Diwali Crime: ସମଗ୍ର ଦେଶ ଯେତେବେଳେ ଦୀପାବଳୀ ପାଳନରେ ବ୍ୟସ୍ତ ଥିଲା ସେତେବେଳେ ଦିଲ୍ଲୀର ଛାତି ଉପରେ ଦୁଇ ଦୁର୍ବୃତ୍ତ ରକ୍ତର ହୋଲି ଖେଳିଥିଲେ। ଦିଲ୍ଲୀର ଶାହଦରା ଅଞ୍ଚଳରେ ଏହି ହତ୍ୟା କାଣ୍ଡ ଘଟିଛି। ଦୀପାବଳୀ ଦିନ ଗୋଟିଏ ପରିବାରର ଖୁସିର ମାହୋଲ କେଇ ମୁହୁର୍ତ୍ତରେ ଦୁଃଖରେ ପରିଣତ ହୋଇଥିଲା। ଦୁଇ ଦୁର୍ବୃତ୍ତ ଶାହଦରାରେ ରହୁଥିବା ଆକାଶ ଶର୍ମାଙ୍କ ଘରକୁ ଆସିଥିଲେ। ତାଙ୍କ ପାଦ ଛୁଇଁ ପ୍ରଣାମ ଜଣାଇଥିଲେ। ଏହା ପରେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ୪୦ ବର୍ଷିୟ ଆକାଶ ଓ ତାଙ୍କର ୧୭ ବର୍ଷିୟ ପୁତୁରାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି ତାଙ୍କ ପୁଅ ୧୦ ବର୍ଷିୟ କୃଷ୍ଣ ଶର୍ମା ଗୁରୁତର ହୋଇଥିବାର ସୂଚନା ରହିଛି।