ୍ଷରୁ ବିଜୟ ହାସଲ କରିଥିଲେ।
ଚନ୍ଦ୍ରାଣୀ ବିଜେଡି ଟିକେଟରେ ପ୍ରଥମ ଥର ୨୦୧୯ ମସିହାରେ ଲୋକସଭା ନିର୍ବାଚନ ଲଢିଥିଲେ।
ମାତ୍ର ୨୦୨୪ ମସିହାରେ ବିଜେଡି ଚନ୍ଦ୍ରାଣୀଙ୍କୁ ଆଉ ଟିକେଟ ଦେଇନଥିଲା।
ତାଙ୍କ ବଦଳରେ ଧନୁର୍ଜୟ ସିଦୁଙ୍କୁ ଟିକେଟ ପ୍ରଦାନ କରିଥିଲା। ଧନୁର୍ଜୟ କିନ୍ତୁ ବିଜେପି ପ୍ରାର୍ଥୀ ଅନନ୍ତ ନାୟକଙ୍କ ଠାରୁ ପରାଜିତ ହୋଇଥିଲେ।
ଛାତ୍ର ଅବସ୍ଥାରେ ହିଁ ସେ ରାଜନୀତିରେ ପାଦ ଥାପିଥିଲେ। ପ୍ରଥମ ପ୍ରୟାସରେ ହିଁ ସେ ବିପୁଳ ବିଜୟ ହାସଲ କରିଥିଲେ।
ତେବେ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଷଡ଼ଯନ୍ତ୍ର କାରଣରୁ ସେ ବିବାଦରେ ରହିଥିଲେ।
ସେ ମେକାନିକାଲ ଇଞ୍ଜିନିୟରିଂରେ ଶିକ୍ଷାଲାଭ କରିଛନ୍ତି। ତେବେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଶିକ୍ଷିତ ରାଜନେତା ଭାବେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛନ୍ତି।
ट्रेन्डिंग फोटोज़