ଧର୍ମ ମାସରେ ପୂଣ୍ୟ ଅର୍ଜିଲେ ସରକାର, ଉଚ୍ଛେଦ କଲେ ଚୁକ୍ତି ଭିତ୍ତିକ ପ୍ରଥା
Advertisement
Article Detail0/zeeodisha/odisha1396411

ଧର୍ମ ମାସରେ ପୂଣ୍ୟ ଅର୍ଜିଲେ ସରକାର, ଉଚ୍ଛେଦ କଲେ ଚୁକ୍ତି ଭିତ୍ତିକ ପ୍ରଥା

ଦୀର୍ଘ ଦିନର ଦାବିକୁ ସରକାର ଏକ ପ୍ରକାର ମାନି ନେଇଛନ୍ତି। ଦୀର୍ଘ ଦିନ ଧରି ଠିକା କର୍ମଚାରୀମାନେ ଯେଉଁ ଦାବି କରି ଆସୁଥିଲେ ସେଥିରେ ଅନେକାଂଶରେ ସରକାର ମାନି ନେଇଥିବା ଜଣାପଡ଼ିଛି। 

ଧର୍ମ ମାସରେ ପୂଣ୍ୟ ଅର୍ଜିଲେ ସରକାର, ଉଚ୍ଛେଦ କଲେ ଚୁକ୍ତି ଭିତ୍ତିକ ପ୍ରଥା

ଭୁବନେଶ୍ୱର: ଠିକା କର୍ମଚାରୀଙ୍କ ଦୀର୍ଘ ଦିନର ଦାବିକୁ ସରକାର ଏକ ପ୍ରକାର ମାନି ନେଇଛନ୍ତି। ଦୀର୍ଘ ଦିନ ଧରି ଠିକା କର୍ମଚାରୀମାନେ ଯେଉଁ ଦାବି କରି ଆସୁଥିଲେ ସେଥିରେ ଅନେକାଂଶରେ ସରକାର ମାନି ନେଇଥିବା ଜଣାପଡ଼ିଛି। କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ଠିକା କର୍ମଚାରୀମାନେ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି। ସେପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଠିକା କର୍ମଚାରୀ। 

କ୍ୟାବିନେଟ ବୈଠକ ପରେ ଆଜି ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି କି ଆଜି ମୁଁ ଖୁସିର ସହ ଘୋଷଣା କରୁଛି ଯେ ଆଜି ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବ୍ୟସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି। ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଛି। ଓଡିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା। ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ। ବହୁ ଦିନ ଧରି ଏ ସୁଦିନକୁ ମୁଁ ଅପେକ୍ଷା କରିଥିଲି। ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ। ଏଥିପାଇଁ  ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ସେମାନଙ୍କ ପରିବାର ପାଇଁ ଏହା ଆଗୁଆ ଦୀପାବଳି ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।   

ସେପଟେ ଠିକା କର୍ମଚାରୀ ସଂଘ ଏହି ନିଷ୍ପତ୍ତିକୁ ନେଇ ଖୁସିରେ ନାଚି ଉଠିଛନ୍ତି। ଏକମାସରୁ ଊର୍ଦ୍ଧ୍ୱ ସମୟ ଧରି ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆନ୍ଦୋଳନକୁ ଜୋରଦାର କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡକରା ଆସିଥିଲା। ଉଭୟ ମୁଖ୍ୟମନ୍ତ୍ରୀ ଓ ଠିକା କର୍ମଚାରୀ ସଂଘର ସଦସ୍ୟଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଠିକା କର୍ମଚାରୀଙ୍କ ମୁଖ୍ୟ ସଦସ୍ୟମାନେତାଙ୍କର ଦାବି ଉପସ୍ଥାପନ କରିଥିଲେ। ଦାବିର ଆଭିମୁଖ୍ୟକୁ ବିଚାର କରି ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଠିକା କର୍ମଚାରୀଙ୍କ ଏହି ସମସ୍ୟାକୁ କିପରି ଦୂର କରାଯିବ ଏହା ଉପରେ ପୂର୍ଣ୍ଣ ପ୍ରତିଶୃତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରତିଶୃତିର ବାର୍ତ୍ତା ଆସିଥିଲେ ମଧ୍ୟ ଏହାକୁ ପୂର୍ଣ୍ଣ ସ୍ୱିକୃତି ମିଳିନାହିଁ। ଏହି ଆଧାରରେ ଉଭୟ ପକ୍ଷ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ତେବେ ଏହି ଠିକା କର୍ମଚାରୀଙ୍କ ଦାବି ଉପରେ ଆଜି କ୍ୟାବିନେଟରେ କିଛିକାଂଶରେ ମାନି ନେଇଛନ୍ତି ସରକାର। 

ସୂତ୍ରରୁ ପ୍ରକାଶ ଦିଗବିଜୟୀ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜନୀତିରେ ରାଜ୍ୟର ସମସ୍ତ ସଂଗଠନ ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ଅସନ୍ତୁଷ୍ଟ ନ କରାଇ ନିଜ ପକ୍ଷରେ ନେଇ ସମର୍ଥନକୁ ଦୃଢିଭୂତ କରିବାକୁ ସଦାବେଳେ ଚେଷ୍ଟା କରିଥାନ୍ତି। ଯାହାକି ନବୀନ ପଟ୍ଟନାୟକଙ୍କୁ ୨୦ ବର୍ଷ ଧରି ଏକ ଦିଗବିଜୟୀ ରାଜ୍ୟ ମୁଖିଆ ଭାବରେ ରାଜ୍ୟବାସୀ ହାତ ଟେକିଦେଇଛନ୍ତି। ତେବେ ଆକଳନରୁ ଜଣା ପଡ଼ିଛି ଯେ ଏହି ଠିକା ପ୍ରଥାକୁ ଯଦି ସରକାର ଉଚ୍ଛେଦ କରନ୍ତି, ତେବେ ସରକାରଙ୍କ କୋଷରୁ ପାଖାପାଖି ଏକ ହଜାର କୋଟିର ବୋଝ ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡ଼ିବ। 

ଜଣାଯାଏ ମିଶନ ଶକ୍ତି କିମ୍ବା କାଳିଆ ଯୋଜନା ଭଳି ଏମିତି ଅନେକ କିଛି ଯୋଜନା ରହିଛି ଯେଉଁଥିରେ ସରକାର ଅନେକ ଯୋଜନା ମାଧ୍ୟମରେ ରାଜ୍ୟବାସୀଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ କରି ଅନେକ କିଛି ସମସ୍ୟାର ସମାଧାନ କରିଛନ୍ତି। କିନ୍ତୁ ସରକାରଙ୍କ ବ୍ଲ୍ୟୁ ପ୍ରିଣ୍ଟରେ ଆଜି ପର୍ଯ୍ୟନ୍ତ ଯେତେ ଲୋକାଭିମୁଖୀ ଯୋଜନା ରହିଛି କେଉଁଥିରେ ବି ପଛଘୁଞ୍ଚା ଦେବା ଦେଖା ଯାଇନାହିଁ। ମାତ୍ର ଏକ ହଜାର କୋଟିର ଅର୍ଥରାଶି ବହନ କରିବା ପାଇଁ ସରକାର ପଛଘୁଞ୍ଚା ଦେବେ ବୋଲି ଆଦୌ ବିଶ୍ୱାସ ହେଉନାହିଁ। ସୁତରାଂ ଯଦି ଠିକା କର୍ମଚାରୀମାନଙ୍କର ଆନ୍ଦୋଳନକୁ ବିଚାରକୁ ନିଆଯାଏ ତେବେ ଏମାନଙ୍କର ଦାବି ଧାର୍ଯ୍ୟ ଏବଂ ନ୍ୟାର୍ଯ୍ୟଯୁକ୍ତ ଅଟେ। 

ଅଧିକ ପଢନ୍ତୁ: Asia Cup Tital: ସପ୍ତମ ଥର ପାଇଁ ଏସିଆ କପ ଟାଇଟଲ ଜିତିଲା ଭାରତ