KIIT Student Death Video: KIIT କାଣ୍ଡ ନେଇ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଷ୍ଟେଟମେଣ୍ଟ ରେକର୍ଡ ନେଇ ପ୍ରକ୍ରିୟା ଆରମ୍ଭ। ରାଜ୍ଯ ଅତିଥି ଭବନରେ ପହଂଚିଛନ୍ତି ଉଚ୍ଚଶିକ୍ଷା ସଚିବ ଅରବିନ୍ଦ୍ ଅଗ୍ରୱାଲ, ସଚିବ ଶୁଭ ଶର୍ମା, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ। ପର୍ଯ୍ୟାୟ କ୍ରମେ ବିଭିନ୍ନ ଲୋକଙ୍କର ଚାଲିଛି ଷ୍ଟେଟମେଣ୍ଟ ରେକର୍ଡ.. . ଷ୍ଟେଟମେଣ୍ଟ ରେକର୍ଡ ପାଇଁ KIIT ର ପୂର୍ବତନ କର୍ମଚାରୀ ସମେତ ୩ ଜଣ କର୍ମଚାରୀ ପହଂଚିଛନ୍ତି। ଭୁବନେଶ୍ବର କିଟ୍ ୟୁନିଭର୍ସିଟି ଛାତ୍ରୀ ମୃତ୍ୟୁ ଘଟଣାରେ ସଫେଇ ରଖିଛନ୍ତି କଲେଜ କର୍ତ୍ତୃପକ୍ଷ। ହଷ୍ଟେଲ ଓ କ୍ୟାମ୍ପସ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ଧମକାଇଥିବା ଓ ନାଲିଆଖି ଦେଖାଇଥିବା ମହିଳା, ଆଜି ଜେରା ସମୟରେ ନିଜକୁ ମାଆ ସମାନ କହି ସମ୍ବୋଧନ କରିଛନ୍ତି।