Kannada Actor Darshan: କର୍ଣ୍ଣାଟକର ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି ଯେ ଜଣେ ଫ୍ୟାନ୍ସକୁ ହତ୍ୟା ମାମଲାରେ ଅଭିଯୁକ୍ତ କନ୍ନଡ ଅଭିନେତା ଦର୍ଶନ ଜେଲ ପରିସରରେ ଚା' ପିଇବା ଏବଂ ଅନ୍ୟ ତିନି ଜଣଙ୍କ ସହ ବୁଲୁଥିବାର ଦେଖାଯିବା ପରେ ବେଙ୍ଗାଲୁରୁର ପାରାପ୍ପାନା ଅଗ୍ରାହରା ଜେଲର ୭ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦର୍ଶନଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିଦ୍ଧରମୈୟା ରାଜ୍ୟ ପaଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଜେଲ୍ ପରିସର ପରିଦର୍ଶନ କରି ଘଟଣା ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି।