'ଦାନା' ପ୍ରଭାବରେ ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷା, ଜାରି ହେଲା ରେଡ ଆଲର୍ଟ; ପଢନ୍ତୁ ପାଣିପାଗ ଅପଡେଟ
Advertisement
Article Detail0/zeeodisha/odisha2487290

'ଦାନା' ପ୍ରଭାବରେ ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷା, ଜାରି ହେଲା ରେଡ ଆଲର୍ଟ; ପଢନ୍ତୁ ପାଣିପାଗ ଅପଡେଟ

Cyclone Dana Update:  ଓଡି଼ଶା ଉପରୁ ଟଳିଲା ବିପଦ।  ଗୁରୁବାର ରାତି ୧୨ଟା ୦୫ରୁ  କେନ୍ଦ୍ରାପଡାର  ଭିତରକନିକା ଏବଂ ଭଦ୍ରକର ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା।  ଆଜି ମଧ୍ୟ ଦାନାର ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ...

 

'ଦାନା' ପ୍ରଭାବରେ ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷା, ଜାରି ହେଲା ରେଡ ଆଲର୍ଟ; ପଢନ୍ତୁ ପାଣିପାଗ ଅପଡେଟ
Cyclone Dana Update:  ଓଡି଼ଶା ଉପରୁ ଟଳିଲା ବିପଦ।  ଗୁରୁବାର ରାତି ୧୨ଟା ୦୫ରୁ  କେନ୍ଦ୍ରାପଡାର  ଭିତରକନିକା ଏବଂ ଭଦ୍ରକର ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା।  ସିଭିୟର ସାଇକ୍ଲୋନ୍ ଭାବେ ସ୍ଥଳଭାଗ ମୁହାଁ ହୋଇଥିବାରୁ ବର୍ଷା ଓ ପବନର ବେଗ ବୃଦ୍ଧି ପାଇଥିଲା।  ସ୍ଥଳଭାଗ ଛୁଇଁବା ପରେ ସାରା ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପ୍ରଚଣ୍ଡ ପବନ ବହିବା ଆରମ୍ଭ ହୋଇଥିଲା । ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିଥିଲା। ହେଲେ ବାତ୍ୟା 'ଦାନା' ସ୍ଥଳଭାଗ ଛୁଇଁବା ପୂର୍ବରୁ ଉପକୂଳ ଓଡ଼ିଶାରେ ପ୍ରକୋପ ଦେଖାଇଥିଲା ।  ଏହାର ପ୍ରଭାବରେ  କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର,  ଜଗତସିଂହପୁର ଜିଲ୍ଲାରେ  ପବନ ସହ ତୁହାକୁ ତୁହା ବର୍ଷା ଲାଗି ରହିଥିଲା।  କଟକ, ଖୋର୍ଦ୍ଧା, ପୁରୀ,  ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ମଧ୍ୟ ଜାରି ରହିଥିଲା। 
 
 
 
ପାଣିପାଗର ବିଭାଗର ତାଜା ସୂଚନା ଅନୁସାରେ, ଆଜି କେନ୍ଦୁଝର, ଅନୁଗୁଳ,  କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଧା, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କଟକ, ଢେଙ୍କାନାଳ, ଯାଜପୁର ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।  ଏହିସବୁ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି।  ଏହାସହ ମୟୂରଭଂଜ, କେନ୍ଦଝର, ବାଲେଶ୍ବର,  ନୟାଗଡ, ବୌଦ୍ଧ,  ଏବଂ ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।  ଏହିସବୁ ଜିଲ୍ଲା ପାଇଁ ଅରେଂଜ ଆଲର୍ଟ ଜାରି ହୋଇଛି। 
 
୧୬ ଜିଲ୍ଲା  ଅନୁଗୋଳ, ବାଲେଶ୍ବର,  ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ,ଗଜପତି , ଗଂଜାମ , ଜଗସିଂହପୁର, ଯାଜପୁର, କନ୍ଧମାଳ,କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଂଜ, ନୟାଗଡ ଓ ପୁରୀ ଜିଲ୍ଲାରେ  ବନ୍ୟା ପ୍ରଭାବରେ ବନ୍ୟାସ୍ଥିତି ଉପୁଜିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଏହା କ୍ରମଶ ଦୁର୍ବଳ ହେବ। ପାରାଦୀପ ରାଡାର ଜରିଆରେ ଏହବାତ୍ୟାର ଗତିବିଧି ଅନୁଧ୍ୟାନ କରାଯାଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସେପଟେ,  ଏପର୍ଯ୍ୟନ୍ତ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆହୁରି ପ୍ରାୟ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ୮୩୮୨ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଛି। ବାଲେଶ୍ବର ଜିଲାରେ ସର୍ବାଧିକ ୧.୭୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।