ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିର ନିକଟରେ ଏକ ପୁରୁଣା କୋଠାର କିଛି ଅଂଶ ଭୁଶୁଡ଼ିବା ପରେ ପାଞ୍ଚଜଣ ପ୍ରାଣ ହରାଇଛନ୍ତି। ମଥୁରା ଜିଲ୍ଲା ମାଜିଷ୍ଟ୍ରେଟ ପୁଲକିତ ଖେରଙ୍କ ଅନୁଯାୟୀ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ପ୍ରାଣ ହରାଇଥିବା ସମ୍ପର୍କୀୟଙ୍କଙ୍କୁ ୪ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ଏବଂ ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଲକ୍ଷ୍ନୌ ଅଧିକାରୀ ସୂଚନା ଦେଇଛନ୍ତି ।