Teacher Protest: ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପରେ ଗର୍ଜିଲେ କ୍ରୀଡ଼ା ଶିକ୍ଷକ, କରିଲେ ଏଭଳି କିଛି ଦାବି
Advertisement
Article Detail0/zeeodisha/odisha1414903

Teacher Protest: ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପରେ ଗର୍ଜିଲେ କ୍ରୀଡ଼ା ଶିକ୍ଷକ, କରିଲେ ଏଭଳି କିଛି ଦାବି

ପୁଣି ଭୁବନେଶ୍ୱରର ଲୋୟର PMG ରେ ଶିକ୍ଷକଙ୍କ ରଣ ହୁଙ୍କାର। ଏଥର ଆନ୍ଦୋଳନକୁ ଓଲ୍ହାଇଛନ୍ତି ଓଡ଼ିଶା କଳା ଓ କ୍ରୀଡା ଶିକ୍ଷକ ସଙ୍ଘ ସହିତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ସଙ୍ଘ ସ୍ଥାୟୀ ନିଯୁକ୍ତି ପାଇଁ ରାଜ ରାସ୍ତାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଛନ୍ତି ଏମାନେ।

ପ୍ରତିକାତ୍ମକ ଫଟୋ

Teacher Protest:  ଭୁବନେଶ୍ୱର (ଦେବବ୍ରତ ରାୟ): ସୁପ୍ରିମକୋର୍ଟଙ୍କ ଗାଇଡ୍‌ ଲାଇନ୍‌କୁ ରାଜ୍ୟ ସରକାରଙ୍କ ଅବମାନନା। ସ୍କୁଲରେ ନାହାନ୍ତି ସ୍ବତନ୍ତ୍ର ଶିକ୍ଷକ। ରାଜ୍ୟରେ ବଢୁଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା। ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଭାବ ଅଛି ଶିକ୍ଷକ ପଦ।

ପୁଣି ଭୁବନେଶ୍ୱରର ଲୋୟର PMG ରେ ଶିକ୍ଷକଙ୍କ ରଣ ହୁଙ୍କାର। ଏଥର ଆନ୍ଦୋଳନକୁ ଓଲ୍ହାଇଛନ୍ତି ଓଡ଼ିଶା କଳା ଓ କ୍ରୀଡା ଶିକ୍ଷକ ସଙ୍ଘ ସହିତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ସଙ୍ଘ ସ୍ଥାୟୀ ନିଯୁକ୍ତି ପାଇଁ ରାଜ ରାସ୍ତାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଛନ୍ତି ଏମାନେ। ଓଡ଼ିଶା ସରକାରଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିଯୁକ୍ତି ପାଇଥିବା ସମସ୍ତ ସାମୁହିକ କଳା ଓ କ୍ରୀଡା ପ୍ରଶିକ୍ଷଣଙ୍କୁ ପାର୍ଟ ଟାଇମ ଶବ୍ଦର ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ରହିଛି ଏମାଙ୍କର ଦାବି। 

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କଳା ଓ କ୍ରୀଡା ସାମୟିକ ପ୍ରଶିକ୍ଷଣ ମଧ୍ୟମରେ ନିଯୁକ୍ତି ନିମନ୍ତେ ୨୦୧୩ ମସିହାରେ ସରକାର ବିଜ୍ଞାପନ ପ୍ରକାଶ କରିଥିଲେ। ଏହି ବିଜ୍ଞାପନ ଅଧାରରେ ଓଡ଼ିଶାରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଆବେଦନ କରିଥିଲେ। 

ନିଯୁକ୍ତି ପାଇଥିବା ଏହି ସାମୟିକ ପ୍ରଶିକ୍ଷଣମାନେ ନିସ୍ୱାର୍ଥପର ଭାବରେ ନିଜର କର୍ଯ୍ୟକୁ ସୁଚାରୁ ରୁପେ ପାଳନ କରି ଆସୁଥିବା ବେଳେ ପ୍ରତିଟି ମୁହୂର୍ତ୍ତରେ ଅବହେଳାର ଶିକାର ହୋଇ ଆସୁଛନ୍ତି। ମାସିକ ସ୍ୱଳ୍ପ ଟଙ୍କାରେ ଏମାନେ ୧୦ ବର୍ଷ ହେବ ଶିକ୍ଷାଦାନ କରି ଆସୁଛନ୍ତି। ଦୀର୍ଘ ୯ ବର୍ଷ ହେବ ସଙ୍ଘ ସାମୟିକ ପ୍ରଶିକ୍ଷଣ ମାନଙ୍କର ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଜନିତ ଦାବି କରି ଆସୁଥିବା ବେଳେ ସରକାର ନିଦା ବିଷ୍ଣୁ ସାଜିଛନ୍ତି।

ସେହିପରି ଏମାନେ ହେଉଛନ୍ତି ରାଜ୍ୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଅସାୟୀ ଯୁବକ ଯୁବତୀ।ରାଜ୍ୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କୋର୍ଟ ନିର୍ଦେଶ ଦେଇଥିଲେ ମଧ୍ୟ ସରକାର ତାହାକୁ ମାନୁ ନାହଁନ୍ତି। ରାଜ୍ୟରେ ଏବେ ଅନେକ ସ୍କୁଲରେ ସ୍ବତନ୍ତ୍ର ଶିକ୍ଷକ ପଦବୀ ଖାଲି ପଡ଼ିଛି। ପ୍ରତିବର୍ଷ ୨୮ ଅକ୍ଟୋବରରେ ସମସ୍ତେ ସ୍ବତନ୍ତ୍ର ଶିକ୍ଷକ ଦିବସ ପାଳନ କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିରେ ବିଫଳ ହୋଇଛନ୍ତି । 

ଯାହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଶାୟୀ ସ୍ବତନ୍ତ୍ର ଶିକ୍ଷକ । ଭୁବନେଶ୍ବର ଲୋୟର ପିଏମ୍‌ଜିରେ କରିଛନ୍ତି ବିକ୍ଷୋଭ । ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ, ରାଜ୍ୟର ସ୍କୁଲଗୁଡ଼ିକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ କ୍ଲାସରେ ପ୍ରତି ୧୦ ପିଲାରେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଏବଂ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ପ୍ରତି ୧୫ ଜଣ ପିଲାମାନଙ୍କ ପାଇଁ ଜଣେ ଶିକ୍ଷକ ନିଯୁକ୍ତି ହେବା ଆବଶ୍ୟକ । ଯାହା ରାଜ୍ୟରେ ଫେଲ୍ ମାରିଛି ।ସୁପ୍ରିମକୋର୍ଟଙ୍କ ଗାଇଡ୍‌ ଲାଇନ୍ ଦର୍ଶାଉଛି, ଆବଶ୍ୟକ ସ୍ଥଳେ ରାଜ୍ୟର ସ୍କୁଲଗୁଡ଼ିକରେ ଜଣେ ସ୍ବତନ୍ତ୍ର ଭିନ୍ନକ୍ଷମ ଛାତ୍ର କିମ୍ବା ଛାତ୍ରୀ ପାଇଁ ଜଣେ ମଧ୍ୟ ଶିକ୍ଷକ ନିଯୁକ୍ତି ହୋଇପାରିବେ ।

କେବଳ ଯୋଜନାରେ ରହିଯାଇଛି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଯୋଜନା ସହିତ ରାଜ୍ୟରେ କଳା ଓ କ୍ରୀଡା ଶିକ୍ଷକଙ୍କୁ ନିଯୁକ୍ତି ପ୍ରସଙ୍ଗ । କେବେ ଏ ଆଶାୟୀ ଶିକ୍ଷକଙ୍କୁ ନିଯୁକ୍ତି ଓ କେବେ କଳା ଓ କ୍ରୀଡା ହେବତାହା ଦେଖିବାକୁ ବାକି ରହିଲା ।