T20 World Cup: କଣ କହୁଛି ଗଣିତ, କିଏ ଖେଳିବ ସେମିଫାଇନାଲ
Advertisement
Article Detail0/zeeodisha/odisha1411911

T20 World Cup: କଣ କହୁଛି ଗଣିତ, କିଏ ଖେଳିବ ସେମିଫାଇନାଲ

 ଗ୍ରୁପ ୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଦଳ ରହିଛନ୍ତି। ସେହିପରି ଗ୍ରୁପ ୨ରେ ଭାରତ, ବାଂଲାଦେଶ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ ଓ ଜିମ୍ବାଓ୍ୱେ ରହିଛନ୍ତି।

T20 World Cup: କଣ କହୁଛି ଗଣିତ, କିଏ ଖେଳିବ ସେମିଫାଇନାଲ

T20 World Cup: ନୂଆଦିଲ୍ଲୀ: ଚଳିତ ବିଶ୍ୱକପର ସୁପର ୧୨ ରାଉଣ୍ଡ ଆରମ୍ଭ ହୋଇ ସାରିଛି। ଏହା ସହିତ ଅସ୍ଥିର ପଏଣ୍ଚ ଟେବୁଲର ଗଣିତ ଦଳ ଗୁଡ଼ିକର ହୃଦସ୍ପନ୍ଦନକୁ ବଢାଇ ଦେଉଛି। ଗ୍ରୁପ୍ -1 ରେ ଯାହାକୁ ଗ୍ରୁପ୍ ଅଫ୍ ଡେଥ୍ ଟିମ କୁହାଯାଉଥିଲା ସେ ଗୋଟିଏ ପରେ ଗୋଟିଏ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ସେହିପରି ଗ୍ରୁପ-୨ର ଦଳ ଏପର୍ଯ୍ୟନ୍ତ କେବଳ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିଛନ୍ତି। ଏହା ସତ୍ତ୍ୱେ ଦଳଗୁଡିକ ସେମିଫାଇନାଲକୁ ଯିବାକୁ ଗଣିତ କଷିବା ଆରମ୍ଭ କରିଛନ୍ତି। ଆସନ୍ତୁ ଜାଣିବା ସେମିଫାଇନାଲକୁ ଯିବା ପାଇଁ ବର୍ତ୍ତମାନ ଗଣିତ କ’ଣ କହୁଛି। 

ଗ୍ରୁପ ୧ରେ ନ୍ୟୁଜିଲାଣ୍ଡ ବ୍ୟତୀତ ଅନ୍ୟ ୫ଟି ଦଳ ଗୋଟିଏ ଗୋଟିଏ ମ୍ୟାଚ ହାରି ସାରିଛନ୍ତି। ଏଭଳି ସ୍ଥିତିରେ ଏହି ଦଳ ଗୁଡ଼ିକ ଚାପ ମଧ୍ୟରେ ରହିଛନ୍ତି। ସେହିପରି ଦୁଇଟି ମ୍ୟାଚ ଖେଳି ୩ ପଏଣ୍ଟ ହାତେଇଥିବା ନ୍ୟୁଜିଲାଣ୍ଡ ପାଇଁ ସେମି ଟିକଟ ସହଜ ହୋଇପାରେ। ଏଥିପାଇଁ ଆଗାମୀ ୪ଟି ମ୍ୟାଚରୁ ୩ଟିରେ ବିଜୟ ହାସଲ କରିବା ଜରୁରୀ। ଅନ୍ୟପଟେ ଯେଉଁ ଦଳ ଗୁଡ଼ିକୁ ଗୋଟିଏ ଗୋଟିଏ ପରାଜୟର ସାମ୍ନା କରିଛନ୍ତି ସେମାନଙ୍କୁ ସେମି ପାଇଁ କଷ୍ଟକର ହୋଇପାରେ। ଏମାନଙ୍କୁ ସମସ୍ତ ୪ଟି ମ୍ୟାଚରେ ବିଜୟ ହାସଲ କରିବା ନିତାନ୍ତ ଜରୁରୀ। 

fallback

ସେହିପରି ଗ୍ରୁପ ୨ରେ ଭାରତ ପାଇଁ ସେମିଫାଇନାଲ ଟିକଟ ବର୍ତ୍ତମାନ ସୁଦ୍ଧା ସହଜ ରହିଛି। ସେମିଫାଇନାଲ ପାଇଁ ଆଗାମୀ ୪ଟି ମ୍ୟାଚରୁ ୩ଟିରେ ବିଜୟ ହାସଲ କରିବା ଜରୁରୀ । ଏହି ବିଜୟ ହାସଲ ପରେ ସେମିରେ ପ୍ରବେଶ ଏକ ପ୍ରକାର ନିଶ୍ଚିତ ହୋଇଯିବ। ତେବେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ପାଇଁ ସେମି ରାଉଣ୍ଡ କଷ୍ଟକର ରହିଛି। ଭାରତ ଠାରୁ ପାକିସ୍ତାନ ପରାଜୟର ବରଣ କରିଛି। ଫଳରେ ସେମିକୁ ଯିବାକୁ ହେଲେ ଦଳକୁ ୪ଟି ମ୍ୟାଚ ଜିତିବା ଜରୁରୀ। ସେହିପରି ଦକ୍ଷିଣ ଆଫ୍ରିକା ମ୍ୟାଚ ବର୍ଷାରେ ଧୋଇ ଯାଇଛି। ପାକିସ୍ତାନ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ବିଜୟୀ ଦଳ ସେମି ଟିକଟ ସାମାନ୍ୟ ଆଶ୍ୱସ୍ତି ହେବ। 

ସୂଚନାଯୋଗ୍ୟ ଗ୍ରୁପ ୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଦଳ ରହିଛନ୍ତି। ସେହିପରି ଗ୍ରୁପ ୨ରେ ଭାରତ, ବାଂଲାଦେଶ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ ଓ ଜିମ୍ବାଓ୍ୱେ ରହିଛନ୍ତି। ଗ୍ରୁପ ୧ ପଏଣ୍ଟ ଟେବୁଲ ଶୀର୍ଷରେ ନ୍ୟୁଜିଲାଣ୍ଡ ରହିଛି। ସେହିପରି କିଓ୍ୱି ଦଳର ଦୁଇଟି ମ୍ୟାଚରୁ ୩ ପଏଣ୍ଟ ହୋଇଥିବାରୁ ତାର ରନରେଟ ଭଲ ରହିଛି। ଏହି ଗ୍ରୁପରେ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଥିବା ବେଳେ ଆୟୋଜକ ଅଷ୍ଟ୍ରେଲିଆ ପଞ୍ଚମ ସ୍ଥାନରେ ରହିଛି। 

ସେହିପରି ଯଦି ଗ୍ରୁପ ୨ କଥା ବିଚାରକୁ ନିଆଯାଏ ଭାରତ ଗୋଟିଏ ମ୍ୟାଚ ଜିତିଥିଲେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ସର୍ବୋଚ୍ଚ ରନରେଟ ସହିତ ଶୀର୍ଷ ସ୍ଥାନରେ ରହିଛି ବାଂଲାଦେଶ। ଆପଣଙ୍କୁ ଏଠାରେ କହି ରଖୁ କି ଯେଉଁ ୪ଟି ଦଳ ଦୁଇଟି ଗ୍ରୁପର ଶୀର୍ଷ ଦୁଇଟି ସ୍ଥାନରେ ରହିବେ ସେହି ଦଳ ଗୁଡ଼ିକ ସେମିରେ ପ୍ରବେଶ କରିବେ। 

ଅଧିକ ପଢନ୍ତୁ: ଭାରତ ଠାରୁ ପରାଜୟର କଷ୍ଟକୁ ଭୁଲି ପାରୁ ନାହିଁ ପାକିସ୍ତାନ, ନେଲା ଏହି ଚରମ ନିଷ୍ପତ୍ତି