Weather Update: ରାଜ୍ୟରେ କେବେଠୁ ହେବ ଥଣ୍ଡା ଅନୁଭୂତ? ଜାଣନ୍ତୁ କ'ଣ କହୁଛି ପାଣିପାଗ ରିପୋର୍ଟ
Advertisement
Article Detail0/zeeodisha/odisha2502169

Weather Update: ରାଜ୍ୟରେ କେବେଠୁ ହେବ ଥଣ୍ଡା ଅନୁଭୂତ? ଜାଣନ୍ତୁ କ'ଣ କହୁଛି ପାଣିପାଗ ରିପୋର୍ଟ

Weather Update: କମିବ ବର୍ଷାର ପରିମାଣ, ବଢିବ ଶୀତ । ଏଭଳି ତାଜା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବାତ୍ୟା 'ଦାନା' ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଦେଖିବାକୁ ମିଳିଥିବା ବେଳେ ଏବେ ପାଗରେ ପରିବର୍ତ୍ତନ ହେବାକୁ ଯାଉଛନ୍ତି । 

Weather Update: ରାଜ୍ୟରେ କେବେଠୁ ହେବ ଥଣ୍ଡା ଅନୁଭୂତ? ଜାଣନ୍ତୁ କ'ଣ କହୁଛି ପାଣିପାଗ ରିପୋର୍ଟ

Weather Update: କମିବ ବର୍ଷାର ପରିମାଣ, ବଢିବ ଶୀତ । ଏଭଳି ତାଜା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବାତ୍ୟା 'ଦାନା' ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଦେଖିବାକୁ ମିଳିଥିବା ବେଳେ ଏବେ ପାଗରେ ପରିବର୍ତ୍ତନ ହେବାକୁ ଯାଉଛନ୍ତି । ଆସନ୍ତା ସପ୍ତାହରୁ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।  ଏବେ ରାଜ୍ୟରେ ଧୀରେଧୀରେ ଥଣ୍ଡା ଆରମ୍ଭ ହୋଇଥିବା ବେଳେ କିଛିଦିନ ପରେ ଶୀତ ଅନୁଭୂତ ହେବ । ତେବେ, ଏବେ ରାଜ୍ୟରେ ଶୁଖିଲା ପାଗ ଦେଖିବାକୁ ମିଳୁଥିବା ବେଳେ ଆଗକୁ ରାଜ୍ୟରେ କୁହୁଡି ସହିତ ଥଣ୍ତା ଅନୁଭବ ହେବ ବୋଲି କୁହାଯାଇଛି ।

 

ALSO READ: Today Horoscope: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ତେବେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି । ପାଗ ଶୁଖିଲା ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ, ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହିଥିବାରୁ ଶୀତ ଅନୁଭୂତ ହେଉ ନ ଥିବା ଜଣାପଡିଛି। ଦିନ ସମୟରେ ତାପମାତ୍ରା ସ୍ୱାଭାବିକ ଠାରୁ ସାମାନ୍ୟ ଉପରେ ରହୁଥିବା ଦେଖାଯାଉଛି । ଏବଂ ତାପମାତ୍ରା ମଧ୍ୟ ହ୍ରାସ ପାଉ ନାହିଁ । ତେବେ ଆସନ୍ତାସପ୍ତାହ ଆଡ଼କୁ ରାଜ୍ୟରେ ଶୀତ ପଡିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।