Srimandira: ଶ୍ରୀମନ୍ଦିର ମଧ୍ୟରେ ଫଟୋ ତଥା ଭିଡିଓ ଉତ୍ତୋଳନ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଅଟେ। ତେଣୁ ପୁନର୍ବାର ଶ୍ରୀମନ୍ଦିରର ସମସ୍ତ ସେବକ, ଅଧିକାରୀ ତଥା କର୍ମଚାରୀଙ୍କୁ ଜଣାଇ ଦିଆଯାଉଅଛି ଯେ ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ୍ କିମ୍ବା କ୍ୟାମେରା ନେଇ ଯିବେ ନାହିଁ। ଯିଏ ଏହାର ବ୍ୟତିକ୍ରମ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଫଟୋ ବା ଭିଡିଓ ଉତ୍ତୋଳନ କରିଥିବା ଭକ୍ତ ବା ବ୍ଯକ୍ତିଙ୍କୁ ଦର୍ଶନ କରେଇଥିବା ସେବକ ବା ପଣ୍ଡାଙ୍କ ବିରୁଦ୍ଧରେ ମଧ୍ଯ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ଯ ପ୍ରଶାସକ।